ରାୟଗଡା : ସାରା ରାଜ୍ୟରେ ଆରମ୍ଭ ହୋଇଛି ୧୨ରୁ ୧୪ ବର୍ଷ ପିଲାମାନଙ୍କୁ ଟୀକାକରଣ । ଏହି କ୍ରମରେ ରାୟଗଡା ଜିଲ୍ଲାରେ ମଧ୍ୟ 12ରୁ 14 ବର୍ଷିୟଙ୍କୁ କୋଭାଭାକ୍ସର ଟିକାଦାନ ଆରମ୍ଭ ହୋଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହି ଟିକାଦାନ କାର୍ଯ୍ୟକ୍ରମକୁ ଅତିରିକ୍ତ ମୁଖ୍ୟ ଚିକିତ୍ସା ଅଧିକାରୀ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଛନ୍ତି।
ଏହାବି ପଢନ୍ତୁ : ଏପ୍ରିଲ 28ରୁ ଯୁକ୍ତ ଦୁଇ ପରୀକ୍ଷା: ପ୍ରସ୍ତୁତ ଛାତ୍ରଛାତ୍ରୀ
ଜିଲ୍ଲାରେ ବର୍ତ୍ତମାନ କୋଭାଭାକ୍ସ ଟିକା ମହଜୁଦ ଥିବାବେଳେ ଏହି ବର୍ଗର 53 ହଜାର କିଶୋର କିଶୋରୀଙ୍କ ପାଇଁ ଟୀକାକରଣ ଆରମ୍ଭ ହୋଇଛି । ଆସନ୍ତାକାଲି (ଶୁକ୍ରବାର) ଠାରୁ ବିଭିନ୍ନ ସ୍କୁଲରେ ଟିକାଦାନ ଆରମ୍ଭ କରାଯିବ ବୋଲି ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ କହିଛନ୍ତି । ରାୟଗଡା ସମେତ ସାରା ଦେଶରେ ଆରମ୍ଭ ହୋଇଛି 12ରୁ 14 ବର୍ଷିୟଙ୍କୁ କୋଭିଡ ଟିକାଦାନ କାର୍ଯ୍ୟକ୍ରମ ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ