ETV Bharat / state

କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ରାୟଗଡା ଗସ୍ତ, ଉଠିଲା ଝୋଡିଆଙ୍କୁ ଆଦିବାସୀ ମାନ୍ୟତା ଦାବି - କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ରାୟଗଡା ଗସ୍ତ

କେନ୍ଦ୍ର ଆଦିବାସୀ ବ୍ୟାପାର ଓ ଜଳଶକ୍ତି ମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ (Union minister Bisheswar Tudu) ଦିନିକିଆ ରାୟଗଡା ଗସ୍ତ କରିଛନ୍ତି । ଏହି ସମୟରେ ଝୋଡିଆଙ୍କୁ ଆଦିବାସୀ ମାନ୍ୟତା ନେଇ ଉଠିଛି ଦାବି । ଏହାକୁ ସକାରାତ୍ମକ ସହିତ ବିଚାର କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ଅଧିକ ପଢନ୍ତୁ

କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ରାୟଗଡା ଗସ୍ତ, ଉଠିଲା ଝୋଡିଆଙ୍କୁ ଆଦିବାସୀ ମାନ୍ୟତା ଦାବି

author img

By

Published : Jan 4, 2022, 10:54 PM IST

ରାୟଗଡା: କେନ୍ଦ୍ର ଆଦିବାସୀ ବ୍ୟାପାର ଓ ଜଳଶକ୍ତି ମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ (Union minister Bisheswar Tudu) ଦିନିକିଆ ରାୟଗଡା ଗସ୍ତ କରିଛନ୍ତି । ତାଙ୍କ ଏହି ଗସ୍ତ ସମୟରେ ଉଠିଛି ଦୀର୍ଘ ଦିନରୁ ଦାବି ହୋଇ ଆସୁଥିବା ଝୋଡିଆଙ୍କୁ ଆଦିବାସୀ ମାନ୍ୟତା ପ୍ରସଙ୍ଗ ।

କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ରାୟଗଡା ଗସ୍ତ, ଉଠିଲା ଝୋଡିଆଙ୍କୁ ଆଦିବାସୀ ମାନ୍ୟତା ଦାବି

କେନ୍ଦ୍ର ଆଦିବାସୀ ବ୍ୟାପାର ଓ ଜଳଶକ୍ତି ମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ରାୟଗଡା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ କରିଛନ୍ତି। ସୋମବାର ଭୋରରୁ ଟ୍ରେନଯୋଗେ ରାୟଗଡାରେ ପହଞ୍ଚି ଥିବାବେଳେ ଆଦିବାସୀ ଉନ୍ନୟନ ବିଭାଗ ଓ ଗ୍ରାମ୍ୟ ଜଳ ଯୋଗାଣ ବିଭାଗୀୟ ଅଧିକାରୀଙ୍କ ସହ ସ୍ଥାନୀୟ ସର୍କିଟ ହାଉସ ଠାରେ ଏକ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ । ଉକ୍ତ ବୈଠକରେ ପିଡ଼ି ଡିଆରଡିଏ, ପିଏ ଆଇଟିଡିଏ ରାୟଗଡା, ଗୁଣୁପୁର ଓ RWSS ନିର୍ବାହୀ ଯନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲାରେ ଆଦିବାସୀଙ୍କ ପାଇଁ ଚାଲିଥିବା ବିଭିନ୍ନ ଯୋଜନା ଓ ଗ୍ରାମ୍ୟ ପାନୀୟ ଜଳ ଯୋଗାଣର ସ୍ଥିତି ସମୀକ୍ଷା କରିଛନ୍ତି । ଏହାପରେ ରାୟଗଡା ନିକଟ ରିଭଲକଣା ଠାରେ ଥିବା ବନବାସୀ କଲ୍ୟାଣ ଆଶ୍ରମର ବାର୍ଷିକ ଉତ୍ସବରେ ଯୋଗଦେଇଛନ୍ତି । ଏହି ଅବସରରେ ବନବାସୀ ଆଶ୍ରମର ଉଦ୍ଦେଶ୍ୟ ବିଷୟରେ ବୁଝାଇବା ସହ ମା ମାଟିର ସେବା କରିବାକୁ ଆହ୍ୱାନ ଦେଇଛନ୍ତି।

ତେବେ କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତକୁ ଝୋଡିଆ ସମାଜ ପକ୍ଷରୁ ଯଦିଓ ସ୍ଵାଗତ କରିଥିଲେ ତେବେ ଦୀର୍ଘ ତିନିଦଶନ୍ଧି ଧରି ଝୋଡିଆଙ୍କୁ ଆଦିବାସୀ ମାନ୍ୟତା ନେଇ ଦାବି ଜୋର ଧରିଥିଲା । ତେବେ ରାଜ୍ୟ ସରକାର ଠିକ ଭାବେ କାଗଜପତ୍ର କେନ୍ଦ୍ର ନିକଟରେ ଉପସ୍ଥାନ କରିପାରି ନଥିବାରୁ ଝୋଡିଆଙ୍କୁ ଆଦିବାସୀ ମାନ୍ୟତା ମିଳିବାରେ ସମସ୍ୟା ହୋଇଛି । ସେ ଏଦିଗରେ ଗୁରୁତର ସହିତ ବିଚାର କରିବେ ବୋଲି କହିଛନ୍ତି ।

ରାୟଗଡାରୁ ରଞ୍ଜନ କୁମାର ରଥ,ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.