ETV Bharat / state

କର୍ତ୍ତବ୍ୟରେ ଅବହେଳା ପଡିଲା ମହଙ୍ଗା, ରାୟଗଡା ପୂର୍ତ୍ତ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ନିଲମ୍ବିତ

author img

By

Published : Oct 18, 2022, 10:59 PM IST

Updated : Oct 19, 2022, 1:14 PM IST

କର୍ତ୍ତବ୍ୟ ଅବହେଳା ଯନ୍ତ୍ରୀଙ୍କ ଉପରେ ମହଙ୍ଗା ପଡ଼ିଛି । ରାଜ୍ୟ ସରକାର ଏଥିଲାଗି ରାୟଗଡ଼ା ପୂର୍ତ୍ତ ବିଭାଗର ଅଧିକ୍ଷଣ ଯନ୍ତ୍ରୀଙ୍କୁ ନିଲମ୍ବିତ କରିଥିବା ଜଣାପଡ଼ିଛି । ଅଧିକ ପଢନ୍ତୁ

Superintendent Engineer of Rayagada Public works department suspended due to negligence in Work
କର୍ତ୍ତବ୍ୟରେ ଅବହେଳା ପଡିଲା ମହଙ୍ଗା, ରାୟଗଡା ପୂର୍ତ୍ତ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ନିଲମ୍ବିତ

ରାୟଗଡ଼ା: ରାଜ୍ୟ ସରକାର ରାୟଗଡ଼ା ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଯମୁନା ବେହେରାଙ୍କୁ ନିଲମ୍ବିତ କରିଛନ୍ତି । କାର୍ଯ୍ୟରେ ଅବହେଳା ଓ ଅନିୟମିତତା ପାଇଁ ଅଧିକ୍ଷଣ ଯନ୍ତ୍ରୀଙ୍କୁ ନିଲମ୍ବିତ କରାଯାଇଥିବା ସୂଚନା ମିଳିଛି । ଯାହାକି ସମଗ୍ର ଜିଲ୍ଲାରେ ହଇଚଇ ସୃଷ୍ଟି କରିଛି । ସସପେଣ୍ଡ ପରେ ତାଙ୍କୁ ଭୁବନେଶ୍ବର ମୁଖ୍ୟଯନ୍ତ୍ରୀ କାର୍ଯ୍ୟାଳୟ ହେଡକ୍ବାଟର୍ସକୁ ଫିକ୍ସ କରାଯାଇଛି ।

ରାୟଗଡା ପୂର୍ତ୍ତ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ନିଲମ୍ବିତ

ନିଲମ୍ବିତ ଯନ୍ତ୍ରୀ ରାୟଗଡ଼ା ଡିଭିଜନ -୧ରେ କାର୍ଯ୍ୟରତ ଥିଲେ। ମୁଖ୍ୟତଃ ଟେଣ୍ଡର ଜାଲିଆତି ଓ ଏହାର ତଦନ୍ତ ଆଧାର କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଥିବା ଜଣାପଡିଛି । କୋରୋନା ମହାମାରୀ ସମୟରେ ଡିଭିଜନର କାର୍ଯ୍ୟାଳୟର ନବୀକରଣ ନାମରେ ଗୋଟିଏ ଠିକାଦାର ଉପରେ ଅନୁକମ୍ପା ଦେଖାଇ ୪୦ଲକ୍ଷ ଟଙ୍କାର କାର୍ଯ୍ୟାଦେଶ ହୋଇଥିବା ଅଭିଯୋଗ ହୋଇଥିଲା । ଏହା ପରେ ଲୋକାୟୁକ୍ତଙ୍କ ନିର୍ଦ୍ଦେଶରେ ସରକାର ଅଧୀକ୍ଷଣ ଯନ୍ତ୍ରୀ ଯମୁନା ବେହେରାଙ୍କୁ କାର୍ଯ୍ୟରୁ ନିଳମ୍ବତ ଆଦେଶ ଜାରି କରିଛନ୍ତି ।

ଏହା ବି ପଢନ୍ତୁ- ରାଜ୍ୟରେ ପ୍ରଥମଥର ପଡୋଶୀ ରାଜ୍ୟକୁ ନିଶୁଳ୍କ ଆମ୍ବୁଲାନ୍ସ ସେବା ଆରମ୍ଭ

କୋରୋନା ମୁକାବିଲା ପାଇଁ ସମଗ୍ର ରାଜ୍ୟରେ ବିଭିନ୍ନ ସରକାରୀ ଅଫିସରେ ତତ୍ପରତା ଲାଗି ରହିଥିବା ବେଳେ ପୂର୍ତ ବିଭାଗର କାର୍ଯ୍ୟାଳୟ ନବୀକରଣ ହେଉଥିବା ନେଇ ବିଭିନ୍ନ ଖବର କାଗଜରେ ପ୍ରକାଶ ପାଇଥିଲା । ଏହାକୁ ନେଇ ସରକାର ରାୟଗଡା ଜିଲ୍ଲାପାଳଙ୍କୁ ରିପୋର୍ଟ ତଲବ କରିଥିଲେ । ପରେ ତତ୍କାଳୀନ ଉପ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ ତଦନ୍ତ କରି ଜିଲ୍ଲାପାଳଙ୍କୁ ରିପୋର୍ଟ ଦେଇଥିଲେ । ଗଣମାଧ୍ୟମ ଏବଂ ଉପ ଜିଲ୍ଲାପାଳଙ୍କ ରିପୋର୍ଟକୁ ନେଇ ୨୦୨୨ ଏପ୍ରେଲ ମାସରେ ଓଡ଼ିଶା ଲୋକାୟୁକ୍ତରେ ମାମଲା ରୁଜୁ କରିଥିଲେ ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନ ।

ଏହି ମାମଲାକୁ ବିଚାର କରି ଲୋକାୟୁକ୍ତ ପୁଣି ତତ୍କାଳୀନ ଜିଲ୍ଲାପାଳଙ୍କୁ ରିପୋର୍ଟ ମାଗିଥିଲେ । ସମସ୍ତ ରିପୋର୍ଟକୁ ଅନୁଧ୍ୟାନ କରି ୩ ଜଣିଆ ଖଣ୍ଡପୀଠ ରାୟଗଡ଼ା ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଯମୁନା ବେହେରାଙ୍କୁ ସସପେଣ୍ଡ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଲୋକାୟୁକ୍ତଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ସରକାର ଚଳିତ ମାସ ୧୫ ତାରିଖରେ ଅଧୀକ୍ଷଣ ଯନ୍ତ୍ରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ ଆଦେଶ ଜାରି କରିଛନ୍ତି ।

ପ୍ରକାଶ ଥାଉ କି ରାୟଗଡ଼ା ପୂର୍ତ ବିଭାଗର ୧ ନଂ ଡିଭିଜନରେ ଗତ ୨୦୨୧ମାର୍ଚ୍ଚ ୧୭ ତାରିଖରେ ନବୀକରଣର ନାମରେ ଟେଣ୍ଡର ନୋଟିସ ପ୍ରକାଶ ପାଇଥିଲା । ୪୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ଗୋଟିଏ କାମ ପାଇଁ ଏକକ ଟେଣ୍ଡର କରାନଯାଇ ୮ଟି ଟେଣ୍ଡର କରାଯାଇଥିଲା । ନିର୍ଦ୍ଦିଷ୍ଟ ଜଣେ ଠିକାଦାରଙ୍କୁ ଅନୁକମ୍ପାମୂଳକ ଭାବେ ସମସ୍ତ କାର୍ଯ୍ୟାଦେଶ ଦିଆଯାଇଥିଲା ।

ଇଟିଭି ଭାରତ, ରାୟଗଡ଼ା

Last Updated : Oct 19, 2022, 1:14 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.