ରାୟଗଡା: ଏବେ ରାୟଗଡା ଜିଲ୍ଲାର ଲଘୁଜ ଖଣିଯାତ ଦ୍ରବ୍ୟ ଉପରେ ଆନ୍ଧ୍ରର ନଜର। ପ୍ରତିଦିନ ବଂଶଧାରା, ନାଗାବଳୀ, ଝାଞ୍ଜବତୀ, ସାନନଦୀ, ଫାଳଫଳିଆ ନଦୀରୁ ପଡୋଶୀ ଆନ୍ଧ୍ରପ୍ରଦେଶକୁ ଶହ ଶହ ଟ୍ରକ ବାଲି ଚୋରାରେ ଚାଲାଣ ହେଉଛି।
![ଆନ୍ଧ୍ରକୁ ଚୋରା ବାଲି ଚାଲାଣ; 3ଟି ଟ୍ରକ ଅଟକ, 50 ହଜାର ଜୋରିମାନା ଆଦାୟ](https://etvbharatimages.akamaized.net/etvbharat/prod-images/10504985_250_10504985_1612490021102.png)
ଚୋରାରେ ପଡୋଶୀ ଆନ୍ଧ୍ରକୁ ବାଲି ଚାଲାଣ ହେବାବେଳେ ବିଷମକଟକ ତହସିଲଦାରଙ୍କ ହାତରେ ଧରା ପଡିଛି ଏପରି 3ଟି ବାଲି ବୋଝେଇ ଟ୍ରକ । ରାୟଗଡା ଜିଲ୍ଲାରୁ ବାଲି ଚାଲାଣ ବେଳେ ଅତର୍କିତ ଚଢ଼ାଉ ସହ 50 ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି।
ଜିଲ୍ଲାର ମୁନିଗୁଡାର ବଂଶଧାରା ନଦୀରୁ ବାଲି ଆନ୍ଧ୍ରକୁ 3ଟି ଟ୍ରକ ଯୋଗେ ଚାଲାଣ କରାଯାଉଥିବା ବେଳେ ଚାଞ୍ଚରାଗୁଡା ଠାରେ ବିଷମକଟକ ତହସିଲଦାର ଚଢ଼ାଉ କରିଥିଲେ। ତେବେ ଧାର୍ଯ୍ୟ ଠାରୁ ଅଧିକ ବାଲି ନିଆ ଯାଉଥିବାରୁ ଉକ୍ତ ଟ୍ରକମାନଙ୍କ ଠାରୁ ଜରିମାନା ଆଦାୟ କରାଯାଇଛି।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ