ETV Bharat / state

ରେଳ ଲାଇନରେ ଖସିଲା ପଥର, 6 ଘଣ୍ଟା ଅଟକିଲା ସମଲେଶ୍ଵରୀ ଏକ୍ସପ୍ରେସ - ରେଳ ଲାଇନରେ ଖସିଲା ମାଟି ଅତଡା

ରାଜ୍ୟରେ ଲଘୁଚାପ ଜନିତ ବର୍ଷାରେ ରେଳସେବା ବାଧାପ୍ରାପ୍ତ ହୋଇଛି । କୋରାପୁଟ-ରାୟଗଡା କେ ଆର ରେଳ ଲାଇନର ରେଳ ଧାରଣାରେ ଲଗାତାର ବର୍ଷା ଯୋଗୁଁ ମାଟି ଧସିବା ସାଙ୍ଗକୁ ପାହାଡରୁ ବଡବଡ ପଥର ଖସିଛି । ଅଧିକ ପଢ଼ନ୍ତୁ

ରେଳ ଲାଇନରେ ଖସିଲା ମାଟି ଅତଡା, 6 ଘଣ୍ଟା ଅଟକିଲା ସମଲେଶ୍ଵରୀ ଏକ୍ସପ୍ରେସ

author img

By

Published : Aug 15, 2022, 6:50 AM IST

ରାୟଗଡ଼ା: ରାଜ୍ୟରେ ଲଘୁଚାପ ଜନିତ ବର୍ଷାରେ ରେଳସେବା ବାଧାପ୍ରାପ୍ତ ହୋଇଛି । କୋରାପୁଟ-ରାୟଗଡା କେ ଆର ରେଳ ଲାଇନର ରେଳ ଧାରଣାରେ ଲଗାତାର ବର୍ଷା ଯୋଗୁଁ ମାଟି ଧସିବା ସାଙ୍ଗକୁ ପାହାଡରୁ ବଡବଡ ପଥର ଖସିଛି । ଫଳରେ ରେଳ ଯାତାୟତ ଏକ ରକମର ଠପ ହେଇଯାଇଛି । ହାୱଡା- ଜଗଦଲପୁର ସମଲେଶ୍ବରୀ ଏକ୍ସପ୍ରେସ ସିକରପାଇ ରେଳ ଷ୍ଟେସନରେ ପ୍ରାୟ 6 ଘଣ୍ଟା ଅଟକି ରହିବା ଯୋଗୁଁ ଯାତ୍ରୀ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଇଛନ୍ତି । ଏହି ଘଟଣା ଘଟିଛି ରାୟଗଡ଼ା ଜିଲ୍ଲାର ସଦର ମହକୁମାର ରେଳ ଷ୍ଟେସନରୁ କୋରାପୁଟକୁ ସଂଯୋଗ କରୁଥିବା କେଉଟଗୁଡ଼ା ଓ ସିକରପାଇ ରେଳ ଷ୍ଟେସନ ମଧ୍ୟରେ ଥିବା ୩୪ ନମ୍ବର ସୁଡଙ୍ଗରେ ।

ରେଳ ଲାଇନରେ ଖସିଲା ମାଟି ଅତଡା, 6 ଘଣ୍ଟା ଅଟକିଲା ସମଲେଶ୍ଵରୀ ଏକ୍ସପ୍ରେସ

ଗତ ରାତି ଠାରୁ ଭୀଷଣ ବର୍ଷା ଯୋଗୁଁ ମାଟି ଅତଡା ଧସିବା ସହ ପାହାଡରୁ ବଡବଡ ପଥର ଖସି ରେଳ ଧାରଣା ଉପରେ ପଡ଼ିଥିବା ଖବର ଗ୍ୟାଙ୍ଗମ୍ୟାନ ଷ୍ଟେସନ ମାଷ୍ଟରଙ୍କୁ ଜଣାଇବା ପରେ କୋରାପୁଟ ପଟୁ ଆସୁଥିବା ସମଲେଶ୍ବରୀ ଏକ୍ସପ୍ରେସକୁ ସିକରପାଇ ଷ୍ଟେସନରେ ଏବଂ କୋରାପୁଟ-ବିଶାଖାପାଟଣା ଡିଏମୟୁ ଟ୍ରେନ ମଧ୍ୟ ସିକରପାଇ ଷ୍ଟେସନରେ ଅଟକି ଯାଇଥିଲା । କୋରାପୁଟ-ବିଶାଖାପାଟଣା ଡିଏମୟୁ ପ୍ରାୟ ୩ ଘଣ୍ଟା ଅଟକି ରହିବା ପରେ ପୁଣିଥରେ କୋରାପୁଟକୁ ଫେରିଯାଇଥିବା ବେଳେ ରାୟଗଡାରୁ ସ୍ଵତନ୍ତ୍ର ଟିମ ଘଟଣାସ୍ଥଳରେ ପହଞ୍ଚି ପଥର ଏବଂ ମାଟି ଅତଡା ସଫା କରିଥିଲେ । ଏହାପରେ ଦୀର୍ଘ 6 ଘଣ୍ଟା ପରେ ହାୱଡା ଅଭିମୁଖେ ବାହାରିଥିଲା ସମଲେଶ୍ବରୀ ଏକ୍ସପ୍ରେସ ।

ତେବେ ସବୁଠାରୁ ବଡ କଥା ଜଙ୍ଗଲ ଭିତରେ ଉଭୟ ଟ୍ରେନର ଯାତ୍ରୀ ମାନେ ଫସି ରହିଥିବା ବେଳେ ଯାତ୍ରା କରୁଥିବା ଯାତ୍ରୀ ନାହିଁ ନଥିବା ସମସ୍ୟା ଭୋଗିଥିଲେ । ଟ୍ରେନରେ ଅନେକ ଶିଶୁ ରହିଥିଲା ବେଳେ ରେଳ ବିଭାଗ ଅଧିକାରୀ ସେମାନଙ୍କ ପାଇଁ ଖାଇବା କି ପାନୀୟ ଜଳର ବ୍ୟବସ୍ଥା କରିନଥିବା ଅଭିଯୋଗ ହୋଇଛି । ପ୍ରତି ବର୍ଷ ବର୍ଷା ଋତୁରେ ଏହିଭଳି ମାଟି କିମ୍ବା ପଥର ଖସି ରେଳ ଯାତ୍ରା ବାଧାପ୍ରାପ୍ତ ହେଉଛି । ତେଣୁ ଏହାର ପ୍ରତିକାର କରି ନିଶ୍ଚିତ ଓ ସୁରକ୍ଷିତ ଯାତ୍ରା ପାଇଁ ବିଭାଗ ତତ୍ପର ହେବା ଆବଶ୍ୟକତା ରହିଛି ।

ଇଟିଭି ଭାରତ, ରାୟଗଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.