ETV Bharat / state

ପ୍ରକୃତି ଡୋରିରେ ବନ୍ଧା ପ୍ରକୃତିମଣିଷ, ବେଶଭୂଷାକୁ ନେଇ ଗର୍ବିତ ଡଙ୍ଗରିଆ

ଆଦିମ କନ୍ଧ ସମ୍ପ୍ରଦାୟ ମଧ୍ୟରେ ଡଙ୍ଗରିଆ ଏକ ବୃହତ ଜନଜାତି । ଜୀବନ ଜୀବିକା କହିଲେ ଜଙ୍ଗଲରୁ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରିବା ଓ ପାହାଡ଼ରେ ଚାଷ କରିବା। ଅଧିକ ପଢନ୍ତୁ...

Dongaria tribes
ପ୍ରକୃତି ଡୋରିରେ ବନ୍ଧା ପ୍ରକୃତିମଣିଷ, ବେଶଭୂଷାକୁ ନେଇ ଡଙ୍ଗରିଆ ଗର୍ବିତ
author img

By

Published : Nov 19, 2020, 8:04 AM IST

Updated : Nov 19, 2020, 9:11 AM IST

ରାୟଗଡ: ଆଦିମ କନ୍ଧ ସମ୍ପ୍ରଦାୟ ମଧ୍ୟରେ ଡଙ୍ଗରିଆ ଏକ ବୃହତ ଜନଜାତି । ଜୀବନ ଜୀବିକା କହିଲେ ଜଙ୍ଗଲରୁ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରିବା ଓ ପାହାଡ଼ରେ ଚାଷ କରିବା। ନିୟମଗିରିକୁ କୌଣସି କ୍ଷତି ନ ପହଞ୍ଚାଇ, ପାହାଡ ଉପରେ ବିଭିନ୍ନ ପ୍ରକାରର ଫସଲ ସୋପାନରେ କରିଥାନ୍ତି । ଅନେକ ଆଦିବାସୀ ସମ୍ପ୍ରଦାୟ ପରି ଡଙ୍ଗରିଆ ମଧ୍ୟ ଜଳ ଜମି ଜଙ୍ଗଲ ସହିତ ଅଙ୍ଗାଅଙ୍ଗୀ ଭାବେ ଜଡିତ । ସେଥିପାଇଁ ଏମାନେ ନିୟମ ରଜା ର ସନ୍ତାନ ଭାବେ ବିବେଚିତ ।

ପ୍ରକୃତି ଡୋରିରେ ବନ୍ଧା ପ୍ରକୃତିମଣିଷ, ବେଶଭୂଷାକୁ ନେଇ ଡଙ୍ଗରିଆ ଗର୍ବିତ

ଏମାନଙ୍କ ବେଶଭୂଷା ଅନ୍ୟ ଜନଜାତିଠାରୁ ଭିନ୍ନ ଓ ସ୍ୱତନ୍ତ୍ର । ମହିଳା ମାନେ ଧଳା ଲୁଗା ପିନ୍ଧିବା ସହ ନାକରେ ମୁରମା, ବେକରେ ଖଗଲା ବଳା ସାଙ୍ଗକୁ ମେକୁଳିଆ ମାଳି ପିନ୍ଧିଥାନ୍ତି। ପରିଧାନରେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଉଛି କାପାଡାଗୁନ୍ଦା । ଏହାକୁ ସେମାନେ ନିଜ ହାତରେ ସିଲେଇଥାନ୍ତି । କୁହାଯାଏ ଯେ ଏହା ସେମାନଙ୍କ ପ୍ରେମର ପ୍ରତିକ ଓ ପୁରୁଷ ପିଲା ପାଇଁ ସମ୍ମାନଜନକ ଉତ୍ତରିୟ । ଏହାସହ ଡଙ୍ଗରିଆ ଯୁବତୀ ସୁନ୍ଦର ଖୋସା ବାନ୍ଧି, ସେଥିରେ ନିଲା କାଟ୍ରୀ ଖୁଞ୍ଚିଥାନ୍ତି । ଏହି ନିଲା କାଟ୍ରୀ ଗଛ କାଟିବା ଓ ସୂତା କାଟିବା ସହ ସୁରକ୍ଷା ଦିଏ ଡଙ୍ଗରିଆ ସୁନ୍ଦରୀଙ୍କୁ ।

ଡଙ୍ଗରିଆଙ୍କ ବିବାହ ପ୍ରକ୍ରିୟା ମଧ୍ୟ ବେଶ୍ ନିଆରା । ସ୍ଥିରିକୃତ ଯୁବତୀକୁ ବିବାହ କରିବାକୁ ହେଲେ ଯୁବକକୁ ଯୁବତୀ ଘରେ 2-3 ବର୍ଷ ଗୋତି ଖଟିବାକୁ ପଡେ । ପରେ ଯୁବତୀଙ୍କ ପରିବାର ରାଜି ହେଲେ ବିବାହ ହୁଏ । ବିବାହ ପରେ ଯୁବତୀର କୌଣସି ସ୍ବାଧୀନତା ରହେ ନାହିଁ । ଏମାନଙ୍କ ମୁଖ୍ୟ ପରମ୍ପରା କହିଲେ ପୂଜା ପର୍ବ ଓ ନାଚଗୀତ କୁ ବୁଝାଏ । ଜଙ୍ଗଲ ପାହାଡ ନଦୀ ଝରଣା ପରି ପ୍ରକୃତି କୁ ପୂଜା କରି ଏମାନେ ଆଜି ପର୍ଯ୍ୟନ୍ତ ନିଜ ସ୍ଵାତନ୍ତ୍ର ବଜାୟ ରଖି ଛନ୍ତି . ସନ୍ଧ୍ୟା ହେଲେ ଧାଙ୍ଗିଡି ବସାରେ ଏକଜୁଟ ହୋଇଯାଆନ୍ତି ଧାଙ୍ଗଡା-ଧାଙ୍ଗଡି । ବିଭିନ୍ନ ପ୍ରକାର ଗୀତ ଗାଇବା ସହ ନାଚଗୀତରେ ମଜିଯାଆନ୍ତି ଏମାନେ ଓ ଦିନଯାକର ପରିଶ୍ରମକୁ କ୍ଷଣିକରେ ଭୁଲି ଯାଆନ୍ତି ।

ନିୟମ ରାଜାର ସୁରକ୍ଷା ପାଇଁ ଜୀବନ ଦେବାରେ ପଛଘୁଞ୍ଚା ଦେଇନି ଡଙ୍ଗରିଆ । ଏହାର ପ୍ରମାଣ 2013ରେ ସମଗ୍ର ବିଶ୍ବ ଦେଖିବାକୁ ପାଇଥିଲା । ପାହାଡ, ଜଙ୍ଗଲ ମଧ୍ୟରେ ରହୁଥିବା ଏହି ଜନଜାତି ନିଜ ଜନ୍ମସ୍ଥାନକୁ ସୁରକ୍ଷା ଦେବା ପାଇଁ ଭାରତର ସୁପ୍ରିମକୋର୍ଟର ଦ୍ବାରସ୍ଥ ହେବାକୁ ପଛେଇନଥିଲେ ଏମାନେ । ମାଇନିଂ ଜିଆଣ୍ଟ ବେଦାନ୍ତ ସହ ନିୟମଗିରିର ସୁରକ୍ଷା ପାଇଁ ଲଢିବାକୁ ଆଗେଇ ଆସିଥିଲେ ଡଙ୍ଗରିଆ ଓ ଖଣି ଖନନରୁ ନିୟମଗିରିକୁ ବଞ୍ଚେଇବାରେ ସଫଳ ହୋଇଥିଲେ । ବର୍ତ୍ତମାନ କିନ୍ତୁ ସେମାନଙ୍କ ଜମି ଏବଂ ଜୀବନ ପୁଣି ବିପଦରେ । ଡଙ୍ଗରିଆ ନେତାମାନେ ପୋଲିସ ଅତ୍ୟାଚାରର ଶିକାର ହେଉଛନ୍ତି ଓ ମିଥ୍ୟା ଅଭିଯୋଗରେ ଜେଲ ଦଣ୍ଡ ଭୋଗୁଛନ୍ତି । ଡଙ୍ଗରିଆ ତଥାପି ହାର ମାନିନି ଓ ଶିଳ୍ପପତି ଓ ସରକାରଙ୍କ ବିରୋଧରେ ଲଢେଇ ଜାରି ରହିଛି ହେଲେ ମନରେ ସମ୍ପ୍ରଦାୟ,ଓ ପ୍ରକୃତି ନଷ୍ଟ ହେବାର ଭୟ ଏବେବି ରହିଛି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Last Updated : Nov 19, 2020, 9:11 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.