ETV Bharat / state

ବଜ୍ରାଘାତରେ 2 ଯୁବକ ମୃତ, ଜଣେ ଗୁରୁତର - Two young people killed

ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ଅନ୍ତର୍ଗତ ଅମ୍ବାଦଳା ଗାଁରେ ଆଜି ଅପରାହ୍ନରେ ବଜ୍ରାଘାତ ଘଟି ଦୁଇଜଣ ଯୁବକଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟଜଣେ ଯୁବକ ଗୁରୁତର ହୋଇଛନ୍ତି ।

Two young people killed due to lightning strike at rayagada, one injuerd
ବଜ୍ରାଘାତରେ 2ଯୁବକ ମୃତ, ଜଣେ ଗୁରୁତର
author img

By

Published : Sep 19, 2020, 10:54 PM IST

ରାୟଗଡା: ବଜ୍ରାଘାତ ନେଲା ପୁଣି ଦୁଇଜଣଙ୍କ ଜୀବନ । ଏଭଳି ଅଭାବନୀୟ ଘଟଣା ଘଟିଛି ଅମ୍ବାଦଳା ଗାଁରେ । ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ଅନ୍ତର୍ଗତ ଅମ୍ବାଦଳା ଗାଁରେ ଆଜି ଅପରାହ୍ନରେ ବଜ୍ରାଘାତ ଘଟି ଦୁଇଜଣ ଯୁବକଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟଜଣେ ଯୁବକ ଗୁରୁତର ହୋଇଛନ୍ତି । ଗୁରୁତର ଯୁବକକୁ ରାୟଗଡା ଜିଲ୍ଲା ହସ୍ପିଟାଲରେ ଭର୍ତି କରାଯାଇଛି ।

ବଜ୍ରାଘାତରେ 2ଯୁବକ ମୃତ, ଜଣେ ଗୁରୁତର

ମିଳିଥିବା ସୂଚନା ଅନୁଯାୟୀ ଆଜି(ଶନିବାର) ଅପରାହ୍ନରେ 2 ଜଣ ସାଙ୍ଗ ନଦୀକୁ ଶୌଚ ପାଇଁ ଯାଇଥିବାବେଳେ ଅନ୍ୟଜଣେ ଗାଈ ଚରାଉଥିଲା । ତେବେ ହଠାତ ଘଡଘଡି ସହ ବର୍ଷା ଆସିବାରୁ ନିକଟସ୍ଥ ଏକ ବରଗଛ ତଳେ ଆଶ୍ରୟ ନେଇଥିବାବେଳେ ବଜ୍ରାଘାତ ଘଟିଥିଲା ।

ଏହି ବଜ୍ରାଘାତରେ ଅମ୍ବାଦଳା ଗାଁର ନରେଶ ସୁନା ଓ ଅର୍ଜଲଲ ପଲକିଆଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ଗୁରୁତର ଅବସ୍ଥାରେ ତ୍ରିପାତି ହିଆଲଙ୍କୁ ରାୟଗଡା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଅମ୍ବାଦଳା ପୁଲିସ ଘଟଣାସ୍ଥଳେ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଛେଦ ପରେ ପରିବାରକୁ ହସ୍ତାନ୍ତର କରିଛି ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.