ETV Bharat / state

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହଷ୍ଟେଲ ଛାତ୍ରୀଙ୍କ ମୃତ୍ୟୁ - electric shock

କସ୍ତୁରବା ହୋଷ୍ଟେଲ କାନ୍ଥରେ ଝୁଲିଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ସପ୍ତମ ଶ୍ରେଣୀ ଛାତ୍ରୀ ନନ୍ଦିନୀ କଡ୍ରକାଙ୍କ ମୃତ୍ୟୁ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାୟଗଡା
author img

By

Published : Jul 11, 2019, 9:54 AM IST

ରାୟଗଡା: ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୁନିଗୁଡା ବ୍ଲକ କୁମୁଡ଼ାବାଲି ସ୍ଥିତ କସ୍ତୁରବା ବାଳିକା ବିଦ୍ୟାଳୟର ଜଣେ ଅନ୍ତେବାସୀର ମୃତ୍ୟୁ ହୋଇଛି । ନାବାଳିକା ଜଣକ ଖାଇସାରିବା ପରେ ହଷ୍ଟେଲକୁ ଫେରିବା ସମୟରେ ଓହଳିଥିବା ତାରକୁ ଧରିବା ପରେ ଏପରି ଘଟଣା ଘଟିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

ପ୍ରତ୍ୟେକ ଦିନ ଭଳି କସ୍ତୁରବା ହଷ୍ଟେଲରେ ଥିବା 130 ଜଣ ଛାତ୍ରୀ ଖାଇସାରି ନିଜ ନିଜ ରୁମକୁ ଫେରିଥିଲେ । କିନ୍ତୁ ଫେରିବା ବାଟରେ କାନ୍ଥରେ ଓହଳି ଥିବା ଏକ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ସପ୍ତମ ଶ୍ରେଣୀ ଅନ୍ତେବାସୀନୀ ନନ୍ଦିନୀ କଡ୍ରକାଙ୍କ ମୃତ୍ୟୁ ହୋଇଛି ।

ଛାତ୍ରୀ ଜଣକ ପ୍ରଥମେ ତାରରେ ଲାଗିଯିବାରୁ ତାକୁ ଅନ୍ୟ ସହପାଠୀ ମାନେ ଅଲଗା କରିବା ସହ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଖବର ଦେଇଥିଲେ । ସ୍କୁଲ କର୍ତ୍ତୃପକ୍ଷ ପରେ ଛାତ୍ରୀ ଜଣକୁ ମୁନିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ତେବେ ସେଠାରେ ଡାକ୍ତର ଛାତ୍ରୀଙ୍କୁ ମୃତ ଘୋଷଣା କରିଛନ୍ତି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.