ETV Bharat / state

ଓଲଟି ପଡିଥିବା ଟ୍ରାକ୍ଟରକୁ ଧକ୍କା ଦେଲା ଟ୍ରକ, 2 ମୃତ 2 ଗୁରୁତର - two dead in road accident in raygada

ମର୍ମନ୍ତୁଦ ସଦକ ଦୁର୍ଘଟଣା ନେଲା 2 ଜୀବନ, ଜଣେ ଗୁରୁତର । ପୋଲିସର ତଦନ୍ତ ଜାରି । ଅଧିକ ପଢନ୍ତୁ...

two dead in road accident in raygada
ମର୍ମନ୍ତୁଦ ସଡକ ଦୁର୍ଘଟଣା: 2ମୃତ, ଜଣେ ଗୁରୁତର
author img

By

Published : Dec 11, 2020, 8:18 PM IST

ରାୟଗଡା : ରାୟଗଡା ଟିକିରି ଥାନା ଅନ୍ତର୍ଗତ କାଳିଆପଡା ଘାଟିରେ ଦୁର୍ଘଟଣା । ଏଥିରେ 2 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ରାୟଗଡା କାଳିଆପଡା ଘାଟିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଅଞ୍ଚଳରେ ରହୁଥିବା ଆନ୍ଧ୍ରର ୩ ଜଣ ଟିକିରି ଦେଇ ଆନ୍ଧ୍ରପ୍ରଦେଶ ଟ୍ରାକ୍ଟର ଯୋଗେ ଯାଉଥିଲେ । କୌଣସି କାରଣରୁ କାଳିଆପଡା ଘାଟିରେ ନିୟନ୍ତ୍ରଣ ହରାଇ ଟ୍ରାକ୍ଟରଟି ଓଲଟି ପଡିଥିଲା । ଏଥିରେ ଜଣଙ୍କର ଘଟଣାସ୍ଥଳରେ ଗୋଟିଏ ଗୋଡ଼ ଭାଙ୍ଗି ଯାଇଥିବା ବେଳେ ତାଙ୍କୁ ଉଦ୍ଧାର କରି ପ୍ରଥମେ ଟିକିରି ମେଡିକାଲ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ଖରାପ ହେବାରୁ ରାୟଗଡା ଓ ପରେ ବିଶାଖାପାଟନାକୁ ସ୍ଥାନାନ୍ତର କରାଯାଇଛି ।

ମର୍ମନ୍ତୁଦ ସଡକ ଦୁର୍ଘଟଣା: 2ମୃତ, ଜଣେ ଗୁରୁତର

ଟିକିରି ଠାରୁ ଜେକେପୁର ଅଭିମୁଖେ ଯାଉଥିବା ଏକ କାଠ ବୋଝେଇ ଟ୍ରକ ଓଲଟିଥିବା ଟ୍ରାକ୍ଟରକୁ ଧକ୍କା ଦେଇଥିଲା । ଫଳରେ ଟ୍ରାକ୍ଟରର ଡ୍ରାଇଭର ସହ ଜଗି ରହିଥିବା ଅନ୍ୟ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହେଇଯାଇଛି। ଟ୍ରକ ଡ୍ରାଇଭରଙ୍କ ଗୋଟିଏ ହାତର ୪ ଟି ଆଙ୍ଗୁଠି ଛିଣ୍ଡି ପଡିଥିବା ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରୁଛି ।

ରାୟଗଡାରୁ ରଞ୍ଜନ ରଥ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.