ETV Bharat / state

ବଜାର କମିଟି ନାମକରଣକୁ ନେଇ ବିବାଦ, ପଥର ମାଡ଼ ଘଟଣାରେ ଦୁଇ ଗୋଷ୍ଠୀ ପକ୍ଷରୁ ଥାନାରେ ଏତଲା

author img

By

Published : Dec 24, 2022, 8:46 PM IST

ସୁବର୍ଣ୍ଣପୁରରେ ଉପନିୟନ୍ତ୍ରିତ ବଜାର କମିଟି ନାମକରଣକୁ ନେଇ ବିବାଦ ଘନୋଉଛି । ପଥର ମାଡ ଘଟଣାରେ ଦୁଇ ଗୋଷ୍ଠୀ ସଦର ଥାନାରେ ପରସ୍ପରକୁ ଦୋଷାରୋପ କରି ଦାୟର କଲେ ଏତଲା । ବିବାଦର ସମାଧାନ ପାଇଁ ପୋଲିସର ଚେଷ୍ଟା ଜାରି । ଅଧିକ ପଢ଼ନ୍ତୁ

ପଥର ମାଡ଼ ଘଟଣାରେ ଦୁଇ ଗୋଷ୍ଠୀ ପକ୍ଷରୁ ଥାନାରେ ଏତଲା

ସୁବର୍ଣ୍ଣପୁର: ଜିଲ୍ଲାର ବୁରୋମୁଣ୍ଡା ମୌଜାରେ ଉପନିୟନ୍ତ୍ରିତ ବଜାର କମିଟିର ନାମକରଣକୁ ନେଇ ହୋଇଥିବା ପଥର ମାଡ ଘଟଣାରେ ଦୁଇ ଗୋଷ୍ଠୀ ସଦର ଥାନାରେ ପରସ୍ପରକୁ ଦୋଷାରୋପ କରି ଏତଲା ଦାୟର କରିଛନ୍ତି । ନାମ ପରିବର୍ତ୍ତନ ଦାବିରେ ଅଟଳ ବୁରୋମୁଣ୍ଡା ମୌଜାର ଜନସାଧାରଣ । ବିବାଦର ସମାଧାନ ପାଇଁ ଚେଷ୍ଟା ଜାରି ରଖିଛି ପୋଲିସ ।

ନିୟନ୍ତ୍ରିତ ବଜାର କମିଟି ଡୁଙ୍ଗୁରିପାଲିର ସମ୍ପାଦକ ଉଦିତ ବାବୁ ଆନ୍ଦୋଳନକାରୀ ବୁରୋମୁଣ୍ଡା ମୌଜାର ଜନସାଧାରଣଙ୍କ ନାଁରେ ପଥରମାଡ କରି କାର୍ଯ୍ୟରେ ବାଧା ସୃଷ୍ଟି କରିବା ପରି ସଙ୍ଗୀନ ଦୋଷାରୋପ କରି ଏତଲା ଦେଇଛନ୍ତି । ସେହିପରି ବୁରୋମୁଣ୍ଡା ମୌଜାର ଜନସାଧରଣଙ୍କ ପକ୍ଷରୁ ପୁଷ୍ପାଞ୍ଜଳୀ ପୁଟେଲ ମହିଳାମାନଙ୍କୁ ଅସଦାଚରଣ କରିବା, ଠେଲାପେଲା କରିବା ତଥା ତାଙ୍କ ଉପରକୁ ନିୟନ୍ତ୍ରିତ ବଜାର କମିଟି ସପକ୍ଷରେ ଥିବା ସରକାରୀ ଦଳର ସମର୍ଥକମାନେ ପଥରମାଡ କରିବା ପରି ସଙ୍ଗୀନ ଦୋଷାରୋପ କରିଛନ୍ତି । ତେବେ ପୋଲିସ ଉପସ୍ଥିତିରେ ଉଭୟ ଗୋଷ୍ଠୀ ପକ୍ଷରୁ ପଥର ମାଡ ହୋଇଥିବା ବେଳେ ଜିଲ୍ଲା ପୋଲିସ ଓ ଜିଲ୍ଲା ପ୍ରଶାସନର ବରିଷ୍ଠ ପଦାଧିକାରୀଙ୍କ ହସ୍ତକ୍ଷେପ ଫଳରେ ଆନ୍ଦୋଳନ ପ୍ରଶମିତ ହୋଇଛି ।

ତେବେ ଉଭୟ ଗୋଷ୍ଠୀ ଭିତରେ ଅସନ୍ତୋଷ ଲାଗି ରହିଥିବା ବେଳେ ପୁଣି ଉଭୟ ଗୋଷ୍ଠୀ ଭିତରେ ସୃଷ୍ଟି ହୋଇଥିବା ବିବାଦର ସମାଧାନରେ ଲାଗିଛି ଜିଲ୍ଲା ପୋଲିସ । ପୋଲିସ ଜିଲ୍ଲା ପ୍ରଶାସନର କର୍ମଚାରୀମାନେ ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ସାକ୍ଷାତ କରି ବିବାଦର ସମାଧାନ ପାଇଁ ଚେଷ୍ଟା ଜାରି ରଖିଛନ୍ତି । ସେପଟେ ବୁରୋମୁଣ୍ଡା ମୌଜାର ଜନସାଧାରଣ ନାମ ପରିବର୍ତ୍ତନ ଦାବିରେ ଅଟଳ ରହିଛନ୍ତି । ତେବେ ପୋଲିସ ଗତକାଲି ଘଟଣାରେ ଓ ଆଜିର ଏତଲା ପ୍ରଦାନ ପରେ କୌଣସି ବ୍ୟକ୍ତି ବିଶେଷ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିବା ବେଳେ ତଦନ୍ତ ଜାରି ରଖିଛି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.