ETV Bharat / state

97 ବରିଷ୍ଠ ନାଗରିକଙ୍କୁ ନେଇ ଗଡିଲା ରାଜ୍ୟ ସରକାରଙ୍କ ତୀର୍ଥଯାତ୍ରୀ ବସ - ରାୟଗଡା ଖବର

97 ଜଣ ବରିଷ୍ଠ ନାଗରିକଙ୍କୁ ନେଇ ତୀର୍ଥଯାତ୍ରା ଆରମ୍ଭ । ଏମାନେ ଟ୍ରେନ ଯୋଗେ ତିରୁପତି, ମଦୁରାଇ, ରାମେଶ୍ବର ଆଦି ବହୁ ତୀର୍ଥକ୍ଷେତ୍ର ଭ୍ରମଣର କାର୍ଯ୍ୟକ୍ରମ ରହିଛି । ଅଧିକ ଖବର ପଢନ୍ତୁ...

senior citizen
ଗଡିଲା ରାଜ୍ୟ ସରକାରଙ୍କ ତୀର୍ଥଯାତ୍ରୀ ବସ, 97 ବରିଷ୍ଠ ନାଗରିକ ସାମିଲ
author img

By

Published : Feb 28, 2020, 7:00 PM IST

ରାୟଗଡା: ରାଜ୍ୟ ସରକାରଙ୍କ ତୀର୍ଥଯାତ୍ରା ଯୋଜନାରେ ରାୟଗଡା ଜିଲ୍ଲାର 97ଜଣ ବରିଷ୍ଠ ନାଗରିକଙ୍କୁ ନେଇ ଆରମ୍ଭ ହୋଇଛି ତୀର୍ଥଯାତ୍ରା । ବରିଷ୍ଠ ନାଗରିକଙ୍କୁ ନେଇ ଜିଲ୍ଲା ସଂସ୍କୃତି ଭବନରୁ ବାହାରିଥିବା ଦୁଇଟି ବସକୁ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ।

ଗଡିଲା ରାଜ୍ୟ ସରକାରଙ୍କ ତୀର୍ଥଯାତ୍ରୀ ବସ, 97 ବରିଷ୍ଠ ନାଗରିକ ସାମିଲ

ସୂଚନା ଅନୁସାରେ, ବସ ଦୁଇଟିରେ ଜିଲ୍ଲାର 43ଜଣ ମହିଳା ଓ 54 ଜଣ ପୁରୁଷ ବରିଷ୍ଠ ନାଗରିକ ବ୍ରହ୍ମପୁର ପହଞ୍ଚିବା ପରେ ସେଠାରୁ ଟ୍ରେନ ଯୋଗେ ତିରୁପତି, ମଦୁରାଇ, ରାମେଶ୍ବର ଆଦି ବହୁ ତୀର୍ଥକ୍ଷେତ୍ର ଭ୍ରମଣର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ PD DRDA ଅମୃତ ଋତୁରାଜ, ଉପ-ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ, ଟୁରିଷ୍ଟ ଅଫିସର ପ୍ରମୁଖ ଉପସ୍ଥିତ ଥିଲେ ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.