ETV Bharat / state

5‘ଟି’ ପ୍ରଭାବ, RTO ଅଫିସ ସ୍ଥିତି ଯାଞ୍ଚ କଲେ ଜିଲ୍ଲାପାଳ - rayagada collector visit to RTO office

ରାୟଗଡା ଆରଟିଓ ଅଫିସରେ ବୁଧବାର ଯାଞ୍ଚ କରିଛନ୍ତି ଜିଲ୍ଲାପାଳ । ଆରଟିଓ ଅଫିସରେ ଡ୍ରାଇଭିଂ ଲାଇସେନ୍ସ ପାଇଁ ଲୋକେ ନାନା ହଇରାଣ ହେଉଥିବା ଅଭିଯୋଗ ପରେ ସ୍ଥିତି ଯାଞ୍ଚ କରିଥିଲେ ଜିଲ୍ଲାପାଳ । ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ...

rayagada collector visit to RTO office
5‘ଟି’ପ୍ରଭାବ, RTO ଅଫିସରେ ସ୍ଥିତି ଯାଞ୍ଚ କଲେ ଜିଲ୍ଲାପାଳ
author img

By

Published : Jan 8, 2020, 10:07 PM IST

Updated : Jan 8, 2020, 11:30 PM IST

ରାୟଗଡା: ନୂଆ ମୋଟର ଯାନ ଆଇନ ପ୍ରଣୟନର ଦୀର୍ଘଦିନ ପରେ ମଧ୍ୟ RTO ଅଫିସରେ ଲାଗିରହିଛି ଲମ୍ବା ଲାଇନ । ଆଜିବି ଲାଇସେନ୍ସ ପାଇଁ ଲୋକେ ଘଣ୍ଟାଘଣ୍ଟା ଲାଇନରେ ଠିଆ ହେଉଛନ୍ତି। ଏଭଳି ସ୍ଥିତି ଦେଖାଦେଇଛି ରାୟଗଡା ଆରଟିଓ ଅଫିସରେ । ଯାହାର ସ୍ଥିତି ପରଖିବାକୁ ପହଞ୍ଚିଥିଲେ ରାୟଗଡା ଜିଲ୍ଳାପାଳ ପ୍ରମୋଦ କୁମାର ବେହେରା ।

5‘ଟି’ ପ୍ରଭାବ, RTO ଅଫିସ ସ୍ଥିତି ଯାଞ୍ଚ କଲେ ଜିଲ୍ଲାପାଳ

ରାଜ୍ୟରେ 5‘ଟି’ ଲାଗୁ ହେବା ପରେ ଯଦିଓ RTO ଅଫିସରୁ ଦଲାଲ ରାଜ ହଟିଛି କିନ୍ତୁ ଟଙ୍କା ପୈଠ କରିବାକୁ ଏ କାଉଣ୍ଟରରୁ ସେ କାଉଣ୍ଟରକୁ ଦୌଡି ନାନା ହଇରାଣ ହେଉଛନ୍ତି। ଏପରିକି ବରିଷ୍ଠ ନାଗରିକ, ମହିଳା ଓ ଦିବ୍ୟାଙ୍ଗଙ୍କ ପାଇଁ ସ୍ବତନ୍ତ୍ର ସୁବିଧା ମିଳୁନଥିବା ଅଭିଯୋଗ କରିଛିନ୍ତି ଗାଡି ଚାଳକ । ସେପଟେ ଲୋକଙ୍କୁ ଅସୁବିଧା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ RTO ଅଫିସ ପରିସରରେ 3 ଟି ଜନସେବା କେନ୍ଦ୍ର ଖୋଲାଯାଇଛି । ହେଲେ ଲୋକଙ୍କ ପାଉଣା ଦାଖଲରେ ହେଉଛି ଅସୁବିଧା । ଏଭଳି ଅସୁବିଧାକୁ ଜିଲ୍ଲାପାଳ ସ୍ଵୀକାର କରିଥିବା ବେଳେ RTO କହିବା କଥା କିନ୍ତୁ ଅଲଗା। ଲୋକେ ବୁଝି ପାରୁନଥିବା ଓ ସମସ୍ତ ସୁବିଧା ଦିଆଯାଉଥିବା କୁହନ୍ତି RTO। ତେବେ ଲୋକଙ୍କ ସୁବିଧା ନେଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Intro:5T ପ୍ରଭାବ - ଜିଲ୍ଲାପାଳଙ୍କ RTO ଅଫିସର ସ୍ଥିତି ଯାଞ୍ଚBody: ମୋଟର ଯାନ ଆଇନ ପ୍ରାଣୟନର ଦୀର୍ଘ ଦିନପରେ ମଧ୍ୟ RTO ଅଫିସରେ ଲାଗିରହିଛି ଲମ୍ବା ଲାଇନ । ଲୋକେ ଆଜିବି ଘଣ୍ଟା ଘଣ୍ଟା ଲାଇନରେ ଠିଆ ହେବାକୁ ପଡୁଛି ଲାଇସେନ୍ସ ପାଇଁ । ଏଭଳି ସ୍ଥିତି ଦେଖାଦେଇଛି ରାୟଗଡା ଆରଟିଓ ଅଫିସରେ । ଯାହାର ସ୍ଥିତି ପରଖିବାକୁ ପହଞ୍ଚିଛନ୍ତି ରାୟଗଡା ଜିଲ୍ଳାପାଳ। ପ୍ରମୋଦ କୁମାର ବେହେରା । 5T ଲାଗୁ ହେବା ପରେ ଯଦିଓ RTO ଅଫିସରୁ ଦଲାଲ ରାଜ ହଟିଛି କିନ୍ତୁ ଟଙ୍କା ପୈଠ କରିବାକୁ ଏ କାଉଣ୍ଟରରୁ ଆର କାଉଣ୍ଟରକୁ ଯାଇ ଲୋକେ ହଇରାଣ ହେଉଛନ୍ତି। ଏପରିକି ବରିଷ୍ଠ ନାଗରିକ, ମହିଳା ଓ ଭିନ୍ନକ୍ଷମଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା ମିଳୁନଥିବା ଅଭିଯୋଗ କରିଛିନ୍ତି ଗାଡି ଚାଳକ ।Conclusion:ସେପଟେ ଲୋକଙ୍କୁ ଅସୁବିଧା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ RTO ଅଫିସ ପରିସରରେ 3 ଟି ଜନସେବା କେନ୍ଦ୍ର ଖୋଲାଯାଇଛି । ହେଲେ ଲୋକଙ୍କ ପାଉଣା ଦାଖଲରେ ହେଉଛି ଅସୁବିଧା । ଏଭଳି ଅସୁବିଧାକୁ ଜିଲ୍ଲାପାଳ ସ୍ଵୀକାର କରିଥିବା ବେଳେ RTO କହିବା କଥା କିନ୍ତୁ ଅଲଗା। ଲୋକେ ବୁଝି ପାରୁନଥିବା ଓ ସମସ୍ତ ସୁବିଧା ଦିଆଯାଉଥିବା କୁହନ୍ତି RTO। ତେବେ ଲୋକଙ୍କ ସୁବିଧା ନେଇ ପଦକ୍ଷପ ନିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।
Last Updated : Jan 8, 2020, 11:30 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.