ETV Bharat / state

ପାଇଖାନା ଟାଙ୍କିରେ ୩ ଜଣଙ୍କ ମୃତ୍ୟୁ ଘଟଣା, ୪୮ ଘଣ୍ଟା ପରେ ମୃତଦେହ ଉଦ୍ଧାର - three died of suffocation

ରାୟଗଡା ଜିଲ୍ଲା କାଶୀପୁର ଅଞ୍ଚଳରେ ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ତିନି ଜଣଙ୍କ ମୃତ୍ୟୁ ଘଟଣା । ୪୮ ଘଣ୍ଟା ପରେ ଟାଙ୍କିରୁ ଉଦ୍ଧାର ହେଲା ମୃତଦେହ । ଅଧିକ ପଢନ୍ତୁ...

ପାଇଖାନା ଟାଙ୍କିରେ ୩ ଜଣଙ୍କ ମୃତ୍ୟୁ ଘଟଣା, ୪୮ ଘଣ୍ଟା ପରେ ଉଦ୍ଧାର ହେଲା ମୃତଦେହ

author img

By

Published : Oct 20, 2021, 1:11 PM IST

ରାୟଗଡା: ଜିଲ୍ଲା କାଶୀପୁର ବ୍ଲକ ପଞ୍ଚାଳି ଗାଁରେ ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ତିନି ଜଣଙ୍କ ମୃତ୍ୟୁ ଘଟଣା । ୪୮ ଘଣ୍ଟା ପରେ ଟାଙ୍କିରୁ ଉଦ୍ଧାର ହେଲା ମୃତଦେହ । ସୋମବାର ଅପରାହ୍ନରେ ଘଟିଥିଲା ଏହି ଅଘଟଣ । ଟାଙ୍କି ଭିତରେ ଅକ୍ସିଜେନର ଅଭାବ ଯୋଗୁଁ ଉଦ୍ଧାର କାର୍ଯ୍ୟ ବିଳମ୍ବ ହୋଇଥିବା ଜଣାପଡିଛି ।

ପାଇଖାନା ଟାଙ୍କିରେ ୩ ଜଣଙ୍କ ମୃତ୍ୟୁ ଘଟଣା, ୪୮ ଘଣ୍ଟା ପରେ ଉଦ୍ଧାର ହେଲା ମୃତଦେହ

କାଶୀପୁର ଏବଂ ରାୟଗଡ଼ା ଦମକଳ ବାହିନୀର କର୍ମଚାରୀ ପହଞ୍ଚି ଗ୍ରାମବାସୀଙ୍କ ସହଯୋଗରେ ମୃତଦେହ ଉଦ୍ଧାର କରିଛନ୍ତି । ଏହି ସମୟରେ କାଶୀପୁର ତହସିଲଦାର ତଥା ମାଜିଷ୍ଟ୍ରେଟ ଶରତ ଶବର ସହ ଟିକିରି ଥାନା ଅଧିକାରୀ ବନ୍ଦନା ନାୟକ, ଏସଡ଼ିପିଓ ଦିବ୍ୟଜ୍ୟୋତି ଦାଶ ଉପସ୍ଥିତ ଥିଲେ ।

ଏହାମଧ୍ୟ ପଢନ୍ତୁ:ପାଇଖାନା ଟାଙ୍କି ନିର୍ମାଣ ବେଳେ ଅଘଟଣ; ୩ ମୃତ, ଜଣେ ଗୁରୁତର

ଅନ୍ୟପଟେ ମୃତକଙ୍କ ପରିବାରକୁ କ୍ଷତିପୂରଣ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ସମ୍ପୃକ୍ତ ଘର ମାଲିକ ପକ୍ଷରୁ ମୃତକଙ୍କ ପରିବାରକୁ ଦୁଇ ଲକ୍ଷ ଏବଂ ପ୍ରଶାସନ ପକ୍ଷରୁ ରେଡ଼କ୍ରସ ପାଣ୍ଠିରୁ ୧୦,୦୦୦ ଟଙ୍କା ସମେତ ମୃତଦେହ ଦାହ ପାଇଁ ହରିଶ୍ଚନ୍ଦ୍ର ଯୋଜନାରେ ଦୁଇ ହଜାର ଲେଖାଏଁ ଯୋଗାଇ ଦିଆଯିବାର ପ୍ରତିଶ୍ରୁତି ମିଳିବା ପରେ ଗ୍ରାମବାସୀ ମୃତଦେହ ଉଦ୍ଧାରରେ ସହଯୋଗ କରିଛନ୍ତି ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.