ETV Bharat / state

ଅମାନିଆଙ୍କୁ ସାବାଡ କରିବା ପାଇଁ ପୋଲିସର ରାତି ଅଧିଆ ପଇଁତରା - lockdown

ନିୟମ ମାନୁନଥିବା ଅମାନିଆଙ୍କୁ ସାବାଡ କରିବାକୁ ରାୟଗଡା ସହରର ଗଳି କନ୍ଦିରେ ପଇଁତରା ମାରିଛି ପୋଲିସ । ଅଧିକ ପଢନ୍ତୁ...

ଅମାନିଆଙ୍କୁ ସାବାଡ କରୁଛି ରାୟଗଡା ପୋଲିସ
ଅମାନିଆଙ୍କୁ ସାବାଡ କରୁଛି ରାୟଗଡା ପୋଲିସ
author img

By

Published : May 23, 2021, 7:32 AM IST

ରାୟଗଡା: ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି ଦୈନିକ ସଂକ୍ରମଣ । ମହାମାରୀରେ ବ୍ରେକ ଲଗାଇବାକୁ ରାଜ୍ୟ ସରକାର ରାଜ୍ୟରେ ଲକଡାଉନ ଲାଗୁ କରିଛନ୍ତି । ହେଲେ କିଛି ଅମାନିଆଙ୍କୁ ଏହା ନାମଞ୍ଜୁର । କେତେକ ଅମାନିଆ ରାତି ଅଧିଆ ଚକ୍କର କାଟୁଥିବାର ଦେଖିବାକୁ ମିଳିଛି । ନିୟମ ଭଙ୍ଗ କରୁଥିବା ଅମାନିଆଙ୍କୁ ସାବାଡ କରିବାକୁ ରାୟଗଡା ସହରର ଗଳି କନ୍ଦିରେ ପଇଁତରା ମାରିଛି ପୋଲିସ ।

ଅମାନିଆଙ୍କୁ ସାବାଡ କରୁଛି ରାୟଗଡା ପୋଲିସ

ଜିଲ୍ଲା ପୋଲିସ ପକ୍ଷରୁ ରାୟଗଡ଼ା ସହର ସମେତ ଗୁଣୁପୁର, ମୁନିଗୁଡା ଆଦି ସହରରେ ପୁଣି ଥରେ କୋଭିଡ ନିୟମ କଡାକଡି କରିଛି । ରାୟଗଡା ଏସଡିପିଓଙ୍କ ନେତ୍ତୃତ୍ୱରେ ରାୟଗଡା ସହରର ଗଳି କନ୍ଦି ବୁଲି ସ୍ଥିତି ସମୀକ୍ଷା କରିବା ସହ କୋଭିଡ ଗାଇଡଲାଇନ ପାଳନ କରୁନଥିବା ଅମାନିଆଙ୍କୁ ସାବାଡ କରିଛି ପୋଲିସ ।

ବାରମ୍ବାର ତାଗିଦ ପରେ ବି ରାତି ଅଧିଆ ବୁଲିବା ସହ ମାସ୍କ ବ୍ୟବହାର କରୁନଥିବା ଅମାନିଆଙ୍କୁ ସାବଡ଼ କରିବାକୁ ପୋଲିସ ସହରର ଗଳି କନ୍ଦିରେ ପୋଲିସ ପଇଁତରା ମାରିଛି । ଆଗାମୀ ଦିନରେ ଅଧିକ କଡାକଡି ଯାଞ୍ଚ କରାଯିବା ସହିତ ନିୟମ ଭଙ୍ଗ କରୁଥିବା ସସସ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି ନୂତନ ଭାବେ କାର୍ଯ୍ୟରେ ଯୋଗ ଦେଇଥିବା ରାୟଗଡା ଏସଡିପିଓ । ଦ୍ବିତୀୟ ଲହର କୋପରେ ରାଜ୍ୟରେ ପ୍ରଥମ ଲକଡାଉନ ପରେ ଜୁନ 1 ଯାଏଁ ଦ୍ବିତୀୟ ଲକଡାଉନକୁ ବଳବତ୍ତର ରଖାଯାଇଛି ।

ରାୟଗଡାରୁ ରଞ୍ଜନ କୁମାର ରଥ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.