ETV Bharat / state

ବଦଳିବ ରାୟଗଡା ରେଳଷ୍ଟେସନର ଭାଗ୍ୟ; ମିଳିବ ବିଶ୍ବସ୍ତରୀୟ ସୁବିଧା - ବିଶ୍ବସ୍ତରୀୟ

ଖୁବଶିଘ୍ର ରାୟଗଡା ରେଳ ଷ୍ଟେସନର ହେବ ନବକଳେବର । ମିଳିବ ବିଶ୍ବସ୍ତରୀୟ ସୁବିଧା ସୁଯୋଗ, ନୂତନ ରେଳ ଡିଭିଜନ ହେବାପରେ ଏବେ ବଢିଛି ରାୟଗଡା ଷ୍ଟେସନର ଗୁରୁତ୍ବ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାୟଗଡା
author img

By

Published : Jul 29, 2019, 11:27 PM IST

ରାୟଗଡା: ଖୁବଶିଘ୍ର ନବକଲେବର ହେବ ରାୟଗଡା ରେଳ ଷ୍ଟେସନ । ଏହି ରେଳ ଷ୍ଟେସନରେ ମିଳିବ ବିଶ୍ବସ୍ତରୀୟ ସୁବିଧା ସୁଯୋଗ, ଯାହାକୁ ନେଇ ଏବେ କର୍ତ୍ତୃପକ୍ଷ କରୁଛନ୍ତି ଜୋରଦାର ପ୍ରୟାସ । ଆନ୍ଧ୍ର ପ୍ରଦେଶ ବିଭାଜନ 2014 ଆଇନ ଅନୁସାରେ ରେଳ ମନ୍ତ୍ରଣାଳୟ ଏକ ନୂତନ ଯାହା ସାଉଥକୋ ଭାବେ ପ୍ରତିଷ୍ଠା ହେବା ପରେ ରାୟଗଡା ଷ୍ଟେସନର ଭାଗ୍ୟ ମଧ୍ୟ ବଦଳିବାକୁ ଯାଉଛି ।

କାରଣ କିଛି ଅଞ୍ଚଳ ଭାଗ ଭାଗ ହେବାପରେ ସାଉଥକୋ ର ମୁଖ୍ୟାଳୟ ବିଜୟୱାଡା ଠାରେ ସ୍ଥାପିତ ହୋଇଛି । ଫଳରେ ଅନ୍ୟକିଛି ଅଞ୍ଚଳକୁ ମିଶାଇ ରାୟଗଡାରେ ଏକ ନୂତନ ଡିଭିଜନ କରାଯାଇଛି। ଯାହା ଫଳରେ ଦକ୍ଷିଣ ଓଡିଶାର ଏହି ଷ୍ଟେସନରେ ଆସିଛି ଅନେକ ପରିବର୍ତ୍ତନ ଘଟିବ । ବିଶ୍ବସ୍ତରୀୟ ରେଳ ଷ୍ଟେସନ କାମ ଆସନ୍ତା ସେପ୍ଟେମ୍ବର ସୁଦ୍ଧା ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି ରେଳବିଭାଗ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

ଆସନ୍ତା ସେପ୍ଟେମ୍ବର ସୁଦ୍ଧା ଆଇଏସଓ-୧୪୦୦୧ ସାର୍ଟିଫିକେଟର ମାନ୍ୟତା ପାଇବା ପରେ ଆନୁସଙ୍ଗୀକ କାର୍ଯ୍ୟ ଆରମ୍ଭ ହେବ । ଆଇଏସଓ ମାନ୍ୟତା ପାଇଁ ନୂଆଦିଲ୍ଲୀ ସ୍ଥିତ ଆଇଏସଓ ସଂସ୍ଥାର ଦୁଇ ଜଣିଆ ସଦସ୍ୟ ଇତି ମଧ୍ୟରେ ରାୟଗଡା ଆସି ଭିତ୍ତିଭୂମି ଯାଞ୍ଚ କରିବା ସହ ଆବଶ୍ୟକ ପରାମର୍ଶ ଦେଇ ଫେରିଛନ୍ତି । ପୁଣି ଆଇଏସଓର ଅଧିକାରୀ ସେପ୍ଟେମ୍ବରରେ ପୁଣି ଥରେ ଯାଞ୍ଚ ପାଇଁ ଆସିବେ।

ପୁର୍ବତଟ ରେଳ ପଥର 6ଟି ରେଳଷ୍ଟେସନକୁ ବିଶ୍ବସ୍ତରୀୟ କରିବା ନିମନ୍ତେ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ସେହି ତାଲିକାରେ ରହିଛି ରାୟଗଡ଼ା ଷ୍ଟେସନ । ଯାହା ରାୟଗଡା ବାସୀଙ୍କ ପାଇଁ ଆଣିଛି ଖୁସୀ ଖବର।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Intro:Body:

TESTING

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.