ରାୟଗଡା: ଜିଲ୍ଲା ଏବେ କୋରୋନା ସଂକ୍ରମଣରେ ରାଜ୍ୟର 5ମ ସ୍ଥାନରେ ରହିଥିବା ବେଳେ ଆଜି ପୁଣି ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ଜିଲ୍ଲାରେ ସଂକ୍ରମଣ ରୋକିବାକୁ ଆଣ୍ଟିଜେନ ଟେଷ୍ଟକୁ ବ୍ୟାପକ କରାଯାଇଛି। ସାଧାରଣତଃ ଦୋକାନ ବଜାରରେ ଅଧିକ ଗହଳି ଲାଗିରହୁଥିବାରୁ ସମସ୍ତ ଦୋକାନୀଙ୍କ କୋରୋନା ଟେଷ୍ଟ କରାଇବାକୁ ବାଧ୍ୟତାମୂଳକ କରାଯାଇଛି ।
ପ୍ରତ୍ୟେକ ବ୍ଲକରେ ଦୁଇରୁ ତିନୋଟି କରି ଟେଷ୍ଟିଂ କେନ୍ଦ୍ରରେ ପରୀକ୍ଷା ଜାରି ରହିଛି । ସେପଟେ ଆଜି 15ଜଣ କୋରୋନା ଯୋଦ୍ଧା ସମେତ 137 ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।ଫଳରେ ରାୟଗଡାରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା 3100ରେ ପହଞ୍ଚିଛି ।
ଆଜି ପଦ୍ମପୁରରୁ ସର୍ବାଧିକ 27, ମୁନିଗୁଡ଼ାରୁ 19, କାଶିପୁରରୁ 19, ରାୟଗଡା ସହରରୁ 15, ବ୍ଳକରୁ 16, କୋଲନରରୁ 10, ରାମନଗୁଡା ବ୍ଳକରୁ 9ଜଣ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ କୋଭିଡ ଯୋଦ୍ଧାଙ୍କ ମଧ୍ୟରେ ସ୍ବାସ୍ଥ୍ୟ ବିଭାଗରୁ 8, ବନବିଭାଗ ଓ ପୋଲିସ ବିଭାଗରୁ ଜଣେ ଲେଖାଏଁ ମୋଟ 15 ଜଣ ସଂକ୍ରମିତ ହୋଇଛନ୍ତି।
ସେହିପରି ଜିଲ୍ଲାରେ 20ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ 1712 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ