ETV Bharat / state

ଆସନ୍ତାକାଲିଠୁ ଖୋଲିବ ରାୟଗଡାର ସମସ୍ତ ଧର୍ମପୀଠ - ରାୟଗଡାରେ ମନ୍ଦିର ଧର୍ମାନୁଷ୍ଠାନ ଖୋଲିବା ଖବର

ସୋମବାର ଠାରୁ ରାୟଗଡାର ସମସ୍ତ ଧର୍ମପୀଠ ଖୋଲିବା ନେଇ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ । କୋଭିଡ ଗାଇଡଲାଇନ ଅନୁସାରେ ଖୋଲିବ ଧର୍ମପୀଠ । ଅଧିକ ପଢନ୍ତୁ....

ଆସନ୍ତାକାଲି ଠୁ ଖୋଲିବ ରାୟଗଡାର ସମସ୍ତ ଧର୍ମପୀଠ

author img

By

Published : Jan 3, 2021, 4:28 PM IST

Updated : Jan 3, 2021, 8:54 PM IST

ରାୟଗଡା: ଜିଲ୍ଲାର ସମସ୍ତ ଧର୍ମପୀଠ ସୋମବାରରୁ ଖୋଲିବା ନେଇ ପ୍ରଶାସନ ପକ୍ଷରୁ ଅନୁମତି ମିଳିଛି । କରୋନା ପ୍ରଭାବରେ ଦୀର୍ଘଦିନରୁ ବନ୍ଦ ରହିଥିବା ମନ୍ଦିର, ମସଜିଦ, ଗିର୍ଜା ଏବଂ ଗୁରୁଦ୍ୱାର ଖୋଲିବ । ଏଥିସହ ଧର୍ମାନୁଷ୍ଠାନଗୁଡ଼ିକରେ ଏକାଥରକେ ୧୦ ଜଣ ଭକ୍ତଙ୍କୁ ପ୍ରବେଶ ପାଇଁ ଅନୁମତି ମିଳିଛି ।

ଆସନ୍ତାକାଲିଠୁ ଖୋଲିବ ରାୟଗଡାର ସମସ୍ତ ଧର୍ମପୀଠ

ଭକ୍ତଙ୍କ ମନ୍ଦିର ପ୍ରବେଶ ସମୟରେ ସାମାଜିକ ଦୂରତା, ମାସ୍କ ପରିଧାନ ସାଙ୍ଗକୁ ସାନିଟାଇଜ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ମନ୍ଦିର ପରିସର ମଧ୍ୟରେ ଛେପ ପକାଇବା ଉପରେ କଟକଣା ଜାରି କରାଯାଇଛି । ଯଦି କେହେ ନିୟମ ଉଲଙ୍ଘନ କରନ୍ତି ତେବେ ତାଙ୍କ ଉପରେ ଦୃଢ କାର୍ଯାନୁଷ୍ଠାନ ଗ୍ରହଣ କରାଯିବ ।

ଏନେଇ ଆଜି(ରବିବାର) ଜିଲ୍ଲାପାଳ ନିର୍ଦ୍ଦେଶନାମା ଜାରିକରିଛନ୍ତି । ଅନ୍ୟପଟେ ଆଗକୁ ମକର ସଂକ୍ରାନ୍ତି ଆସୁଥିବାରୁ 12 ତାରିଖରୁ 17 ତାରିଖ ପର୍ଯ୍ୟନ୍ତ ମଝିଘରିଆଣି ମନ୍ଦିରକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

Last Updated : Jan 3, 2021, 8:54 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.