ETV Bharat / state

ଛାଡୁନି ସରକାରୀ ବାବୁଙ୍କ ନାଲିବତୀ ମୋହ

ଛାଡୁନି ସରକାରୀ ବାବୁଙ୍କ ନାଲିବତୀ ମୋହ । ନାଲିବତୀ ବ୍ୟବହାର କରିବାକୁ ନିୟମ ରହିଥିବା ବେଳେ ଏହାର ଖୁଲମଖୁଲ୍ଲା ଉଲ୍ଲଂଘନ କରୁଛନ୍ତି ସରକାରୀ ଅଧିକାରୀ । ଏଭଳି ଘଟଣା ଦେଖିବାକୁ ମିଳିଛି ରାୟଗଡ ଜିଲ୍ଲାପାଳଙ୍କ ସମ୍ବର୍ଦ୍ଧନା ସମାରୋହରେ । ଅଧିକ ପଢନ୍ତୁ...

red light power misuse by govt employee in rayagada
ନାଲିବତୀ ମୋହ ଛାଡିନି ସରକାରି ବାବୁଙ୍କର
author img

By

Published : Jan 10, 2021, 10:07 PM IST

Updated : Jan 10, 2021, 10:58 PM IST

ରାୟଗଡା: ବାବୁଙ୍କ ନାଲିବତୀ ମୋହ ଛାଡିନି । ଆଇନ ଶୃଙ୍ଖଳା ସ୍ଥିତି କିମ୍ବା ମହାମାରୀ କୋଭିଡର ଜରୁରୀ କାର୍ଯ୍ୟ ସମୟରେ ନାଲିବତୀ ବ୍ୟବହାର କରିବାକୁ ନିୟମ ରହିଥିବା ବେଳେ ଏହାର ଖୁଲମଖୁଲ୍ଲା ଉଲ୍ଲଘଂନ କରୁଛନ୍ତି ସରକାରୀ ଅଧିକାରୀ । ଏଭଳି ଘଟଣା ଦେଖିବାକୁ ମିଳିଛି ରାୟଗଡ ଜିଲ୍ଲାପାଳଙ୍କ ସମ୍ବର୍ଦ୍ଧନା ସଭାକୁ ଆସିଥିବା କେତେକ ସରକାରୀ ବାବୁଙ୍କ ଗାଡିରେ ।

ଛାଡୁନି ସରକାରୀ ବାବୁଙ୍କ ନାଲିବତୀ ମୋହ

ରାୟଗଡା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରାଙ୍କ ବିଦାୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ ଜିଲ୍ଲା ସଦର ମହକୁମାରେ ଏକାଠି ହୋଇଥିଲେ ଜିଲ୍ଲାସ୍ତରୀୟ ଅଧିକାରୀ । ଆଉ ଏଠାରେ ଦେଖିବାକୁ ମିଳିଥିଲା ଗୋଟିଏ ଆଶ୍ଟର୍ଯ୍ୟକର ଘଟଣା । ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳଙ୍କ ଗାଡିରେ ନାଲିବତୀ ଲାଗିନଥିବାବେଳେ ପଦ୍ମପୁର,ରାମନାଗୁଡା ,ଗୁଣପୁର ଏବଂ ବିଷମକଟକ ତହସିଲଦାରଙ୍କ ଗାଡିରେ ଲାଗିଥିଲା ନାଲିବତୀ , ଯାହା ସରକାରଙ୍କ ଆଇନକୁ ଆଖିଠାର ସଦୃଶ । ତେବେ ଏନେଇ ପ୍ରଶ୍ନ କରିବାକୁ ସରକାରଙ୍କ ନିର୍ଦ୍ଦେଶ ମୁତାବକ ତର୍ଜମା କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ।

ରାୟଗଡାରୁ ରଞ୍ଜନ କୁମାର ରଥ,ଇଟିଭି ଭାରତ

Last Updated : Jan 10, 2021, 10:58 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.