ETV Bharat / state

Corona Awareness: ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଗାଇଡ଼ଲାଇନ ଜାରି

author img

By

Published : Jan 16, 2022, 9:13 PM IST

ରାୟଗଡା ଜିଲ୍ଲା ପ୍ରଶାସନ, ପୋଲିସ ସହାୟତାରେ ବିଭିନ୍ନ ସ୍ଥାନରେ ଡ଼ାକବାଜି ଯନ୍ତ୍ର ଦ୍ବାରା ଲୋକଙ୍କୁ କୋରୋନା ପାଇଁ ସତର୍କ କରାଉଛନ୍ତି । ଗାଇଡ଼ଲାଇନ ଅନୁଯାୟୀ ମାସ୍କ, ସାମାଜିକ ଦୂରତା ଓ ସାନିଟାଇଜକୁ ବାଧ୍ୟତାମୂଳକ କରାଯାଇଛି । ଅଧିକ ପଢନ୍ତୁ

Corona Awareness: ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଗାଇଡ଼ଲାଇନ ଜାରି
Corona Awareness: ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଗାଇଡ଼ଲାଇନ ଜାରି

ରାୟଗଡା: ଚିନ୍ତା ବଢ଼ାଉଛି କୋରୋନାର ନୂଆ ଷ୍ଟ୍ରେନ । ବିଭିନ୍ନ ରାଜ୍ୟରେ ଦ୍ରୁତ ଗତିରେ ମାଡି ଚାଲିଥିବାବେଳେ ସ୍ୱତନ୍ତ୍ର ରିଲିଫ କମିଶନ ଆମ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ବ୍ୟାପକ ସତର୍କତା ଅବଲମ୍ବନ କରିବାକୁ ଚିଠି ଲେଖିଥିଲେ । ଆଜି(ରବିବାର) ରାୟଗଡା ଜିଲ୍ଲା ପ୍ରଶାସନ ପୋଲିସ ପ୍ରଶାସନକୁ ନେଇ ବିଭିନ୍ନ ସ୍ଥାନରେ ଡ଼ାକବାଜି ଯନ୍ତ୍ର ସହାୟତାରେ ସତର୍କତା ଅବଲମ୍ବନ କରିବା ପାଇଁ ପରାମର୍ଶ ଦିଆଯାଇଛି । ଗାଇଡ଼ଲାଇନ ଅନୁଯାୟୀ ମାସ୍କ, ସାମାଜିକ ଦୂରତା ଓ ସାନିଟାଇଜକୁ ବାଧ୍ୟତାମୂଳକ କରାଯାଇଛି ।

ସେହିପରି ଦୋକାନ ବଜାର, ଧର୍ମାନୁଷ୍ଠାନ, ବିଭିନ୍ନ କାର୍ଯ୍ୟାଳୟରେ ଅଯଥା ଭିଡ଼ ନକରିବା ଓ ନିୟମ କଡ଼ାକଡ଼ି ପାଳନ କରିବାକୁ କୁହାଯାଇଛି । ସାମାଜିକ ଉତ୍ସବ ଅନୁଷ୍ଠାନକୁ ନଜର ରଖିବାକୁ ଜିଲ୍ଲାର ସମସ୍ତ ଉପଜିଲ୍ଲାପାଳ, ବିଡ଼ିଓ, ତହସିଲଦାର ଓ ପୋଲିସ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଆଜି ରାୟଗଡ଼ା ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ନେତୃତ୍ବରେ ଏକ ଟିମ ସହରର ବିଭିନ୍ନ ସ୍ଥାନ ଗସ୍ତ କରି ଲୋକଙ୍କୁ ସଚେତନ କରିବା ସହ ମାସ୍କ ବାଣ୍ଟିଥିଲେ । ତେବେ ଆଗକୁ ମାସ୍କ ନପିନ୍ଧିଲେ ଅମାନିଆଙ୍କୁ ସାବାଡ କରାଯିବ ବୋଲି ସୂଚନା ଦେଇଛନ୍ତି ରାୟଗଡ଼ା ଜିଲ୍ଲାପାଳ ।

ରାୟଗଡ଼ାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.