ETV Bharat / state

ଶାଗ ମାଛ ଦରରେ ବିକ୍ରି ହେଉଛି ପାହାଡି ସୀତାଫଳ, ହତାଶ ଆଦିବାସୀ - ଶାଗ ମାଛ ଦରରେ ବିକ୍ରି ହେଉଛି ପାହାଡି ସୀତାଫଳ

ବଡ ବଡ ସହରରେ ବେଶ୍ ଚାହିଦାରେ ରହିଛି ପାହାଡି ସୀତାଫଳ । ହେଲେ ନିଜ ମାଟିରେ ମୂଲ ହରାଉଛି ଏହି ଅମୂଲ ମୂଲ ଫଳ । ଶାଗ ମାଛ ଦରରେ ବିକ୍ରି ହେଉଛି ପାହାଡି ସୀତାଫଳ । ବଜାର ସୁବିଧା ନଥିବା ଯୋଗୁଁ ଶାଗମାଛ ଦରରେ ଦଲାଲ ହାତକୁ ଝୁଡି ଝୁଡି ସୀତାଫଳ ଟେକି ଦେଉଛନ୍ତି ରାୟଗଡ଼ାର ସ୍ଥାନିୟ ଆଦିବାସୀ । ଅଧିକ ପଢନ୍ତୁ

ଶାଗ ମାଛ ଦରରେ ବିକ୍ରି ହେଉଛି ପାହାଡି ସୀତାଫଳ, ହତାଶ ଆଦିବାସୀ

author img

By

Published : Nov 27, 2022, 4:05 PM IST

ରାୟଗଡା: ବଡ ବଡ ସହରରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି ରାୟଗଡାର ପାହାଡି ସୀତାଫଳ । କଲିକତା, ବିଶାଖାପାଟଣା, ବେଙ୍ଗାଲୁରୁ ଓ ଚେନ୍ନାଇ ଭଳି ବଡ ବଡ ସହରରେ ଏହି ସୁସ୍ବାଦ ଫଳରୁ ଖୁବ୍ ଚାହିଦା ରହିଛି । ପ୍ରତିବର୍ଷ ଏହିଠାରୁ କ୍ବିଣ୍ଟାର କ୍ବିଣ୍ଟାଲ ସୀତାଫଳ ରାଜ୍ୟ ତଥା ରାଜ୍ୟ ବାହାରକୁ ରପ୍ତାନି ହେଉଛି । ବଡ ବଡ ସହରରେ ଏହି ପାହାଡି ଫଳର ନାହିଁ ନଥିବା ଚାହିଦା ରହିଥିବା ବେଳେ ନିଜ ଅଞ୍ଚଳରେ ପରିଚୟ ହଜାଇଛି । ସ୍ଥାନୀୟ ଲୋକେ ଖାଇବାକୁ ନା ଏହି ସୁସ୍ବାଦୁ ଫଳର ସ୍ବାଦ ଚାଖିପାରୁଛନ୍ତି ନା ବଣ ପାହାଡରୁ ସଂଗ୍ରହକରୁଥିବା ଆଦିବାସୀଟିଏ ଉଚିତ ମୂଲ୍ୟ ପାଉଛି । ବଜାର ସୁବିଧା ଅଭାବରୁ ଶାଗମାଛ ଦରରେ ଦଲାଲ ହାତକୁ ସୀତାଫଳ ଝୁଡି ଟେକି ଦେଉଛନ୍ତି ସୀତାଫଳ ସଂଗ୍ରହକାରୀ(Rayagada Custard Apple Traders Facing Losses) ।

ଶାଗ ମାଛ ଦରରେ ବିକ୍ରି ହେଉଛି ପାହାଡି ସୀତାଫଳ, ହତାଶ ଆଦିବାସୀ

ରାୟଗଡା, ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁର ଅଞ୍ଚଳରୁ ଉତ୍ପାଦିତ ସୀତାଫଳର ଚାହିଦା ରାଜ୍ୟ ତଥା ରାଜ୍ୟ ବାହାରେ ଖୁବ୍ ଅଧିକ ରହିଛି । ଏହିସବୁ ଜିଲ୍ଲାରୁ ପ୍ରାୟ ୮୦ ଭାଗ ସୀତାଫଳ ରାଜ୍ୟ ବାହାରକୁ ବିକ୍ରି ହେଉଛି । ହେଲେ ଦୁଃଖର ବିଷୟ, ସ୍ଥାନୀୟ ଅଞ୍ଚଳରେ ଗୋଟାଏ ଝୁଡ଼ି ସିତାଫଳ ଦର ୧୫୦ ରୁ ୨୦୦ ଟଙ୍କା ରହିଥିବା ବେଳେ ବଡ଼ ବଡ଼ ସହରରେ ଏହି ଫଳ କିଲୋପିଛା ୧୫୦ରୁ ୨୦୦ ଟଙ୍କାରେ ବିକ୍ରି ହେଉଛି । ତେବେ ଏଠି ପ୍ରଶ୍ନ ଉଠୁଛି ଏ ତାରତମ୍ୟ କାହିଁକି । ଆବଶ୍ୟକୀୟ ବଜାର ନଥିବା ଯୋଗୁଁ ବାଧ୍ୟ ହୋଇ ଆଦିବାସୀମାନେ କମ୍ ଦାମରେ ଦଲାଲ ହାତକୁ ସୀତାଫଳ ଟେକି ଦେଉଛନ୍ତି । ଦଲାଲମାନେ ଶାଗମାଛ ମୂଲ୍ୟରେ ସେମାନଙ୍କ ଠାରୁ ଏହି ଫଳ କିଣି ବାହାରେ ହଜାର ହଜାର ଟଙ୍କା ବିକ୍ରି କହି ଲାଭାନ୍ବିତ ହେଉଛନ୍ତି ।

ଏନେଇ ତିମର କାଡ୍ରାକା ନାମକ ଜଣେ ସୀତାଫଳ ସଂଗ୍ରହକାରୀ କହିଛନ୍ତି, ବେପାରୀମାନେ ଝୁଡି ହିସାବରେ କିଣୁଥିବାବେଳେ ଗୋଟିଏ ଫଳ ୫ରୁ ୧୦ ଟଙ୍କାରେ ବିକୁଛୁ । ସ୍ଥାନୀୟ ବଜାରରେ ଏତେ ଦର ନଥିବା ଯୋଗୁଁ ଆମେ ବାଧ୍ୟ ହୋଇ କମ୍ ଦାମରେ ବାହାର ରାଜ୍ୟର ବ୍ୟବସାୟୀଙ୍କୁ ବିକ୍ରି କରୁଛି । ପିପିଲିଗୁଡା ଗାଁର ୬୦ ବର୍ଷୀୟ ସୀତାଫଳ ସଂଗ୍ରହକାରୀ ସୂର୍ଯ୍ୟ ମାଣ୍ଡାଙ୍ଗି କହିଛନ୍ତି, ''ଅନ୍ୟ ସ୍ଥାନରେ ଲୋକେ ସୀତାଫଳ ଗଛ ଲଗାଇ ଚାଷ କରୁଛନ୍ତି । ଏଠାରେ ଡଙ୍ଗର ପାହାଡରେ ଏହି ସୀତାଫଳ ଗଛ ଭରପୁର ହୋଇ ରହିଛି । ଏହିଠାରୁ ଫଳଗୁଡିକ ସଂଗ୍ରହକରି ରାୟଗଡା ସହରରେ ବିକ୍ରି କରୁଛି । ସୀତାଫଳ ଉତ୍ପାଦନ ପାଇଁ କୌଣସି ଖର୍ଚ୍ଚ କିମ୍ବା ପରିଶ୍ରମ କରିବାକୁ ପଡୁନାହିଁ । କେବଳ ଗଛରୁ ତୋଳି ଆଣି ଶାଗମାଛ ମୂଲ୍ୟରେ ବେପାରି ହାତରେ ବଢାଇ ଦେଉଛି ।'' ତେବେ ଏହି ବିକ୍ରିବଟାରୁ ମିଳୁଥିବା ଯେତିକି ଟଙ୍କା ମିଳେ ସେଥିରୁ ଅଧିକ ଅଟୋ ଭଡାରେ ଚାଲିଯାଏ ବୋଲି କହିଛନ୍ତି ଏହି ଆଦିବାସୀ ବ୍ୟବସାୟୀ ।

ଉଦ୍ୟାନ ବିଭାଗର ଆକଳନ ଅନୁଯାୟୀ, ଜୁନ ପହିଲାରୁ ସେପ୍ଟେମ୍ବର ଶେଷ ପର୍ଯ୍ୟନ୍ତ ଗାଁ ଗଣ୍ଡାରୁ ଭାର ଭାର ସୀତାଫଳ ଆନ୍ଧ୍ର, ଛତିଶଗଡ଼, ମହାରାଷ୍ଟ୍ର, ଦିଲ୍ଲୀ ଓ ପଶ୍ଚିମବଙ୍ଗକୁ ବ୍ୟବସାୟୀମାନେ ଦଲାଲଙ୍କ ଜରିଆରେ କିଣି ନେଉଛନ୍ତି । ଏତେ ପରିମାଣରେ ବଳକା ସୀତାଫଳ ବାହାରକୁ ରପ୍ତାନି ହେଉଥିଲେ ହେଁ ସ୍ଥାନୀୟ ବାସିନ୍ଦା ଏହାର ସ୍ୱାଦ ଚାଖିପାରୁ ନାହାଁନ୍ତି । ସେପଟେ ଗରିବ ଆଦିବାସିଙ୍କ ଉତ୍ପାଦିତ ଦ୍ରବ୍ୟର ଉଚିତ ମୂଲ୍ୟ ସାଙ୍ଗକୁ ସେମାନଙ୍କୁ ବଜାର ସଂଯୋଗୀକରଣ ପାଇଁ ଓରମାସ ଭଳି ସରକାରୀ ସଂସ୍ଥା ଜିଲ୍ଲାରେ କାର୍ଯ୍ୟ କରୁଛି । ହେଲେ ବିଭାଗୀୟ ଉଦାସନିତା ଯୋଗୁଁ ଏଯାଏଁ ସୀତାଫଳ ବ୍ୟବସାୟୀଙ୍କ ଆବଶ୍ୟକୀୟ ବଜାର ସୁବିଧା ମିଳିପାରି ନାହିଁ ।

ଏହାମଧ୍ୟ ପଢନ୍ତୁ: ଏଣିକି ସହଜରେ କୋରାପୁଟର ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବେ ପର୍ଯ୍ୟଟକ

ଏନେଇ ଓରମାସ ଅଧିକାରୀ ମନୋଜ କୁମାର ପାତ୍ର କହିଛନ୍ତି, ''ଚଳିତ ବର୍ଷ ଜିଲ୍ଲାର ୩ଟି ବ୍ଲକରେ ଗୃପ ଗଠନ କରାଯାଇ ସୀତାଫଳ ସଂଗ୍ରହ କରାଯାଉଛି । ଆସନ୍ତା ଦିନରେ ଅଧିକରୁ ଅଧିକ ଗୃପ କରି ସିଧାସଳଖ ସୀତାଫଳ ସଂଗ୍ରହକାରୀଙ୍କ ଠାରୁ କିଣାଯାଇ ବଡ଼ ବଡ଼ ସହରକୁ ବିକ୍ରି ପାଇଁ ପଠାଯିବ । ଏହାଦ୍ବାରା ସ୍ଥାନୀୟ ଅଧିବାସୀ ଉଚିତ୍ ଦର ପାଇପାରିବେ ।'' ତେବେ ସୀତାଫଳ ସଂଗ୍ରହକାରୀ ଉଚିତ ଦର ପାଇବେ ନା ପୁଣି ତାଙ୍କୁ କଥା କହି ଠକିଦେବେ ପ୍ରଶାସନ ତାହା ଆଗାମୀ ସମୟ କହିବ ।

ଇଟିଭି ଭାରତ, ରାୟଗଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.