ETV Bharat / state

ଗଜପତି ଡେଇଁ ରାୟଗଡାରେ ମହାବଳ, ପାଦ ଚିହ୍ନ ଠାବ କଲା ବନ ବିଭାଗ - ମହାବଳ ବାଘ ଆତଙ୍କ

ବାଘର ପାଦ ଚିହ୍ନ ଠାବ କଲା ଗୁଡାରି ଏବଂ ପଦ୍ମପୁର ବନ ବିଭାଗ । ଆଜି ସନ୍ଧ୍ୟାରେ ଏହି ମହାବଳ ବାଘ ଗଜପତିର ଆର. ଉଦୟଗିରି ସୀମା ପାର କରି ରାୟଗଡା ସୀମା ମଧ୍ୟରେ ପ୍ରବେଶ କରିଥିବା ଗଜପତି ବନ ବିଭାଗ ସନ୍ଦେହ କରିଛି । ଅଧିକ ପଢ଼ନ୍ତୁ

ଗଜପତି ଡେଇଁ ରାୟଗଡାରେ ମହାବଳ
ଗଜପତି ଡେଇଁ ରାୟଗଡାରେ ମହାବଳ
author img

By ETV Bharat Odisha Team

Published : Nov 30, 2023, 6:59 AM IST

ଗଜପତି ଡେଇଁ ରାୟଗଡାରେ ମହାବଳ

ରାୟଗଡ଼ା: ଆତଙ୍କ ଖେଳାଇଛି ମହାବଳ ବାଘ । ଲୋକଙ୍କ ମନରେ କୋକୁଆ ଭୟ । ଗଜପତି ଅଞ୍ଚଳରେ ଦେଖାଦେଇଥିବା ବାଘକୁ ନେଇ ବର୍ତ୍ତମାନ ରାୟଗଡା ଜିଲ୍ଲାରେ ଆତଙ୍କ ଦେଖା ଦେଇଛି । ଗଜପତି ଜିଲ୍ଲାରେ କିଛି ଦିନ ଧରି ଆର. ଉଦୟଗିରି ଅଞ୍ଚଳରେ ଏହି ବାଘର ଆତଙ୍କ ଦେଖାଦେଇଥିଲା । ଗଜପତି ବନ ବିଭାଗ ପକ୍ଷରୁ ବାଘକୁ ନେଇ ଜଙ୍ଗଲର ବିଭିନ୍ନ ସ୍ଥାନରେ ଟ୍ରାପ୍ କ୍ୟାମରା ଲଗାଯାଇଥିବା ବେଳେ ଏହି ବାଘର ଫଟୋ କଏଦ୍ ହୋଇଥିବା ସୂଚନା ଦେଇଛି ବନବିଭାଗ । ବର୍ତ୍ତମାନ ଏହି ବାଘ ରାୟଗଡ଼ା ଜିଲ୍ଲା ବନାଞ୍ଚଳରେ ପ୍ରବେଶ କରିଛି ।

ଆଜି ସନ୍ଧ୍ୟାରେ ଏହି ମହାବଳ ବାଘ ଗଜପତିର ଆର. ଉଦୟଗିରି ସୀମା ପାର କରି ରାୟଗଡ଼ା ସୀମା ମଧ୍ୟରେ ପ୍ରବେଶ କରିଥିବା ଗଜପତି ବନ ବିଭାଗ ସନ୍ଦେହ କରିଛି । ଗଜପତି ବନ ବିଭାଗ ରାୟଗଡ଼ା ଜିଲ୍ଲା ଗୁଣୁପୁର ରେଞ୍ଜର ବନବିଭାଗକୁ ବାଘ ରାୟଗଡ଼ା ଗଜପତି ବର୍ଡର କ୍ରସ କରିଥିବା ଅନୁମାନ କରି ଗୁଣୁପୁର ରେଞ୍ଜକୁ ସୂଚନା ଦେଇଛି । ବନବିଭାଗର ସୂଚନା ପରେ ଗୁଣୁପୁର ଓ ଗୁଡାରି ବନବିଭାଗର ତତ୍ପରତା ପ୍ରକାଶ ପାଇବା ସହ ବାଘର ଗତିବିଧି ଉପରେ ଅନୁସନ୍ଧାନ ଆରମ୍ଭ କରିଛନ୍ତି । ଆଜି ଗୁଡାରି ରେଞ୍ଜ ଅନ୍ତର୍ଗତ ଗୁଡାରି ଓ ମୁନିଗୁଡା ସୀମାଞ୍ଚଳର ବୋରିପଦର ଠାରେ ଗୁଡାରି ବନ ବିଭାଗ ବାଘର ପାଦ ଚିହ୍ନ ଠାବ କରିଥିବା ରାୟଗଡା ବନବିଭାଗର ଏସିଏଫ ସନ୍ଦୀପ ପୃଷ୍ଟି ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଗଜପତିରେ ବୁଲିଛି ମହାରାଷ୍ଟ୍ରର ମହାବଳ; 4 ରାଜ୍ୟ ଡେଇଁ ଓଡ଼ିଶା ଆସିଛି

ରାୟଗଡା ଏସିଏଫ ସନ୍ଦୀପଙ୍କ ସମେତ ଗୁଡାରି ରେଞ୍ଜର ଦିଲ୍ଲୀପ ନାୟକ ଓ ଗୁଡାରି ବନ ବିଭାଗର କର୍ମଚାରୀ ଉପସ୍ଥିତ ରହି ଲୋକଙ୍କୁ ସଚେତନ କରିବା ସହ ଗୃହପାଳିତ ପଶୁମାନଙ୍କୁ ଜଙ୍ଗଲ ମଧ୍ୟକୁ ନଛାଡିବା ପାଇଁ ପରାମର୍ଶ ଦେଇଛନ୍ତି । ସେହିପରି ପଦ୍ମପୁର ବ୍ଲକ ଲିକିଟିପଦର ପଞ୍ଚାୟତ ଅନ୍ତର୍ଗତ ମିଳିକାପାଙ୍ଗା ଜଙ୍ଗଲର ପିଡିଡିପାଙ୍ଗୀ ଅଞ୍ଚଳରେ ମହାବଳ ବାଘର ପାଦ ଚିହ୍ନ ଠାବ ହୋଇଥିବା ପଦ୍ମପୁର ବନ ବିଭାଗ ପକ୍ଷରୁ ସୂଚନା ମିଳିଛି । ବିଭିନ୍ନ ଗ୍ରାମରେ ଡାକବାଜି ଯନ୍ତ୍ର ସାହାଯ୍ୟରେ ସଚେତନତା କରାଯାଇଛି । ପଦ୍ମପୁର ବନ ବିଭାଗ ପରେଷ୍ଟର ମାଝୀ ମହାପାତ୍ର ଏବଂ କର୍ମଚାରୀମାନେ ପ୍ରତି ଗ୍ରାମକୁ ଯାଇ ଘରୁ ରାତିରେ ନବାହାରିବା ପାଇଁ ସଚେତନତା କରାଇଥିଲେ । ବାଘର ଗତିବିଧ‌ିକୁ ଦେଖ୍ ଟ୍ରାପ୍ କ୍ୟାମେରା ଲାଗିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଏହା ମଧ୍ୟ ପଢ଼ନ୍ତୁ...ଗଜପତିକୁ ଫେରିଲା ମହାବଳ, ଧରାପକାଇ ଦେଲା ଟ୍ରାପ କ୍ୟାମେରା

ଇଟିଭି ଭାରତ, ରାୟଗଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.