ରାୟଗଡା: ବିଶ୍ବରେ ଗୋଟିଏ ପରେ ଗୋଟିଏ ଦେଶକୁ ବ୍ୟାପିବାରେ ଲାଗିଥିବା କୋରୋନା ଭାଇରସ କବଳରୁ ଆମ ଦେଶ ଓ ରାଜ୍ୟ ମଧ୍ୟ ବାଦ ପଡ଼ିନାହିଁ । ଯାହାର ଭୟଭୟତାକୁ ଦେଖି ଏହାର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ମୋଦି 21 ଦିନ ପାଇଁ ସାରା ଦେଶରେ ଲକଡାଉନ ଜାରି କରାଯାଇଛି । ଏନେଇ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ରାୟଗଡା ଜଲ୍ଲାରେ ଗୋଟିଏ ପଟେ କଡ଼ାକଡ଼ି ଲକଡ଼ାଉନ ଲାଗୁ କରିଛି ଜିଲ୍ଲା ପ୍ରଶାସନ । ଗୁରୁବାର ଲକଡାଉନର ଦ୍ବିତୀୟ ଦିନରେ ରାୟଗଡା ଜିଲ୍ଲାରେ କିଭଳି ପରିସ୍ଥିତି ରହିଛି ଏନେଇ ଅଧିକ ସୂଚନା ଦେଇଛନ୍ତି ଆମ ପ୍ରତିନିଧି ।
ରାସ୍ତାଘାଟ ସବୁ ଖାଁ ଖାଁ ଥିବାବେଳେ ଅତି ଆବଶ୍ୟକୀୟ ସେବା ଯେପରିକି, ଏଟିଏମରେ ଟଙ୍କା ଭର୍ତି ପାଇଁ ଯାଉଥିବା ଗାଡି, ଆମ୍ବୁଲାନ୍ସ ପରି ଗାଡିକୁ ବାଦ ଦେଲେ ମଧ୍ୟ ଜିଲ୍ଲାରେ ରାସ୍ତାଘାଟ ଖାଁଖାଁ ରହିଥିଲା । ତଥାପି ଅବାଧରେ ଦୁଇ ଚକିଆ ଯାନ ବୁଲୁଥିବା ଦେଖିବାକୁ ମିଳିଛି ।
କୋରୋନା ଭୂତାଣୁ ସାରା ବିଶ୍ବରେ ଆତଙ୍କ ଖେଳାଇଛି । ଏହା ମହାମାରୀର ରୂପ ନେଇ ସାରିଥିବାବେଳେ ଦେଶରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଯାହାକୁ ଦେଖି ସହରରେ ଲକଡାଉନ ନିୟମକୁ କଡାକଡି ମାନିବା ସହ ଦେଶ ତଥା ଅନ୍ୟ ଜିଲ୍ଲାରୁ ଫେରୁଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରି ହୋମ କ୍ବାରେନଣ୍ଟାଇନକୁ ଜୋରଦାର କରାଯାଇଛି ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ