ETV Bharat / state

ଟ୍ରେନରୁ ଛାତ୍ରଙ୍କୁ ଅପହରଣ ଘଟଣା: 3 ନାବାଳକ ସହ 6 ଅଭିଯୁକ୍ତ ଗିରଫ

ଏଲଇପି-ଧାନବାଦ ଟ୍ରେନରୁ ଯୁବକଙ୍କୁ ଅପହରଣ ଘଟଣାରେ 6 ଜଣ ଅଭିଯୁକ୍ତଙ୍କୁ ଗିରଫ କଲା ରାୟଗଡ଼ା ପୋଲିସ । ଅଧିକ ପଢ଼ନ୍ତୁ...

ଟ୍ରେନରୁ ଛାତ୍ରଙ୍କୁ ଅପହରଣ ଘଟଣା: 3 ନାବାଳକ ସହ 6 ଅଭିଯୁକ୍ତ ଗିରଫ
author img

By

Published : Nov 22, 2019, 8:10 PM IST

ରାୟଗଡ଼ା: ଟ୍ରେନରୁ ଛାତ୍ରକୁ ଅପହରଣ କରି ମୁଣ୍ଡ ଜାମିନ ରଖି 10 ଲକ୍ଷ ଟଙ୍କା ଦାବି କରିବା ଘଟଣାରେ 3 ନାବାଳକ ସମେତ 6 ଜଣଙ୍କୁ ଗିରଫ କଲା ରାୟଗଡ଼ା ପୋଲିସ । ବନ୍ଧୁକ ସହ ମାରଣାସ୍ତ୍ର ଓ ବ୍ୟବହୃତ ବୋଲେରୋ ଜବତ ।

ଟ୍ରେନରୁ ଛାତ୍ରଙ୍କୁ ଅପହରଣ ଘଟଣା: 3 ନାବାଳକ ସହ 6 ଅଭିଯୁକ୍ତ ଗିରଫ

ଗତ 19 ତାରିଖରେ ସୁବର୍ଣ୍ଣପୁର ଜିଲ୍ଲା ରାମପୁର ଗ୍ରାମର ପଞ୍ଚାନନ ପୂଜାରୀଙ୍କ 19 ବର୍ଷର ପୁଅ ବିଭୁତି ପୂଜାରୀ ପୁଣେରୁ ଆସି ବିଶାଖାପାଟଣାରୁ ଏଲଇପି- ଧାନବାଦ ଟ୍ରେନରେ ଟିଟିଲାଗଡ ଯାଉଥିଲେ । ଯିବା ବାଟରେ ରାୟଗଡା ନିକଟବର୍ତ୍ତୀ ଲାଡା ଷ୍ଟେସନ ନିକଟରେ କିଛି ଲୋକ ତାଙ୍କୁ ଅପହରଣ କରି ନେଇଥିଲେ । ବିଭୁତିଙ୍କୁ ରାୟଗଡ଼ା ନିକଟରେ ଥିବା ବାରିଝୋଲା ଜଙ୍ଗଲ ଭିତରେ ରଖି ତାଙ୍କ ବାପାଙ୍କୁ ଟେଲିଫୋନ ଯୋଗେ 10 ଲକ୍ଷ ଟଙ୍କା ଦାବି କରିଥିଲେ । ଟଙ୍କା ନଦେଲେ ପୁଅକୁ ହତ୍ୟା କରି ତାର ମୃତଦେହକୁ ପାର୍ସଲ କରି ପଠାଇ ଦିଆଯିବ ବୋଲି ଧମକ ଦେଇଥିଲେ ।

ଏନେଇ ଅପହୃତ ଛାତ୍ରଙ୍କ ପିତା ରାୟଗଡ଼ା ଏସପିଙ୍କୁ ଜଣାଇବା ପରେ ପୋଲିସର ଏକ ସ୍ବତନ୍ତ୍ର ଟିମ ଗଠନ କରି ବିଭିନ୍ନ ସ୍ଥାନରେ ଚଡାଉ କରି 6 ଜଣଙ୍କୁ ଗିରଫ କରିଛି । ଏମାନଙ୍କ ଠାରୁ ଗୋଟେ ମାଉଜର, ଦୁଇଟି ଜୀବନ୍ତ ଗୁଳି, ଟାଙ୍ଗିଆ, ଖଣ୍ଡା ପ୍ରଭୃତି ମାରଣାସ୍ତ୍ର ଜବତ ହେବା ସହ ଅପହରଣରେ ବ୍ୟବହୃତ ଗୋଟିଏ ବୋଲେରୋ, ଅଟୋ ଓ ଦୁଇଟି ବାଇକ ଜବତ ହୋଇଛି । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ସମେତ 5 ଜଣ ଫେରାର ଥିବା ବେଳେ ପୋଲିସ ଏମାନଙ୍କୁ ଖୋଜୁଛି । ଅପହୃତ ଛାତ୍ରଙ୍କୁ ସମ୍ପୂର୍ଣ୍ଣ ଅକ୍ଷତ ଅବସ୍ଥାରେ ଉଦ୍ଧାର କରି ପରିବାର ଜିମା ଦେଇଥିବା ଏସପି ଶ୍ରବଣ ବିବେକ ଏମ କେ କହିଛନ୍ତି ।

ରାୟଗଡ଼ାରୁ ରଞ୍ଜନ ରଥ, ଇଟିଭି ଭାରତ

Intro:ଟ୍ରେନରୁ ଯୁବକ ଅପହରଣ ଘଟଣାରେ 3ନାବାଳକ ସମେତ 6 ଗିରଫ,ବନ୍ଧୁକ ସହ ମାରଣାସ୍ତ୍ର ଓ ବ୍ୟବହୃତ ବୋଲେରୋ ଜବତBody:ଛାତ୍ରକୁ ଅପହରଣ କରି ମୁଣ୍ଡ ଜାମିନ ରଖି 10 ଲକ୍ଷ ଟଙ୍କା ଦାବି କରିବା ଅଭିଯୋଗରେ ଏକ ଅପହରଣ କାରି ଗେଙ୍ଗର 6 ଜଣକୁ ରାୟଗଡା ପୋଲିସ ଗିରଫ କରିବାରେ ସକ୍ଷମ ହୋଇଛି । ଏମାନଙ୍କ ମଧ୍ୟରେ 3 ଜଣନାବାଳକ ଅଛନ୍ତି । ଗତ 19 ତାରିଖରେ ସୁବର୍ଣ୍ଣପୁର ଜିଲ୍ଲା ରାମପୁର ଗ୍ରାମର ପଞ୍ଚାନନ ପୂଜାରୀଙ୍କ 19 ବର୍ଷର ପୁଅ ବିଭୁତି ପୂଜାରୀ ପୁନେରୁ ଆସି ବିଶାଖାପାଟଣାରୁ ଏଲପି - ଧାନବାଦ ଟ୍ରେନରେ ଟିଟିଲାଗଡ ଯିବା ବାଟରେ ରାୟଗଡା ନିକଟବର୍ତୀ ଲାଡା ଷ୍ଟେସନ ନିକଟରେ କିଛି ଲୋକ ତାଙ୍କୁ ଅପହରଣ କରି ନେଇଥିଲେ । ବିଭୁତିକୁ ରାୟଗଡ଼ ନିକଟରେ ଥିବା ବାରିଝୋଲା ଜଙ୍ଗଲ ଭିତରେ ରଖି ତାଙ୍କ ବାପାଙ୍କୁ ଟେଲିଫୋନ ଯୋଗେ 10 ଲକ୍ଷ ଟଙ୍କା ଦାବି କରିଥିଲେ । ଟଙ୍କା ନଦେଲେ ପୁଅକୁ ହତ୍ୟା କରି ତାର ଶବକୁ ପାର୍ଶଲ କରି ତମ ନିକଟକୁ ପଠାଇ ଦିଆଯିବ ବୋଲି ଧମକ ଦେଇଥିଲେ । ଏନେଇ ଅପହୃତ ଛାତ୍ରର ପିତା ରାୟଗଡା ଏସପିଙ୍କୁ ଜଣାଇବା ପରେ ପୋଲିସ ଏକ ସ୍ୱତନ୍ତ୍ର ଟିମ ଗଠନ କରି ବିଭିନ୍ନ ସ୍ଥାନରେ ଚଡାଉ କରି 6 ଜଣଙ୍କୁ ଗିରଫ କରିଛି । ଏମାନଙ୍କ ଠାରୁ ଗୋଟେ ମାଉଜର, ଦୁଇଟି ଜୀବନ୍ତ ଗୁଳି, ଟାଙ୍ଗିଆ, ଖଣ୍ଡା ପ୍ରଭୃତି ମାରଣାସ୍ତ୍ର ଜବତ ହେବା ସହ ଅପହରଣରେ ବ୍ୟବହୃତ ଗୋଟିଏ ବୁଲେରୋ, ଅଟୋ ଓ ଦୁଇଟି ବାଇକ ଜବତ କରିଛି । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ସମେତ 5 ଜଣ ଫେରାର ଥିବା ବେଳେ ପୋଲିସ ଏମାନଙ୍କୁ ଖୋଜୁଛି । ଅପହୃତ ଛାତ୍ରକୁ ସମ୍ପୂର୍ଣ୍ଣ ଅକ୍ଷତ ଅବସ୍ଥାରେ ଉଦ୍ଧାର କରି ପରିବାର ଜିମା ଦେଇଥିବା ଏସପି ସର୍ବଣ ବିବେକ ଏମ ଏକ କହିଛନ୍ତି ।Conclusion:ଟ୍ରେନରୁ ଯୁବକ ଅପହରଣ ଘଟଣାରେ 3ନାବାଳକ ସମେତ 6 ଗିରଫ,ବନ୍ଧୁକ ସହ ମାରଣାସ୍ତ୍ର ଓ ବ୍ୟବହୃତ ବୋଲେରୋ ଜବତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.