ରାୟଗଡା: ଜିଲ୍ଲା ବିଜୁ ଯୁବ ଜନତା ଦଳର କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ କୈଳାସ ହୋଟେଲ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଜୁ ଯୁବ ଜନତା ଦଳର କୋରାପୁଟ ଜୋନାଲ ସଭାପତି ତାପସ ତ୍ରିପାଠୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ ।
ଏହି ଅବସରରେ ଜିଲ୍ଲାର ବିଜୁ ଜନତା ଦଳର ନବ ନିର୍ବାଚିତ କର୍ମକର୍ତାଙ୍କୁ ସମ୍ବୋର୍ଦ୍ଧନା ଦିଆଯାଇଥିଲା । ଆଗାମୀ ଦିନରେ ଦଳର ସଂଗଠନ କିପରି ସୁଦୃଢ ହୋଇପାରିବ ସେନେଇ ଆଲୋଚନା ସହ ରଣନୀତି ମଧ୍ୟ ପ୍ରସ୍ତୁତ ହୋଇଛି ।
ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ରାଜ୍ୟ ବିଜୁ ଯୁବ ଜନତା ଦଳର ଯୁଗ୍ମ ସମ୍ପାଦକ ତଥା ରାୟଗଡା ଜିଲ୍ଲା ପର୍ଯ୍ୟବେକ୍ଷକ ଦେବୀ ପ୍ରସାଦ ଦାସ ଯୋଗ ଦେଇଥିବା ବେଳେ , ପୂର୍ବତନ ମନ୍ତ୍ରୀ ଲାଲ ବିହାରି ହିମିରିକା, ଜିଲ୍ଲା ବିଜେଡି ସଭାପତି ତଥା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଟା ସୁଧୀର କୁମାର ଦାସ,ଜିଲ୍ଲା ଯୁବ ବିଜୁ ଜନତା ଦଳ ସଭାପତି ଦେବାଶିଷ ଖାଡାଙ୍ଗ ପ୍ରମୁଖ ଯୋଗ ଦେଇଥିଲେ ।
ରାୟଗଡାରୁ ରଞ୍ଜନ କୁମାର ରଥ , ଇଟିଭି ଭାରତ