ETV Bharat / state

ରାୟଗଡ଼ାରେ ବାଲ୍ୟ ବିବାହ ଚିନ୍ତା, ଧାର୍ମିକ ଅନୁଷ୍ଠାନ ସହଯୋଗ ଲୋଡ଼ିଲେ ଜିଲ୍ଲାପାଳ - ବାଲ୍ୟ ବିବାହ ରୋକିବାକୁ ରାୟଗଡ଼ା ଜିଲ୍ଲାପାଳଙ୍କ ଅଭିଯାନ

ରାୟଗଡ଼ାରେ ବାଲ୍ୟ ବିବାହ ଭଳି ପ୍ରଥାକୁ ରୋକିବାକୁ ଧାର୍ମିକ ଅନୁଷ୍ଠାନର ସହଯୋଗ ଲୋଡିଲେ ଜିଲ୍ଲାପାଳ । ଅଧିକ ପଢ଼ନ୍ତୁ

ରାୟଗଡ଼ାରେ ବାଲ୍ୟ ବିବାହ ଚିନ୍ତା, ଧାର୍ମିକ ଅନୁଷ୍ଠାନ ସହଯୋଗା ଲୋଡ଼ିଲେ ଜିଲ୍ଲାପାଳ

author img

By

Published : Jun 1, 2022, 8:41 PM IST

ରାୟଗଡ଼ା: ଶିଶୁ ସୁରକ୍ଷା ବ୍ୟବସ୍ଥାକୁ ନିଶ୍ଚିତ କରିବା ସହ ବାଲ୍ୟ ବିବାହ ଭଳି ପ୍ରଥାକୁ ରୋକିବାକୁ ଧାର୍ମିକ ଅନୁଷ୍ଠାନର ସହଯୋଗ ମାଗିଛନ୍ତି ରାୟଗଡ଼ା ଜିଲ୍ଲାପାଳ । ରାୟଗଡ଼ାକୁ ପ୍ରଶାସନ ପକ୍ଷରୁ ଏକ ଶିଶୁମିତ୍ର ଜିଲ୍ଲା ବା ବାଲ୍ୟ ବିବାହ ମୁକ୍ତ ଜିଲ୍ଲା ଭାବେ ଗଢିବା ଅଭିଯାନରେ ଧାର୍ମିକ ଅନୁଷ୍ଠାନର ସହଯୋଗ ଲୋଡ଼ିଛନ୍ତି ଜିଲ୍ଲାପାଳ । ଏହି କ୍ରମରେ ଗ୍ରାମ୍ୟ ଉନ୍ନୟନ ସମ୍ମିଳନୀ କକ୍ଷରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ପ୍ରଶାସନ, ଆକ୍ସନଏଡ ଓ ୟୁନିସେଫ ଓଡ଼ିଶା ପକ୍ଷରୁ ମିଳିତ ଭାବରେ ଏହି ବୈଠକ ଅନୁଷ୍ଠିତ ହୋଇଛି ।

ରାୟଗଡ଼ାରେ ବାଲ୍ୟ ବିବାହ ଚିନ୍ତା, ଧାର୍ମିକ ଅନୁଷ୍ଠାନ ସହଯୋଗା ଲୋଡ଼ିଲେ ଜିଲ୍ଲାପାଳ

ଏହି ବୈଠକ ମାଧ୍ୟମରେ ବାଲ୍ୟ ବିବାହ ରୋକିବା ପାଇଁ ବିଭିନ୍ନ ଜାତି ସମାଜ ଓ ପାରମ୍ପରିକ ମୁଖିଆମାନଙ୍କର ସହଯୋଗ ଲୋଡ଼ାଯାଇଛି । ବାଲ୍ୟ ବିବାହ ଯୋଗୁଁ ଜିଲ୍ଲାରେ ଶିଶୁ ମୃତ୍ୟୁହାର ଓ ମାତୃ ମୃତ୍ୟୁହାର ବଢ଼ିବାରେ ଲାଗିଛି । କମ୍‌ ବୟସରେ ଅନେକ ଶିଶୁ ଓ କିଶୋର କିଶୋରୀ ନିଜର ଭବିଷ୍ୟତ ବିଷୟରେ ଅଧିକ କିଛି ଭାବି ପାରୁ ନାହାନ୍ତି ।

ଯେଉଁ କିଶୋର ଓ କିଶୋରୀ ଜଣକ ଅଧିକ ପାଠପଢ଼ି ନିଜର ଜ୍ଞାନ ବଢାଇବା ସହିତ ନିଜର ସମାଜ ପାଇଁ କିଛି କରିପାରିଥାନ୍ତେ ସେମାନେ ବାଲ୍ୟ ବିବାହ ଯୋଗୁଁ ଆଉ ଅଧିକ କିଛି ଚିନ୍ତା କରି ପାରୁ ନାହାନ୍ତି । ବିବାହ ଆୟୋଜନ କରିବା ସମୟରେ ପ୍ରତ୍ୟେକ ପରିବାର ଉଭୟ ପୁଅ ଓ ଝିଅ ମାନଙ୍କର ବୟସ ଯାଞ୍ଚ କରିନେବା ଆବଶ୍ୟକ ବୋଲି କହି ଛନ୍ତି ଜିଲ୍ଲାପାଳ । ଏଭଳି କୁପ୍ରଥାକୁ ରୋକିବାକୁ ବର୍ତ୍ତମାନ ଧାର୍ମିକ ଅନୁଷ୍ଠାନର ସହଯୋଗ ମାଗିଛନ୍ତି ଜିଲ୍ଲାପାଳ ।

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.