ରାୟଗଡା : ରାୟଗଡା ଜିଲ୍ଲାରେ ଜାତୀୟ ଟୀକାକରଣ ଦିବସ ଅବସରରେ ଜିଲ୍ଲା ଡାକ୍ତରଖାନା ସମେତ ସମସ୍ତ ସିଏଚସି, ପିଏଚସି ସ୍ୱାସ୍ଥ୍ୟ କେନ୍ଦ୍ର ମାନଙ୍କରେ ପଲସ ପୋଲିଓ ଅଭିଯାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ପୋଲିଓ ମୁକ୍ତ ସମାଜ ଗଠନ ନେଇ 5 ବର୍ଷରୁ କମ ଶିଶୁଙ୍କୁ ଆଜି ପୋଲିଓ ବୁନ୍ଦା ଦିଆଯାଉଛି ।
ଜିଲ୍ଲାର 1 ଲକ୍ଷ 17 ହଜାର 615 ଜଣ ଶିଶୁଙ୍କୁ ପୋଲିଓ ବୁନ୍ଦା ପ୍ରଦାନ ଟାର୍ଗେଟ ରଖାଯାଇଥିବା ବେଳେ ଜିଲ୍ଲାରେ 1032ଟି ବୁଥ ଗଠନ କରାଯାଇଛି । ଏତଦବ୍ୟତୀତ 68ଟି ଟ୍ରାଞ୍ଜିଟ ଟିମ ଓ 23ଟି ମୋବାଇଲ ଟିମ ଗଠନ କରାଯାଇଛି । ଏହି କାର୍ଯ୍ୟକ୍ରମରେ 2064 ଜଣ ସ୍ଵାସ୍ଥ୍ୟ କର୍ମୀ, ଅଙ୍ଗନବାଡି, ସ୍ବେଛାସେବୀ କର୍ମୀ ନିୟୋଜିତ କରାଯାଇଥିବା ସିଓଏମଓ ଡ. ଆର୍ତ୍ତବନ୍ଧୁ ନାୟକ ପ୍ରକାଶ କରିଛନ୍ତି ।
ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ