ETV Bharat / state

ରାୟଗଡ଼ାରେ କାଳ ବୈଶାଖୀ ତାଣ୍ଡବ, ୬ ପରିବାର ସର୍ବହରା - ରାୟଗଡ଼ାରେ କାଳ ବୈଶାଖୀ

ରାୟଗଡ଼ା ରାମନାଗୁଡ଼ା ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି କାଳବୈଶାଖୀର ତାଣ୍ଡବ । ଏଥିରେ ଭାମିନି ପଞ୍ଚାୟତ ଅନ୍ତର୍ଗତ ଲିମାପଦର ଓ ଗୁମୁଡ଼ାର ୬ ପରିବାର ସର୍ବହରା । କ୍ଷତିଗ୍ରସ୍ତଙ୍କୁ ସରକାରୀ ସୁବିଧା ଯୋଗାଇଦେବାକୁ ସରପଞ୍ଚଙ୍କ ପ୍ରତିଶ୍ରୁତି । ଅଧିକ ପଢ଼ନ୍ତୁ

ରାୟଗଡ଼ାରେ କାଳ ବୈଶାଖୀ ତାଣ୍ଡବ, ୬ ପରିବାର ସର୍ବାହରା

author img

By

Published : Jun 4, 2022, 8:19 PM IST

ରାୟଗଡ଼ା: ରାମନାଗୁଡ଼ା ବ୍ଲକ ଅଞ୍ଚଳରେ ଆଜି ଅପରାହ୍ନରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି । ମାତ୍ର କିଛି ସମୟ ପାଇଁ ଅସ୍ତବ୍ୟସ୍ତ ହୋଇପଡ଼ିଥିଲା ଜନଜୀବନ । ଏଥିରେ ଭାମିନି ପଞ୍ଚାୟତର ୬ ପରିବାର ସର୍ବସ୍ବ ହରାଇଛନ୍ତି । ତେବେ ଜୋରରେ ପବନ ବହିବାରୁ ରାୟଗଡ଼ା ଠାରୁ ବ୍ରହ୍ମପୁର, ମୁନିଗୁଡ଼ା ଠାରୁ ବ୍ରହ୍ମପୁର ଏବଂ ଗଜପତି ଠାରୁ ଆନ୍ଧ୍ରକୁ କିଛି ସମୟ ପାଇଁ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିବା ଜଣାପଡ଼ିଛି ।

ରାୟଗଡ଼ାରେ କାଳ ବୈଶାଖୀ ତାଣ୍ଡବ, ୬ ପରିବାର ସର୍ବାହରା

କାଳବୈଶାଖୀର ତାଣ୍ଡବରେ ଭାମିନି ପଞ୍ଚାୟତ ଅନ୍ତର୍ଗତ ଲିମାପଦରର କେ.ଗୋବିନ୍ଦା ଏବଂ ଲାକଡ଼ି ଶାନ୍ତିଙ୍କ ଚାଳ ଛପର ଉଡ଼ିଯିବା ସହ ସେହି ଅଞ୍ଚଳରେ ଅନେକ ଫସଲ ନଷ୍ଟ ହୋଇଛି । ସେହିଭଳି ଗୁମୁଡ଼ା ମୁଖ୍ୟ ବଜାର ଛକ ତାରିଣୀ ମନ୍ଦିର ନିକଟ ବସ୍ତିର ନାଗବଂଶ ବେଲାଳ ସେନ, ନାଗବଂଶ ଦାମ, ଦାନ୍ତି ଶବର ଓ ଫୁଲୁ ତ୍ରିପାଠୀଙ୍କର ଟିଣ ଛପର ଉଡ଼ି ଯାଇଛି । ଘଟଣାସ୍ଥଳରେ ଭାମିନି ପଞ୍ଚାୟତ ସରପଞ୍ଚ ଋତୁପ୍ରଭା ଗମାଙ୍ଗ ପହଞ୍ଚି କ୍ଷତିଗ୍ରସ୍ତଙ୍କୁ ସମସ୍ତ ପ୍ରକାର ସରକାରୀ ସୁବିଧା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ଇଟିଭି ଭାରତ, ରାୟଗଡ଼ା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.