ETV Bharat / state

ଟ୍ରକ ଧକ୍କାରେ ମହିଳାଙ୍କ ମୃତ୍ୟୁକୁ ନେଇ ରାସ୍ତାରୋକ - ରାୟଗଡା ସଡକ ଦୁର୍ଘଟଣା

ଟ୍ରକ ଧକ୍କାରେ ମହିଳାଙ୍କ ମୃତ୍ୟୁକୁ ନେଇ ରାସ୍ତାରୋକ । ଡ୍ରାଇଭର ମଦ୍ୟପାନ କରି ଗାଡି ଚଳାଉଥିବାରୁ ଘଟିଛି ଦୁର୍ଘଟଣା । ଅଧିକ ପଢନ୍ତୁ....

Roadblocks in the death of a woman in a truck crash
ଟ୍ରକ ଧକ୍କାରେ ମହିଳାଙ୍କ ମୃତ୍ୟୁକୁ ନେଇ ରାସ୍ତା ରୋକ
author img

By

Published : Sep 29, 2020, 10:46 AM IST

ରାୟଗଡ଼ା: ଟ୍ରକ ଧକ୍କାରେ ମହିଳାଙ୍କ ମୃତ୍ୟୁକୁ ନେଇ ରାସ୍ତାରୋକ । ରାୟଗଡ଼ା ଜିଲ୍ଲା ବିଷମକଟକ ଥାନା ଅନ୍ତର୍ଗତ ଝିମିରିଗୁଡା ଗାଁ ନିକଟରେ ଟ୍ରକ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ଓ ରାସ୍ତା ଅବରୋଧ କରାଯାଇଛି । ରାୟଗଡ଼ା ଓ ଭବାନୀପାଟଣା ମୁଖ୍ୟକୁ ରାସ୍ତା ଅବରୋଧ କରାଯାଇଛି । ମୃତ ମହିଳା ଜଣକ ବ୍ରାହ୍ମି କୃଷିକା ବୋଲି ଜଣାପଡି । ମହିଳା ଜଣକ ସୋମବାର ରାତିରେ ଏକ ଅଟୋରୁ ଓହ୍ଲାଇ ରାସ୍ତା ପାର ହେବାବେଳେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ ମହିଳାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଟ୍ରକ ଧକ୍କାରେ ମହିଳାଙ୍କ ମୃତ୍ୟୁକୁ ନେଇ ରାସ୍ତା ରୋକ

ସେପଟେ, ଧକ୍କା ଦେଇଥିବା ଟ୍ରକଟି ରାସ୍ତା କଡରେ ଓଲଟି ପଡିଥିଲା । ଡ୍ରାଇଭର ଜଣକ ମଦ୍ୟପାନ କରି ଗାଡି ଚଳାଉଥିବାରୁ ଏଭଳି ଦୁର୍ଘଟଣା ଘଟିଥିବା ଜଣା ପଡ଼ିଛି । ଦିର୍ଘ ଦିନ ଧରି ସ୍ଥାନୀୟ ଲୋକ ରାସ୍ତା ମରାମତି ପାଇଁ ଦାବି କରିଥିଲେ କିନ୍ତୁ ଏଯାଏଁ କାମ ହେଉନାହିଁ । ରାସ୍ତା ଖରାପ ଯୋଗୁଁ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ରାସ୍ତା ଅବରୋଧ କରିଛନ୍ତି ଲୋକେ । ରାସ୍ତା ରୋକ ଯୋଗୁଁ ରାସ୍ତାରେ ଉଭୟ ପାର୍ଶ୍ଵରେ ଶହ ଶହ ଗାଡି ମଟର ଅଟକି ରହିଛି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.