ETV Bharat / state

କାରୁବୁଙ୍କୁ ମିଳିଲାନି କାନ୍ଧ, ପିପିଇ କିଟ୍ ପିନ୍ଧି ଶେଷକୃତ୍ୟ କଲେ ଯୁବଗୋଷ୍ଠୀ - କାରୁବୁଙ୍କୁ ମିଳିଲାନି କାନ୍ଧ

ଶହେରୁ ଊର୍ଦ୍ଧ୍ବ ମୃତଦେହକୁ କାନ୍ଧ ଦେଇଥିଲେ । ହେଲେ ନିଜ ଶେଷଯାତ୍ରା ବେଳକୁ କାନ୍ଧ ଦେବାକୁ କେହି ଆସିଲେନି । ୪ ଘଣ୍ଟା ମୃତଦେହ ଘରେ ପଡ଼ି ରହିବା ପରେ ସ୍ଥାନୀୟ ଯୁବକମାନେ ପିପିଇ କିଟ୍ ପିନ୍ଧି ଟ୍ରଲିରେ ବୋହି ନେଇ ଶେଷକୃତ୍ୟ ସମ୍ପନ୍ନ କରିଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି ଗୁଡ଼ାରି ଏନଏସିରେ । ଅଧିକ ପଢନ୍ତୁ...

The youth wore a PPE kit and performed the funeral

author img

By

Published : Aug 11, 2020, 6:23 AM IST

ରାୟଗଡା: ନିଜେ ଶହେରୁ ଊର୍ଦ୍ଧ୍ବ ମୃତଦେହକୁ କାନ୍ଧ ଦେଇଥିଲେ । ହେଲେ ନିଜ ଶେଷଯାତ୍ରା ବେଳକୁ କାନ୍ଧ ଦେବାକୁ କେହି ଆସିଲେନି । ୪ ଘଣ୍ଟା ମୃତଦେହ ଘରେ ପଡ଼ି ରହିବା ପରେ ସ୍ଥାନୀୟ ଯୁବକମାନେ ପିପିଇ କିଟ୍ ପିନ୍ଧି ଟ୍ରଲିରେ ବୋହି ନେଇ ଶେଷକୃତ୍ୟ ସମ୍ପନ୍ନ କରିଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି ଗୁଡ଼ାରି ଏନଏସିରେ । ଅନ୍ତିମ ସଂସ୍କାର ପରେ ଶେଷକୃତ୍ୟରେ ସାମିଲ୍ ହୋଇଥିବା ୩ ଯୁବକ ହୋମ୍ କ୍ବାରେଣ୍ଟିନରେ ଥିବା ଜଣାପଡ଼ିଛି ।

ସୂଚନାନୁସାରେ, ଗୁଡ଼ାରି ବାରାଟମ ସାହିର 64 ବର୍ଷୀୟ ବି. କାରୁବୁ ଗତ କିଛି ଦିନ ଧରି ଅସୁସ୍ଥ ଥିଲେ । ରବିବାର ମଧ୍ୟାହ୍ନରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହୋଇ ପଡ଼ିଥିଲା । ଭଲ ଭାବରେ ନିଶ୍ବାସ ନେଇ ପାରିନଥିଲେ କାରୁବୁ । ଅଣନିଶ୍ବାସୀ ହୋଇ ଦିନ ପ୍ରାୟ ୧ଟାରେ ଆଖି ବୁଜିଥିଲେ । ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସାହି, ପଡୋଶୀ କେହି କାରୁବୁଙ୍କ ଘରକୁ ଆସିନଥିଲେ । ଏପରିକି କୋରୋନା ସଂକ୍ରମଣ ଭୟରେ ତାଙ୍କ ସମ୍ପର୍କୀୟ ମଧ୍ୟ କାରୁବୁଙ୍କ ଶେଷ ଦର୍ଶନ କିମ୍ବା ଶେଷକୃତ୍ୟ ପାଇଁ ଯାଇନଥିଲେ । ଫଳରେ ୪ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି ଘରେ ପଡ଼ି ରହିଥିଲା ମୃତଦେହ । ଶେଷରେ ଗୁଡାରିର ୩ ଯୁବକ ରଞ୍ଜନ କୁମାର ରଥ, ରଘୁନନ୍ଦନ ସାହୁ, ଚିନାରୀ ନାଗାରାଜୁ କାରୁବୁଙ୍କ ଶେଷକୃତ୍ୟ ପାଇଁ ଅଣ୍ଟା ଭିଡ଼ିଥିଲେ । ୩ ଯୁବକ ଗୁଡାରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ପିପିଇ କିଟ୍ ଆଣି ପିନ୍ଧିବା ପରେ ଅପରାହ୍ନ ୪ଟାରେ ଘର ଭିତରୁ ମୃତଦେହକୁ ବାହାରକୁ ଆଣିଥିଲେ । ୩ ଜଣଙ୍କ ଦ୍ବାରା ମୃତଦେହ ଶ୍ମଶାନକୁ ନେବା ସମ୍ଭବପର ନଥିବାରୁ ଏକ ଟ୍ରଲି ମାଧ୍ୟମରେ କାରୁବୁଙ୍କ ମୃତଦେହକୁ ଶ୍ମଶାନକୁ ନେଇଥିଲେ ଯୁବକମାନେ ।

ସାହି, ପଡୋଶୀ, ସମ୍ପର୍କୀୟ ମୃତଦେହ ନେବା ସମୟରେ ନିଜ ଘର ବାରଣ୍ଡାରେ ଠିଆ ହୋଇ ଦେଖୁଥିଲେ ମଧ୍ୟ କେହି ବି ପାଖକୁ ଆସିନଥିଲେ । ସନ୍ଧ୍ୟାରେ ବଂଶଧାରା ଶ୍ମଶାନରେ କାରୁବୁଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ପୁଅ ବି. ସନ୍ତୋଷ ମୁଖାଗ୍ନି ଦେଇଥିଲେ । ଶେଷକୃତ୍ୟ ପରେ ଶବଦାହ କରିଥିବା ରଞ୍ଜନ, ରଘୁନନ୍ଦନ, ନାଗାରାଜୁଙ୍କୁ ପ୍ରଶାସନ ପକ୍ଷରୁ ହୋମ୍ କ୍ବାରେଣ୍ଟିନରେ ରହିବାକୁ ନିର୍ଦ୍ଦେଶ ହୋଇଛି ।

କ୍ଷୁଦ୍ର ବ୍ୟବସାୟୀ କରି ପରିବାର ଚଳାଉଥିବା କାରୁବୁ ସହରର ଯେକୌଣସି ବ୍ୟକ୍ତି କିମ୍ବା ନିଜ ସଂପ୍ରଦାୟ ଲୋକଙ୍କ ମୃତ୍ୟୁ ହେଲେ ମୃତଦେହକୁ କାନ୍ଧେଇ ଶ୍ମଶାନକୁ ନେଉଥିଲେ । ନିଜ ଜୀବନ କାଳ ଭିତରେ କାରୁବୁ ଶତାଧିକ ମୃତଦେହକୁ କାନ୍ଧ ଦେଇଛନ୍ତି । ହେଲେ ବିଡ଼ମ୍ବନାର ବିଷୟ, କୋରୋନା ଭଳି ବିପତ୍ତି ସମୟରେ ମୃତ୍ୟୁ ଯୋଗୁଁ ତାଙ୍କ ଶେଷଯାତ୍ରାରେ କେହି ସାମିଲ୍ ହୋଇନଥିଲେ । ଶତାଧିକ ଲୋକଙ୍କ ମୃତଦେହକୁ ଶେଷ ସମୟରେ କାନ୍ଧ ଦେଇଥିବା କାରୁବୁ ଶେଷରେ ଟ୍ରଲିରେ ବୁହା ହୋଇ ଶ୍ମଶାନକୁ ଯିବା ଘଟଣା ମାନବ ସମାଜର ଦାୟିତ୍ବବୋଧ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଛି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.