ରାୟଗଡା: ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଥିବାରୁ ବନ୍ୟା ପରିସ୍ଥିତି ଦେଖା ଦେଇଛି । କେଉଁଠି ରାସ୍ତା ଧୋଇ ଗଲାଣି ତ କେଉଁଠି ରେଳ ଧାରଣା ଉପରେ ଚାଲୁଛି ପାଣି ।
ବର୍ଷା ଲାଗି ରହିଥିବା ହେତୁ ଏହାର ସମ୍ପୂର୍ଣ୍ଣ ପ୍ରଭାବ ରେଳ ବିଭାଗ ଉପରେ ପଡିଥିବା ନେଇ ରାୟଗଡା ଷ୍ଟେସନ ମ୍ୟାନେଜର ପିସି ସେଠୀ ପ୍ରତିକ୍ରିୟା ଦେଇଛନ୍ତି । ଅମ୍ବାତଳା ପାଖରେ ରେଳ ଧାରଣା ଧୋଇଯାଇଥିବା ବେଳେ ସେ ଲାଇନ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିବା ସେଠୀ କହିଛନ୍ତି । ତେଣୁ ରାୟଗଡା ଓ ଟିଟିଲାଗଡ ମଧ୍ୟରେ କୌଣସି ଟ୍ରେନ ଯିବା ଆସିବା କରୁନି ।
ଲଗାଣ ବର୍ଷା ଲାଗି ରହିଲେ ସ୍ଥିତି ସ୍ବଭାବିକ ହେବାକୁ ବିଳମ୍ବ ହୋଇପାରେ ବୋଲି ସେଠୀ କହିଛନ୍ତି ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ