ରାୟଗଡା: ମାଲକାନଗିରି ପୋଲିସ କ୍ୟାଣ୍ଟିନରେ ମହିଳାଙ୍କୁ ଗଣଦୁଷ୍କର୍ମ ମାମଲା ନେଇ ବିଜେପି ମହିଳା ମୋର୍ଚ୍ଚାର ସାମ୍ବାଦିକ ସମ୍ମିଳନୀ । ରାୟଗଡା ସର୍କିଟ ହାଉସରେ ବିଜେପି ମହିଳା ମୋର୍ଚ୍ଚା ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ ଦ୍ବାରା ଏହି ସାମ୍ବାଦିକ ସମ୍ମିଳନୀ ଆୟୋଜନ କରି ପୋଲିସ ଉପରେ ଅଭିଯୋଗ ଆଣିଛି ଏହି ଟିମ୍ ।
ଦୁଷ୍କର୍ମକାରୀକୁ ପୋଲିସ ଘଣ୍ଟ ଘୋଡାଉଥିବା ଅଭିଯୋଗ ଆଣିଛି ବିଜେପି ମହିଳା ମୋର୍ଚ୍ଚା । ବିଜେପି ରାଜ୍ୟ ଉପସଭାପତି ପ୍ରଭାତୀ ପରିଡାଙ୍କ ନେତୃତ୍ବରେ ଏହି ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ ମାଲକାନଗିରି, କୋରାପୁଟ ଓ ରାୟଗଡା ଗସ୍ତ ସାରି ବୁଧବାର ରାୟଗଡରେ ପହଞ୍ଚି ସାମ୍ବାଦିକ ସମ୍ମିଳନୀ ଆୟୋଜନ କରିଥିଲା । ସ୍ଥାନୀୟ ସର୍କିଟ ହାଉସରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଉକ୍ତ ଘଟଣାରେ ପୋଲିସ ତଥ୍ୟ ଲୁଚାଉଥିବା ବେଳେ କୁନ୍ଦୁଲି ଘଟଣା ଭଳି ଏଥିରେ ସମ୍ପୃକି ଥିବା ବ୍ୟକ୍ତିଙ୍କୁ ଘଣ୍ଟା ଘୋଡାଉଥିବା ଅଭିଯୋଗ ଆଣିଛନ୍ତି।

ଏପରିକି ଯଦି ପୀଡିତାଙ୍କୁ ନ୍ୟାୟ ନମିଳେ ତେବେ ବିଜେପି ମହିଳା ମୋର୍ଚ୍ଚା ଆନ୍ଦୋଳନ କରିବା ସହ ନ୍ୟାୟାଳୟର ଆଶ୍ରୟ ନେବାକୁ କହିଛନ୍ତି। ସୂଚନା ଥାଉକି ଗତ ମେ 6 ତାରିଖରେ ପୀଡ଼ିତାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ପରେ ସେହି ମାସ 7 ତାରିଖରେ ମାଲକାନଗିରି ଜିଲ୍ଲା ଚିକିତ୍ସାଳୟରେ ପୀଡିତାଙ୍କୁ ଭର୍ତ୍ତି କରଯାଇଥିଲା । ସେଠାରୁ କୋରାପୁଟ ମେଡିକାଲ କଲେଜକୁ ସ୍ଥାନାନ୍ତର କରଯାଇଥିଲା । ସ୍ଥିତି ଗମ୍ଭୀର ହେବାରୁ ପୀଡ଼ିତାଙ୍କୁ ବ୍ରହ୍ମପୁର ନେବା ବାଟରେ ରାୟଗଡ଼ ଠାରେ ମେ ୧୧ ତାରିଖ ରାତିରେ ମୃତ୍ୟୁ ଘଟିଥିଲା ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ