ETV Bharat / state

ରାଜସ୍ବ ଅମଲା ସଂଘ ନିର୍ବାଚନ: ସଭାପତି ମନୋଜ, ମୁରଲିକ୍ରିଷ୍ଣା ସଂପାଦକ - mla sangha election

ସରିଲା ରାୟଗଡା ରାଜସ୍ବ ଅମଲା ସଂଘର ନିର୍ବାଚନ । ଜିଲ୍ଲାର ମୋଟ ୨୧୭ ଜଣ ରାଜସ୍ବ ଅମଲା ଭୋଟଦାନରେ ଅଂଶଗ୍ରହଣ କରିଥିଲେ । ଅଧିକ ପଢନ୍ତୁ...

over
ରାଜସ୍ବ ଅମଲା ସଂଘ ନିର୍ବାଚନ
author img

By

Published : Mar 2, 2020, 11:24 PM IST

ରାୟଗଡା: ଆସନ୍ତା ୩ ବର୍ଷ ପାଇଁ ରାଜସ୍ବ ଅମଲା ସଂଘ ରାୟଗଡା ଜିଲ୍ଲା ଶାଖାର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଏହି ନିର୍ବାଚନରେ ସଭାପତି ଭାବେ ମନୋଜ ରଥ ଏବଂ ସଂପାଦକ ଭାବେ ମୁରଲି କ୍ରିଷ୍ଣା ପଣ୍ଡା ନିର୍ବାଚିତ ହୋଇଛନ୍ତି।

ରାଜସ୍ବ ଅମଲା ସଂଘ ନିର୍ବାଚନ

ସେହପରି ଉପସଭାପତି ଭାବେ ମାନସ କୁମାର ସାହୁ, ସହ ସଂପାଦିକା ଭାବେ ଅନିତା ଦାସ, କୋଷାଧ୍ୟକ୍ଷ ଭାବେ ପ୍ରସନ୍ନ କୁମାର ପାଢୀ ନିର୍ବାଚିତ ହୋଇଛନ୍ତି। ଏଥିପାଇଁ ଜିଲ୍ଲାର ମୋଟ ୨୧୭ ଜଣ ରାଜସ୍ବ ଅମଲା ଭୋଟଦାନରେ ଅଂଶଗ୍ରହଣ କରିଥିଲେ।

ନିର୍ବାଚନ ଅଧିକାରୀ ଭାବେ ନୁଆଲ ଏବଂ ଧନେଶ୍ବର କୁମ୍ଭାର ପରିଚାଳନା କରିଥିବା ବେଳେ, ନିର୍ବାଚନ ନିରୀକ୍ଷକ ଭାବେ ଶଙ୍କର ପ୍ରସାଦ ପଟ୍ଟନାୟକ ନିଯୁକ୍ତି ହୋଇଥିଲେ। ସଙ୍ଘର ନବ ନିର୍ବାଚିତ କର୍ମକର୍ତ୍ତାଙ୍କୁ ଜିଲ୍ଲାପାଳ ପ୍ରମୋଦ ବେହେରା, ପିଡ଼ି ଅମୃତ ଋତୁରାଜ ପ୍ରମୁଖ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.