ରାୟଗଡା: ଏବେ ସାରା ଦେଶରେ ଚିନ୍ତା ବଢ଼ାଇଛି ନିଜାମୁଦ୍ଦିନ ଧର୍ମସଭା । ସବୁଠି ଖୋଜା ଚାଲିଛି ଏହି ସଭାରେ ଯୋଗ ଦେଇଥିବା ବ୍ୟକ୍ତି ବିଶେଷଙ୍କୁ । କୋରୋନା ସାରା ଦେଶରେ ଆତଙ୍କ ଖେଳାଇଥିବା ବେଳେ ଦିଲ୍ଳୀ ନିଜାମୁଦ୍ଦିନ ଧର୍ମ ସଭା ପରେ ଦେଶରେ କୋରୋନାକୁ ପ୍ରତିହତ କରିବା ପାଇଁ ଖୋଜା ଚାଲିଛି ଏହି ଧର୍ମସଭାକୁ ଯାଇଥିବା ଲୋକଙ୍କୁ । କେବଳ ଧର୍ମସଭାରେ ଯୋଗ ଦେବା ନୁହଁ ତାଙ୍କ ସସ୍ପର୍ଶରେ ଆସିଥବା ଖିଅ ଖୋଜୁଛି ପ୍ରଶାସନ । ଏଥିପାଇଁ ସୋମବାର ରାୟଗଡା ଜିଲ୍ଳା ପ୍ରଶାସନ ପକ୍ଷରୁ ସବୁ ଧର୍ମର ଧର୍ମଗୁରୁଙ୍କୁ ଡାକି ଆଲୋଚନା କରାଯାଇଛି ।
ରାୟଗଡା ଜିଲ୍ଳାପାଳ ଓ ଏସପି ସହରର ବିଭିନ୍ନ ମସଜିଦର ମୌଲାନା, ଚର୍ଚ୍ଚର ପାଷ୍ଟର ଓ ମନ୍ଦିରର ପୂଜକଙ୍କୁ ଡାକି ନିଜାମୁଦ୍ଦିନରୁ ଫେରିଥିବା କିମ୍ବା ଉକ୍ତ ଲୋକଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ନାମ ପଞ୍ଜିକରଣ କରିବା ସହ ସମସ୍ତେ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ନିଜ ନିଜ ଧର୍ମାନୁଷ୍ଠାନରେ କୋରୋନ କଟକଣାକୁ ମାନି ଚଲିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
![ନିଜାମୁଦ୍ଦିନ ଧର୍ମସଭାକୁ ଯାଇଥିବା ଲୋକଙ୍କୁ ଠାବ ଉଦ୍ୟମ](https://etvbharatimages.akamaized.net/etvbharat/prod-images/od-rgda-2-emergencemeetingwithdharmaguru-edited-7202782_06042020165457_0604f_1586172297_587.bmp)
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ