ETV Bharat / state

ରାୟଗଡାରେ ସରିଲା ସଡକ ସୁରକ୍ଷା ମାସ ପାଳନ

author img

By

Published : Feb 17, 2021, 8:53 PM IST

ରାୟଗଡାରେ ଶେଷ ହେଲା ସଡକ ସୁରକ୍ଷା ମାସ ପାଳନ । ଶେଷ ଦିନରେ ଏକ ସାଇକେଲ ରାଲି ଆୟୋଜିତ । ଅଧିକ ପଢନ୍ତୁ....

ରାୟଗଡାରେ ସାରିଲା ସଡକ ସୁରକ୍ଷା ମାସ ପାଳନ
ରାୟଗଡାରେ ସାରିଲା ସଡକ ସୁରକ୍ଷା ମାସ ପାଳନ

ରାୟଗଡା: ଜିଲ୍ଲାରେ ସରିଲା ସଡକ ସୁରକ୍ଷା ମାସ । ସଚେତନତା ନେଇ ଶେଷ ଦିନରେ ଏକ ସାଇକେଲ ରାଲି ଅନୁଷ୍ଠିତ ହୋଇଛି । କାର୍ଯ୍ୟକ୍ରମରେ ଏଣିକି ନିୟମ ଉଲ୍ଲଙ୍ଘନକାରୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ଚେତାବନୀ ଦିଆଯାଇଛି ।

ରାୟଗଡାରେ ସାରିଲା ସଡକ ସୁରକ୍ଷା ମାସ ପାଳନ

ସଚେତନତା ବୃଦ୍ଧି ନେଇ ଗତ 18 ତାରିଖରୁ ଜିଲ୍ଲାରେ ଆରମ୍ଭ ହୋଇଥିବା ସଡକ ସୁରକ୍ଷା ମାସ ଶେଷ ହୋଇଛି । ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିବାବେଳେ ଶେଷଦିନରେ ଏକ ସାଇକେଲ ରାଲି ଅନୁଷ୍ଠିତ ହୋଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଆରମ୍ଭ ହୋଇଥିବା ସାଇକେଲ ରାଲିକୁ ଜିଲ୍ଲାପାଳ ସରୋଜ କୁମାର ମିଶ୍ର ଓ ଏସପି ବିବେକାନନ୍ଦ ଶର୍ମା ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।

ଶେଷରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାପାଳ ସରୋଜ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଚେତନତା ସଭାରେ ଏସପି ବିବେକାନନ୍ଦ ଶର୍ମା, ଆଞ୍ଚଳିକ ପରିବହନ ଅଧିକାରୀ ଦିଲ୍ଲୀପ ଦଳେଇ ପ୍ରମୁଖ ଉପସ୍ଥିତ ରହି ସଡକ ସୁରକ୍ଷା ନେଇ ସଚେତନତା ବାର୍ତ୍ତା ଦେଇଥିଲେ । ଏହି ଅବସରରେ ସଡକ ଦୁର୍ଘଟଣାରେ ଆହତଙ୍କୁ ସାହାଯ୍ୟ କରିଥିବା 31 ଜଣ ବ୍ୟକ୍ତି ବିଶେଷଙ୍କୁ 2 ହଜାର ଟଙ୍କା ସହ ମାନପତ୍ର ଦେଇ ସମ୍ମାନିତ କରାଯାଇଛି । ତେବେ ଏତେ ସଚେତନତା ପରେ ମଧ୍ୟ ନିୟମ ନମାନିଲେ ଏଣିକି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି କହିଛନ୍ତ ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.