ETV Bharat / state

ଆକାଂକ୍ଷା ଜିଲ୍ଲାରେ ଯୋଜନା ସମୀକ୍ଷା, ରାୟଗଡା ଗସ୍ତରେ କେନ୍ଦ୍ରମନ୍ତ୍ରୀ ସୋମ ପ୍ରକାଶ - ରାୟଗଡ଼ା ଗସ୍ତରେ କେନ୍ଦ୍ରମନ୍ତ୍ରୀ ସୋମ ପ୍ରକାଶ

ରାୟଗଡ଼ା ଜିଲ୍ଲାକୁ ଗସ୍ତ କରି ବିଭିନ୍ନ ପ୍ରକଳ୍ପର ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ ସୋମ ପ୍ରକାଶ । ଅଧିକ ପଢନ୍ତୁ

ରାୟଗଡ଼ା ଗସ୍ତରେ କେନ୍ଦ୍ରମନ୍ତ୍ରୀ ସୋମ ପ୍ରକାଶ

author img

By

Published : Apr 19, 2022, 7:55 PM IST

ରାୟଗଡ଼ା: ଆଜି(ମଙ୍ଗଳବାର) ଜିଲ୍ଲାକୁ ଗସ୍ତ କରିଛନ୍ତି କେନ୍ଦ୍ର ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ସୋମ ପ୍ରକାଶ । ଦେଶର ବିଭିନ୍ନ ଆକାଂକ୍ଷୀ ଜିଲ୍ଲା ଗସ୍ତରେ କେନ୍ଦ୍ରମନ୍ତ୍ରୀ ଯାଉଥିବା ବେଳେ ପ୍ରକାଶ ରାୟଗଡ଼ା ଜିଲ୍ଲା ଗସ୍ତରେ ଆସିଛନ୍ତି। ଦୁଇ ଦିନିଆ ଗସ୍ତରେ ଆସିଥିବା ମନ୍ତ୍ରୀ ପ୍ରକାଶ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର ସମୀକ୍ଷା କରିବେ ।

ରାୟଗଡ଼ା ଗସ୍ତରେ କେନ୍ଦ୍ରମନ୍ତ୍ରୀ ସୋମ ପ୍ରକାଶ

ଏହାସହ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକଳ୍ପ ପାଇଁ ଆସୁଥିବା ଅନୁଦାନ କିଭଳି ଖର୍ଚ୍ଚ ହେଉଛି ତାହା ଅନୁଧ୍ୟାନ କରିଛନ୍ତି । ମୁଖ୍ୟତଃ ଗମନାଗମନ ଓ କୃଷି ଉପରେ ସେ ଅଧିକ ଗୁରୁତ୍ବ ଦେଇଛନ୍ତି । ଅଧିକ କଣ କଲେ ଏହି ପଛୁଆ ଜିଲ୍ଲା ମାନଙ୍କରେ ବିକାଶ ହେବ ତାହା ବିଭିନ୍ନ ଅଧିକାରୀଙ୍କ ସହିତ ସେ ଆଲୋଚନା କରିଛନ୍ତି । ଏହି ଅବସରରେ ମନ୍ତ୍ରୀଙ୍କୁ ଜିଲ୍ଲା ବିଜେପି ଓ ବ୍ୟବସାୟୀଙ୍କ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ବୁଦ୍ଧିଜୀବୀଙ୍କ ଠାରୁ ମତ ମଧ୍ୟ ସଂଗ୍ରହ କରିଥିଲେ ।

ରାୟଗଡ଼ାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.