ETV Bharat / state

ସରିଲା ପ୍ରସିଦ୍ଧ ଗଦଗଦା ଯାତ୍ରା, ହଜାର ହଜାର ଭକ୍ତ ହେଲେ ଏକାଠି

author img

By

Published : Feb 9, 2023, 1:11 PM IST

ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପେଣେକାମ ପଞ୍ଚାୟତ ଅଧିନ ତାମିଙ୍ଗ ଗ୍ରାମ ନିକଟରେ ଆୟୋଜିତ ପ୍ରସିଦ୍ଧ ଗଦଗଦା ଯାତ୍ରାରେ ହଜାର ହଜାର ଭକ୍ତ ଏକାଠି ହୋଇଛନ୍ତି । ଅଧିକ ପଢନ୍ତୁ

ପ୍ରସିଦ୍ଧ ଗଦଗଦା ଯାତ୍ରା
rayagda famous gadgada yatra
rayagda famous gadgada yatra

ରାୟଗଡା: ପବିତ୍ର ମାଘ ପର୍ଣ୍ଣିମାରୁ ରାୟଗଡାରେ ପ୍ରସିଦ୍ଧ ଗଦଗଦା ଯାତ୍ରା ଅନୁଷ୍ଠିତ ହୋଇଥାଏ । ଜିଲ୍ଲା ରାମନାଗୁଡା ବ୍ଲକ ପେଣେକାମ ପଞ୍ଚାୟତ ଅଧିନ ତାମିଙ୍ଗ ଗ୍ରାମ ନିକଟରେ ଆୟୋଜିତ ଗଦଗଦା ଯାତ୍ରାରେ ବହୁ ସମାଗମ ହୋଇଛି । ୫୦ ହଜାରରୁ ଉର୍ଦ୍ଧ୍ବ ଭକ୍ତ ଏକାଠି ହୋଇଛନ୍ତି ।

ପବିତ୍ର ମାଘ ପୂର୍ଣ୍ଣିମା ବା ଅଗିରା ପୁନେଇଁ ଠାରୁ 4 ଦିନ ଧରି ଆରମ୍ଭ ହୋଇଥିବା ଗଦଗଦା ଯାତ୍ରାର ବୁଧବାର ଶେଷ ହୋଇଛି । ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ପେଣେକାମ ପଞ୍ଚାୟତ ଅଧିନ ତାମିଙ୍ଗ ଗ୍ରାମ ନିକଟରେ ଆୟୋଜିତ ଗଦଗଦା ଯାତ୍ରାରେ ପ୍ରତି ବର୍ଷ ପରି ଏ ବର୍ଷ ମଧ୍ୟ ଭକ୍ତଙ୍କ ସମାଗମ ହୋଇଥିଲା । ଚଳିତ ବର୍ଷ ୫୦ ହଜାରୁ ଅଧିକ ଭକ୍ତଙ୍କ ସମାଗମ ହୋଇଛି । ଏହି ଯାତ୍ରା ବର୍ଷକୁ ଥରେ ଅନୁଷ୍ଠିତ ହେଉଥିବା ବେଳେ ଚାରିଦିନ ଧରି ଏଠାରେ ପଥରଖୋଲ ମଧ୍ୟରେ ପ୍ରଭୁ ନୀଳକଣ୍ଠେଶ୍ବର ପୂଜା ପାଇଥାନ୍ତି । ପବିତ୍ର ମାଘ ପୂର୍ଣ୍ଣିମା ଅବସରରେ ନୀଳକଣ୍ଠେଶ୍ବରଙ୍କ ଏହି ଯାତ୍ରା ଅନୁଷ୍ଠିତ ହୋଇଥାଏ ।

ଏହା ବି ପଢନ୍ତୁ...ବଦଳିବ ଡିଏସଇ ଠିକଣା, ଏହି ସ୍କୁଲ କୋଠାକୁ ହେବ ସ୍ଥାନାନ୍ତର

ବଣପାହାଡ଼ ପଥର ଖୋଲ ମଧ୍ୟରେ ପ୍ରବାହିତ ଝରଣା ପାଣିରେ ନୀଳକଣ୍ଠେଶ୍ବର ଆସ୍ଥାନ ହୋଇଥିବା ବେଳେ ଏହି ଯାତ୍ରା ଲାଗି ସମଗ୍ର ଅଞ୍ଚଳ ଚଳଚଞ୍ଚଳ ହୋଇ ଉଠିଥାଏ । ଏହି ଯାତ୍ରା ଅବସରରେ ଆଖପାଖ ଅଞ୍ଚଳର ସମେତ ପଡୋଶୀ ଆନ୍ଧ୍ରର ଲୋକମାନେ ମଧ୍ୟ ଏଠାକୁ ଆସି ସାମିଲ ହୋଇଥାନ୍ତି । ସ୍ଥାନୀୟ ଲୋକଙ୍କ କହିବା ଅନୁଯାଇ ଏହି ଯାତ୍ରା ପ୍ରାୟ ଦୀର୍ଘ ଶହେ ବର୍ଷ ତଳୁ ହୋଇ ଆସୁଛି । ମାନସିକ ପୂରଣ ପରେ ଏଠାରେ ମୁଣ୍ଡନ କରାଇବା ବିଧି ରହି ଥିବା ବେଳେ ପ୍ରଭୁ ରାମଚନ୍ଦ୍ର ପାଦଚିହ୍ନ ଏଠାରେ ପ୍ରତ୍ୟକ୍ଷ ବିଦ୍ୟମାନ ।

ସେହିପରି ନୀଳକଣ୍ଠେଶ୍ବରଙ୍କ ଦର୍ଶନ କଲେ ସନ୍ତାନପ୍ରାପ୍ତି ସହ ମନସ୍କାମନା ପୂରଣ ହୁଏ ବୋଲି ଭକ୍ତଙ୍କ ମନରେ ବିଶ୍ବାସ ରହିଛି । ଝରଣାପାଣି ଉପରୁ ପଡି ଉତ୍ତର ଦିଗରେ ପ୍ରବାହିତ ହେଉଥିବାରୁ ଏହାକୁ ଉତ୍ତରଗଙ୍ଗା ବୋଲି ମଧ୍ୟ କୁହାଯାଏ । ପୁଣି ଆରବର୍ଷକୁ ଆପେକ୍ଷା କରିଛନ୍ତି ଶ୍ରଦ୍ଧାଳୁ ।

ଇଟିିଭି ଭାରତ, ରାୟଗଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.