ETV Bharat / state

ମେଡିକାଲ କଲେଜ ଓ ସୁପର ସ୍ପେସିଆଲିଟି ମେଡିକାଲ ମାନ୍ୟତା ଦାବିରେ ଆନ୍ଦୋଳନ

ରାୟଗଡା ଜିଲ୍ଲାରେ ସୁପର ସ୍ପେସିଆଲିଟି ଡାକ୍ତରଖାନାର ମାନ୍ୟତା ଓ ମେଡିକାଲ କଲେଜ ପ୍ରତିଷ୍ଠା ଦାବି ନେଇ ଯୁବ ବିକାଶ ପରିଷଦର ଆନ୍ଦୋଳନ । ଅଧିକ ପଢନ୍ତୁ...

author img

By

Published : Sep 29, 2021, 10:50 PM IST

rayagada Yuva bikash parishad protest of demanding of super speciality hospital and medical college
ମେଡିକାଲ କଲେଜ ଓ ସୁରସ୍ପେସିଆଲିଟି ମେଡିକାଲ ମାନ୍ୟତା ଦାବିରେ ଆନ୍ଦୋଳନ

ରାୟଗଡା: ଜିଲ୍ଲାରେ ସୁପର ସ୍ପେସିଆଲିଟି ଡାକ୍ତରଖାନାର ମାନ୍ୟତା ଏବଂ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଯୁବ ବିକାଶ ପରିଷଦର ଆନ୍ଦୋଳନ । ଯୁବ ବିକାଶ ପରିଷଦର ସଭାପତିଙ୍କ ନେତୃତ୍ବରେ ଚାଲିଛି ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ।

ବୁଧବାର ଯୁବବିକାଶ ପରିଷଦ ରାୟଗଡା ପକ୍ଷରୁ ଜିଲ୍ଲାରେ ଚିକିତ୍ସା ସମସ୍ୟା ସୁଧାରିବା ସଙ୍ଗେ ସଙ୍ଗେ ଜ଼ିଲ୍ଲା ମୁଖ୍ୟଚିକିତ୍ସାଳୟକୁ ସୁପର ସ୍ପେସିଆଲିଷ୍ଟ ଡାକ୍ତରଖାନାର ମାନ୍ୟତା ଏବଂ ମେଡିକାଲ କଲେଜ ପ୍ରତିଷ୍ଠା ଦାବିକୁ ନେଇ ଆନ୍ଦୋଳନ ଆରମ୍ଭ କରିଛି । ଯୁବ ବିକାଶ ପରିଷଦର ସଭାପତି ଶିବାଜୀ ଦାସଙ୍କ ନେତୃତ୍ବରେ ରାୟଗଡା ସହରର ଏକ ନମ୍ବର ୱାର୍ଡସ୍ଥିତ ମା ମଝିଘରିଆଣି ମନ୍ଦିର ପରିସରରେ ପୂର୍ବାହ୍ନରେ ଶାନ୍ତି ପୂର୍ଣ୍ଣ ଆନ୍ଦୋଳନ ଆରମ୍ଭ ହୋଇଛି । ଅପରାହ୍ନ ଦୁଇ ଘଣ୍ଟା ଠାରୁ ୱାର୍ଡ ନଂ ଦୁଇସ୍ଥିତ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରିସରରେ ସନ୍ଧ୍ୟା ପାଞ୍ଚଟା ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଜାରି ରହିଥିଲା । ଗତ ଦିନରେ ଉକ୍ତ ଦାବିକୁ ନେଇ ପ୍ରଶାସନ ଦ୍ବାରସ୍ତ ହୋଇଥିଲେ ମଧ୍ୟ ସରକାର କର୍ଣ୍ଣପାତ କରିନଥିବାରୁ ପୁନର୍ବାର ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଆରମ୍ଭ କରିଛି ଯୁବ ବିକାଶ ପରିଷଦ ।

ଏହି ଆନ୍ଦୋଳନ ଆସନ୍ତା ସାତ ମାସ ବ୍ୟାପୀ ସମ୍ପୂର୍ଣ ରାୟଗଡା ଜ଼ିଲ୍ଲାର ପ୍ରତ୍ୟେକ ପଞ୍ଚାୟତରେ ଜାରି ରହିବ ନେଇ ସୂଚନା ଦେଇଛନ୍ତି ଯୁବ ବିକାଶ ପରିଷଦର ସଭାପତି । ସରକାର ଯଦି ଦାବି ପୂରଣ ନ କରନ୍ତି ତା ହେଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର କରାଯିବ କିଛି ବୋଲି କହିଛି ଯୁବବିକାଶ ପରିଷଦ।

ରାୟଗଡାର ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.