ETV Bharat / state

Russian Tourists Death Case: ବୁଲିଲେ ଏତେ ଜାଗା, ଫେଲ୍ ମାରିଛି କି ଗୁଇନ୍ଦା ?

author img

By

Published : Dec 29, 2022, 10:23 PM IST

ମୃତ ପାଭେଲ୍ ଆଣ୍ଟୋଭ ଓ ଭ୍ଲାଡିମିର ବ୍ୟୁଡାନୋଭ ସହ ଆସିଥିବା ଦୁଇ ସହଯୋଗିଙ୍କୁ ଜେରା କରୁଛି କ୍ରାଇମବ୍ରାଞ୍ଚ୍ । ଏପଟେ ରାୟଗଡାରେ କେନ୍ଦ୍ରୀୟ ଗୁଇନ୍ଦା ବିଭାଗ(CIB)ର ଟିମ୍ ଆସି ତନାଘନା କରିଛନ୍ତି । ଅଧିକ ପଢନ୍ତୁ

crime branch interrogation
crime branch interrogation
Russian Tourists Death Case

ଭୁବନେଶ୍ବର: ରାୟଗଡାରେ ୨ ଋଷୀୟ ନାଗରିକ ମୃତ୍ୟୁ ନେଇ ଅନ୍ତର୍ଜାତୀୟ ସ୍ତରରେ ହଇଚଇ । ଯେତିକ ଦିନ ଗଡୁଛି ସସପେନ୍ସ ସେତିକି ବଢିବାରେ ଲାଗିଛି। ଗତ ୨୨ ତାରିଖରେ ଭ୍ଲାଦିମିର ବିଦାନୋଭଙ୍କ(61) ମୃତ୍ୟୁ ପରେ 24 ତାରିଖରେ ଅନ୍ୟଜଣେ ପର୍ଯ୍ୟଟକ ଆଣ୍ଟୋଭ ପାଭେଲଙ୍କ (65) ମୃତ୍ୟୁ ହୋଇଥିଲା । ଏହା ଏକ ଅଘଟଣ ନା ଆତ୍ମହତ୍ୟାଜନିତ ମୃତ୍ୟୁ ତାକୁ ନେଇ ସନ୍ଦେହ ବଢୁଛି । ଏନେଇ ଯାଞ୍ଚ କରୁଛି କ୍ରାଇମବ୍ରାଞ୍ଚ। ମୃତ ପାଭେଲ୍ ଆଣ୍ଟୋଭ ଓ ଭ୍ଲାଡିମିର ବ୍ୟୁଡାନୋଭ ସହ ଆସିଥିବା ଦୁଇ ସହଯୋଗିଙ୍କୁ ଜେରା କରୁଛି କ୍ରାଇମବ୍ରାଞ୍ଚ୍।

ଏପଟେ ରାୟଗଡାରେ କେନ୍ଦ୍ରୀୟ ଗୁଇନ୍ଦା ବିଭାଗ(CIB)ର ଟିମ୍ ଆସି ତନାଘନା କରିଛନ୍ତି । ରାୟଗଡ଼ା ସ୍ଥିତ ଋଷୀୟ ନାଗରିକ ରହୁଥିବା ହୋଟେଲ ସାଇ ଇଣ୍ଟରନାସନାଲ ସମେତ ମୃତ ଋଷୀୟ ନାଗରିକଙ୍କୁ ଅନ୍ତିମ ସଂସ୍କାର କରାଯାଇଥିବା ସ୍ଥାନ ମଧ୍ୟ ବୁଲି ଦେଖିଥିଲେ କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥା ଅଧିକାରୀ ।

ଏହାରି ଭିତରେ ଗ୍ରାଉଣ୍ଡ ରିପୋର୍ଟ ରହିଛି ସେ ନେଇ ତଥ୍ୟ ସଂଗ୍ରହ କରିଛନ୍ତି । କାରଣ ଗୋଟିଏ ପଟେ ଋଷ ୟୁକ୍ରେନ ଯୁଦ୍ଧ ଚାଲିଥିବା ବେଳେ ଋଷର ଜଣେ ରାଜନେତା ଓଡ଼ିଶାରେ ଆସି ଛୁଟି କାଟୁଥିଲେ। ଏନେଇ ଗୁଇନ୍ଦା ସଂସ୍ଥା (Intelligence Bureau)ପାଖରେ ଖବର ଥିଲା କି ନାହିଁ ? ଟୁରିଷ୍ଟ ଭିଜାରେ ଆସିଥିବା ପାଭେଲଙ୍କ ସହ ମୋଟ ୪ଜଣ ଋଷିୟ ଦିଲ୍ଲୀ ଏୟାରପୋର୍ଟରେ ପହଁଚିବା ପରେ ସେଠାରେ ଇମିଗ୍ରେସନ ଚେକ୍ ବେଳେ ତାଙ୍କର ତଥ୍ୟ ଦେଇଥିଲେ ତ ? ଏପରିକି କେଉଁ କାରଣରୁ ଆସିଛନ୍ତି ସେ ନେଇ ଇମିଗ୍ରେସନ ଅଧିକାରିଙ୍କୁ ଅବଗତ କରିଛନ୍ତି କି ନାହିଁ ଏଭଳି ଅନେକ ପ୍ରଶ୍ନ ଉଠିଛି ।

କାରଣ ଅନ୍ତର୍ଜାତୀୟ ସ୍ତରରେ ଯୁଦ୍ଧକୁ ନେଇ ଚର୍ଚ୍ଚା ରହିଥିବା ବେଳେ ଋଷର ଜଣେ ସମାଲୋଚକ ପାଭେଲ ଆଣ୍ଟେଭଙ୍କ ଉପରେ ମଧ୍ୟ ନଜର ରହିଥିଲା। ଏପରିକି ଯୁଦ୍ଧ ଚାଲିଥିବା ସମୟରେ ପୁଟିନଙ୍କ ଜଣେ ସମାଲୋଚକଙ୍କ ଗତିବିଧି ଉପରେ ଋଷ ସମେତ ଋଷ ବିରୋଧି ରାଷ୍ଟ୍ରର ଗୁପ୍ତଚର ସ୍କାନରରେ ରହିଥିଲେ । ସେ ଭାରତ ଆସି ପହଁଚିବା ପରେ ଦିଲ୍ଲୀରୁ ପରେ ଭୁବନେଶ୍ବର ବିମାନବନ୍ଦର ଦେଇ ଓଡ଼ିଶାରେ ପହଞ୍ଚିଥିଲେ। ପରେ ଓଡ଼ିଶାର ରାଜଧାନୀ ଭୁବନେଶ୍ବରରେ ମଧ୍ୟ ଲିଙ୍ଗରାଜ ମନ୍ଦିର ଭଳି ସ୍ଥାନ ପରିଦର୍ଶନ ପରେ ସେ ରାୟଗଡ଼ା ଗସ୍ତ କରିଥିଲେ। ଏଭଳି ପ୍ରତିଷ୍ଠିତ ଲୋକଙ୍କ ପଛରେ ଅନେକ ଗୁପ୍ତଚରଙ୍କ ନଜର ରହିଥାଏ । ସେସବୁକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ଗୁଇନ୍ଦା ଅଧିକାରୀ(CIB) ଯାଞ୍ଚ ଆରମ୍ଭ କରିଛି ।

ସେପଟେ ରାଜ୍ୟ ଗୁଇନ୍ଦା ଓ ସେମାନଙ୍କ ରିପୋର୍ଟକୁ ନେଇ ରାଜ୍ୟ ପୋଲିସ ପାଖରେ ଖବର ଥିଲା କି ନାହିଁ ପୋଲିସ ଡିଜିଙ୍କୁ ପଚାରିଥିଲେ ମଧ୍ୟ ସେ ଏନେଇ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି । ଏପରିକି କେବଳ ତଦନ୍ତ ଚାଲିଥିବା କହିଛନ୍ତି । ଏପଟେ ପୂର୍ବତନ ପୋଲିସ ଡିଜି ସଞ୍ଜୀବ ମାରିକ କହିଛନ୍ତି, କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥା ରାଜ୍ୟ ପୋଲିସକୁ ସୂଚନା ପ୍ରଦାନ କରିବା କଥା ଥିଲା ।

ତେବେ ଆଗକୁ ହକି ବିଶ୍ବକପ ନେଇ ବିଦେଶୀ ଖେଳାଳିଙ୍କ ସହ ବିଦେଶି ପର୍ଯଟକଙ୍କ ସମାଗମ ହେବ । ଏଭଳି ସ୍ଥିତିରେ ରାଜ୍ୟରେ ଏପରି 2 ଜଣ ପର୍ଯଟକଙ୍କ ମୃତ୍ୟୁ ନେଇ ଉଦବେଗ ପ୍ରକାଶ କରି ପୋଲିସ ଡିଜିଙ୍କୁ ଚିଠି ମାଧ୍ୟମରେ ଜଣାଇଛି ହୋଟେଲ ଓ ରେଷ୍ଟୋରାଣ୍ଟ ମାଲିକଙ୍କ ସଙ୍ଘ ( HARO)।

ଇଟିଭି ଭାରତ, ରାୟଗଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.