ETV Bharat / state

7ହଜାର ଟଙ୍କା ଲାଞ୍ଚ ନେବା ପଡ଼ିଲା ମହଙ୍ଗା, ଭିଜିଲାନ୍ସ ଜାଲରେ ଏଷ୍ଟିମେଟର ରମାକାନ୍ତ ମଲ୍ଲିକ

ଠିକାଦାରଙ୍କ ଠାରୁ ୭ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ରାୟଗଡ଼ା ଜନସ୍ବାସ୍ଥ୍ୟ ବିଭାଗ ଏଷ୍ଟିମେଟର ରମାକାନ୍ତ ମଲ୍ଲିକ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Sep 29, 2023, 10:32 PM IST

ଭିଜିଲାନ୍ସ ପଞ୍ଝାରେ ରାୟଗଡ଼ା ନିର୍ବାହୀ ଯନ୍ତ୍ରୀ ରମାକାନ୍ତ ମଲ୍ଲିକ

ରାୟଗଡ଼ା: ଭିଜିଲାନ୍ସ ପଞ୍ଝାରେ ରାୟଗଡ଼ା ଜନସ୍ବାସ୍ଥ୍ୟ ବିଭାଗ ଏଷ୍ଟିମେଟର ନିର୍ବାହୀ ଯନ୍ତ୍ରୀ ରମାକାନ୍ତ ମଲ୍ଲିକ । ଜଣେ ଠିକାଦାରଙ୍କ ଠାରୁ ୭ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ଝଞ୍ଜାବତୀ ନଦୀରେ ଥିବା ପମ୍ପ ହାଉସ ମରାମତି ଏଷ୍ଟିମେଟ କରିବା ବାବଦରେ ଠିକାଦାର ସୁମନ୍ତ ପରିଡ଼ାଙ୍କ ଠାରୁ ଆଜି ସେ ଲାଞ୍ଚ ନେଉଥିଲେ । ଯୋଜନା ମୁତାବକ ଭିଜିଲାନ୍ସ ବିଭାଗ ଚଢାଉ କରିଥିଲେ । ତାଙ୍କ ଠାରୁ ୭ ହଜାର ଟଙ୍କା ନଗଦ ଜବତ କରିବା ସହ ତାଙ୍କୁ ହେତାଜତକୁ ନେଇଛି ଭିଜିଲାନ୍ସ ବିଭାଗ ।

ଅଭିଯୋଗକାରୀ ଠିକାଦାର ସୁମନ୍ତ ପରିଡ଼ା କହିଛନ୍ତି, ‘‘ଝଞ୍ଜାବତୀ ନଦୀରେ ଥିବା ପମ୍ପ ହାଉସ ମରାମତି ଗତ ଫେବୃୟାରୀ ମାସରେ ସରିଥିଲା । ମାତ୍ର ମରାମତି କାର୍ଯ୍ୟର ଏଷ୍ଟିମେଟ ହୋଇନଥିଲା । ଏଷ୍ଟିମେଟ କରିବା ପାଇଁ ବାରମ୍ବାର ଲାଞ୍ଚ ମାଗିବାରୁ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ ।’’ ତେବେ ଆଜି ଏଷ୍ଟିମେଟର ରମାକାନ୍ତ ମଲ୍ଲିକ, ନିର୍ବାହୀ ଯନ୍ତ୍ରୀ କାର୍ଯ୍ୟାଳୟ ପରିସରରେ ଥିବା ନିଜ ପ୍ରକୋଷ୍ଠରେ ଲାଞ୍ଚ ଟଙ୍କା ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ । ଭିଜିଲାନ୍ସ ଅତିରିକ୍ତ ଏସପି ଅରୁଣ କୁମାର ନାୟକ ଓ ଇନ୍ସପେକ୍ଟର ତରୁଲତା ବେହେରା ଏହି ଚଢ଼ାଉ କରିଥିଲେ । ଏହାପରେ ସିରିକଣା ସ୍ଥିତ ତାଙ୍କ ଭଡାଘରେ ମଧ୍ୟ ଚଢ଼ାଉ ହୋଇଥିଲା । ସେଠାରୁ ତାଙ୍କୁ ରାୟଗଡ଼ା ଭିଜିଲାନ୍ସ ଡିଏସପି କାର୍ଯ୍ୟାଳୟ ନିଆଯାଇଛି ।

ଏହା ମଧ୍ୟ ପଢନ୍ତୁ....Vigilance Raid: ପନ୍ଦର ହଜାର ଟଙ୍କା ଲାଞ୍ଚ ନେବା ପଡ଼ିଲା ମହଙ୍ଗା, ଭିଜିଲାନ୍ସ ଜାଲରେ କିରାଣୀ

ତେବେ ନିକଟରେ କେନ୍ଦୁଝର ସଦର ମହକୁମାରେ ଥିବା ଜିଲ୍ଲା ଆୟୁର୍ବେଦିକ କାର୍ଯ୍ୟାଳୟର କିରାଣୀ ଦେବାଶିକ୍ଷ ମହାପାତ୍ର ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାତରେ ଧରାପଡିଥିଲେ । ଅଭିଯୋଗକାରୀଙ୍କ ଠାରୁ ପାଞ୍ଚ ହଜାର ଟଙ୍କା ଅଗ୍ରୀମ ନେବା ସମୟରେ ଭିଜିଲାନ୍ସ କର୍ମଚାରୀ କାବୁ କରିବାରେ ସଫଳ ହୋଇଥିଲା । ଦାବି ମୁତାବକ ଅଗ୍ରୀମ ଟଙ୍କା ଏକାଠି କରି ବିଜୁ ପଟ୍ଟନାୟକ ଛକ ସ୍ଥିତ କାର୍ଯ୍ୟାଳୟ ଠାରେ ଟୁଡୁ ଦେବାଶିଷଙ୍କୁ ଲାଞ୍ଚ ଦେଉଥିଲେ । ଯୋଜନା ମୁତାବକ ଭିଜିଲାନ୍ସ ବିଭାଗ ଚଢାଉ କରିଥିଲେ। ତାଙ୍କ ଠାରୁ ପାଞ୍ଚ ହଜାର ଟଙ୍କା ନଗଦ ଜବତ କରି ତାଙ୍କୁ ଗିରଫ କରିଥିଲା । ଏହାସହ ଭିଜିଲାନ୍ସ ବିଭାଗ ପକ୍ଷରୁ ଦେବାଶିଷଙ୍କ ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ ବାସଗୃହ ଓ କାର୍ଯ୍ୟାଳୟରେ ଏକ ସାଙ୍ଗରେ ଚଢ଼ାଉ କରିଥିଲା ।

ଏହା ମଧ୍ୟ ପଢନ୍ତୁ....ଲାଞ୍ଚ ନେଇ ଫସିଲେ ଆରଆଇ, ରେଡ୍ ହ୍ୟାଣ୍ଡେଡ୍ ଧରିଲା ଭିଜିଲାନ୍ସ

ଇଟିଭି ଭାରତ, ରାୟଗଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.