ETV Bharat / state

କେବଳ ନୀତି ପାଇଁ ରାୟଗଡାର ଅଧିକାଂଶ ମନ୍ଦିର ବେଢ଼ାରେ ହେଲା ଗୁଣ୍ଡିଚାଯାତ୍ରା

author img

By

Published : Jul 12, 2021, 10:48 PM IST

ରାୟଗଡ଼ା ଜିଲ୍ଲାରେ କୋଭିଡ କଟକଣାରେ ସରିଲା ଶ୍ରୀଗୁଣ୍ଡିଚା ଯାତ୍ରା । ମନ୍ଦିର ବେଢ଼ାରେ ଅସ୍ଥାୟୀ ଗୁଣ୍ଡିଚା ମନ୍ଦିରକୁ ବିଜେ କଲେ ମହାପ୍ରଭୁ । ଅଧିକ ପଢ଼ନ୍ତୁ...

ratha jatra,  rath yatra in rayagada, ମନ୍ଦିରେ ବେଢ଼ାରେ ହେଲା ରଥଯାତ୍ରା, ସରିଲା ଶ୍ରୀଗୁଣ୍ଡିଚା ଯାତ୍ରା, ଅସ୍ଥାୟୀ ଗୁଣ୍ଡିଚା ମନ୍ଦିର, ଗୁଣ୍ଡିଚାଯାତ୍ରା, ଶ୍ରୀଗୁଣ୍ଡିଚା ଯାତ୍ରା, ରାୟଗଡ଼ା
କେବଳ ନୀତି ପାଇଁ ମନ୍ଦିରେ ବେଢ଼ାରେ ହେଲା ଗୁଣ୍ଡିଚାଯାତ୍ରା

ରାୟଗଡ଼ା: କୋଭିଡ କଟକଣାରେ ଜିଲ୍ଲାରେ ସରିଲା ଶ୍ରୀଗୁଣ୍ଡିଚା ଯାତ୍ରା । ସରକାରଙ୍କ କୋଭିଡ ନିୟମକୁ ପାଳନ କରି ସୀମିତ ସେବାୟତଙ୍କ ଦ୍ବାରା ନିରାଡ଼ମ୍ବର ଭାବରେ ଜିଲ୍ଲାର ରାୟଗଡା, କାଶୀପୁର, ଗୁଣପୁର, ବିଷମକଟକ ଓ ମୁନିଗୁଡା ସମେତ ସମସ୍ତ ଜଗନ୍ନାଥ ମନ୍ଦିରରେ ଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହୋଇଯାଇଛି।

ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଧାଡି ପହଣ୍ଡିରେ ମନ୍ଦିର ପରିସରରେ ନିର୍ମିତ ଅସ୍ଥାୟୀ ଗୁଣ୍ଡିଚା ମନ୍ଦିରକୁ ବିଜେ କରାଯାଇଛି । ଗତବର୍ଷ ଭଳି ଚଳିତ ବର୍ଷ କୋରୋନାର ପ୍ରଭାବକୁ ଦୃଷ୍ଟିରେ ରଖି ପୁରୀ ବ୍ୟତୀତ ସମସ୍ତ ସ୍ଥାନରେ ରଥ ଯାତ୍ରାକୁ ସରକାର ବାରଣ କରିବା ସହ ସମସ୍ଥ ରୀତିନୀତି ମନ୍ଦିର ବେଢାରେ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସରକାରଙ୍କ ନିର୍ଦ୍ଦେଶକୁ ପାଳନ କରି ଜିଲ୍ଲା ସଦର ମହକୁମାରେ ଥିବା ଶ୍ରଦ୍ଧା ଶ୍ରୀକ୍ଷେତ୍ର, ଗୁଣୁପୁର, ମୁନିଗୁଡା, ବିସମକଟକ, ଗୁଡାରି, ପଦ୍ମପୁର, ପାଇକପଡା, ଟିକିରି ଭଳି ସମସ୍ତ ମନ୍ଦିରରେ ସକାଳ ଧୂପ ଦୀପ ସହ ପୂଜାର୍ଚ୍ଚନା ପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଘଣ୍ଟ ଘଣ୍ଟା ବଜାଇ ଶ୍ରୀମନ୍ଦିରରୁ ଧାଡି ପହଣ୍ଡିରେ ଆଣି ମନ୍ଦିର ପରିସରରେ ନିର୍ମିତ ଅସ୍ଥାୟୀ ଗୁଣ୍ଡିଚା ମନ୍ଦିରକୁ ବିଜେ କରାଯାଇଛି। ଯେଉଁଠାରେ ଶ୍ରୀ ଜୀଉଙ୍କ ନବଦିନର ରୀତିନୀତି ଅନୁଷ୍ଠିତ ହେବ ।

ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାର ସମସ୍ତ ଜଗନ୍ନାଥ ମନ୍ଦିର ପରିସରରେ 144 ଧାରା ଲାଗୁ କରାଯାଇଥିବାରୁ ମନ୍ଦିର ଭିତରକୁ କୌଣସି ଭକ୍ତଙ୍କୁ ପ୍ରବେଶ ଅନୁମତି ମିଳି ନାହିଁ ତେଣୁ ବିନା ଭକ୍ତରେ କେବଳ ରୀତି ନୀତିରେ ସମ୍ପନ୍ନ ହୋଇଛି ଆଜିର ଶ୍ରୀଗୁଣ୍ଡିଚା ଯାତ୍ରା ।

ରାୟଗଡ଼ାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.