ETV Bharat / state

ପେଟ୍ରୋଲ ପମ୍ପରେ ସର୍ଟସର୍କିଟ, ଜଳିଗଲା ଟ୍ରକ - ଅଳ୍ପକେ ବର୍ତ୍ତିଲା ବଡ ଦୁର୍ଘଟଣା

ଅଟକି ଗଲା ବଡ ଦୁର୍ଘଟଣା । ଟ୍ରକରେ ଲାଗିଗଲା ନିଆଁ। ପେଟ୍ରୋଲ ପମ୍ପରେ ଠିଆ ହୋଇଥିବା ଟ୍ରକରେ ଲାଗିଲା ନିଆଁ । ଅଧିକ ପଢ଼ନ୍ତୁ

Standing truck caught fire in Petrol pump
ଜଳିଗଲା ଟ୍ରକ
author img

By

Published : Dec 24, 2022, 10:54 PM IST

ଜଳିଗଲା ଟ୍ରକ

ରାୟଗଡ଼ା : ଅଳ୍ପକେ ବର୍ତ୍ତିଲା ବଡ ଦୁର୍ଘଟଣା । ପେଟ୍ରୋଲ ପମ୍ପରେ ସର୍ଟସର୍କିଟ ଯୋଗୁଁ ଜଳିଗଲା ଟ୍ରକ । ରାୟଗଡ଼ା ଠାରୁ ୧୦ କିମି ଦୂର କୋମତାଲପେଟା ନିକଟରେ ଥିବା ପେଟ୍ରୋଲ ପମ୍ପ ନିକଟରେ ଆଜି ସର୍ଟସର୍କିଟ ହୋଇଥିଲା ।

ଫଲରେ ପାଖରେ ଥିବା ଏକ ଟ୍ରକରେ ନିଆଁ ଲାଗିଯାଇଥିଲା । ତେବେ ସ୍ଥାନୀୟ ଲୋକଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ଅଳ୍ପକେ ଏକ ବଡଧରଣର ଦୁର୍ଘଟଣାକୁ ଏଡାଇ ଦିଆଯାଇଛି । ଘଟଣାରୁ ପ୍ରକାଶ ଯେ, କୋମତାଲପେଟା ସ୍ଥିତ ଭାରତ ପେଟ୍ରୋଲ ପମ୍ପ ନିକଟରେ ଛିଡା ରହିଥିବା (ଓଡି-୧୮ ଏ ୬୮୫୭) ନମ୍ବର ଏକ ଟ୍ରକରେ ହଠାତ ନିଆଁ ଲାଗିଯାଇଥିଲା । ଦେଖୁ ଦେଖୁ ଟ୍ରକଟି ହୁତୁ ହୁତୁ ହୋଇ ଜଳିବାକୁ ଲାଗିଲା ।

ଏହାପରେ ପେଟ୍ରୋଲ ପମ୍ପରେ ତେଲ ପକାଇବାକୁ ଆସିଥିବା ଗ୍ରାହକମାନେ ତୁରନ୍ତ ବାଲି ଏବଂ ନିଆଁ ଲିଭା ଗ୍ୟାସ ପ୍ରୟୋଗ କରିଥିଲେ । ଟ୍ରକରୁ ନିଆଁ ଲିିଭିବା ପରେ ଟ୍ରକଟିକୁ ଠେଲି ସୁରକ୍ଷିତ ସ୍ଥାନକୁ ନେଇଯାଇଥିଲେ ।

ସର୍ଟସର୍କିଟ ଯୋଗୁଁ ଉକ୍ତ ଟ୍ରକରେ ନିଆଁ ଲଗାଯାଇଥିବା ସନ୍ଦେହ କରାଯାଉଛି । ଖବରପାଇ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ । ଟ୍ରକର କେବିନ୍ ଭିତରେ ନିଆଁ ଲାଗିଯିବାରୁ ବ୍ୟାପକ କ୍ଷୟକ୍ଷତି ଘଟିଥିବା ବେଳେ କାହାର କିଛି କ୍ଷତି ହୋଇନାହିଁ।

ଇଟିଭି ଭାରତ, ରାୟଗଡ଼ା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.