ETV Bharat / state

ଚର୍ଚ୍ଚାରେ 'ରଘୁଭାଟଗୁଡା' ନଳକୂପ - ରାୟଗଡା

ରାୟଗଡାର ରଘୁଭାଟଗୁଡ଼ା ଗାଁରେ ଥିବା ଏକ ନଳକୂଅରୁ ଅନବରତ ବୋହି ଚାଲିଛି ପାଣି । ନଳକୂଅରୁ ଆପେ ଆପେ ପାଣି ବାହାରୁଥିବାରୁ ଲୋକେ ଆଶ୍ଚର୍ଯ୍ୟ ହେଉଛନ୍ତି । ବର୍ଷା ତମାମ ଏହି ନଳକୂପ ଲୋକଙ୍କୁ ପାଣି ଯୋଗାଇ ଆସୁଛି । ଏପଟେ ଜଳ ସଂରକ୍ଷଣ କଥା କହୁଥିବା ସରକାର ଏଥିପ୍ରତି କିଭଳି ଧ୍ୟାନ ଦେଇ ନାହାନ୍ତି ତାହାକୁ ନେଇ ପ୍ରଶ୍ନ ଉଠିଛି ।

ଡିଜାଇନ ଫଟୋ
author img

By

Published : Aug 16, 2019, 11:55 PM IST

ରାୟଗଡା: କଥାରେ ଅଛି ଜଳ ହିଁ ଜୀବନ । ଜଳ ବହୁଳେ ସୃଷ୍ଟି ନାଶ ଜଳ ବିହୁନେ ସୃଷ୍ଟି ନାଶ । କେଉଁଠି ଜଳ ବିନା ହାହାକାର ତ ପୁଣି କେଉଁଠି ଧରିତ୍ରୀ ଛାତି ଫଟେଇ ଢାଳି ଦେଉଛି ଅମୃତର ଧାର । ଏମିତି ଅଦ୍ଭୁଦ ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲାରେ । ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

ବର୍ଷ ତମାମ ଏହି ଜିଲ୍ଲା ପାଣିର ଉତ୍କଟ ସମସ୍ୟା ଭୋଗ କରିଥାଏ । ଯାହାର ଖବର ବାରମ୍ବାର ଗଣ ମାଧ୍ୟମରେ ପ୍ରକାଶ ପାଇଛି । ହେଲେ ଜିଲ୍ଲାରେ ଏମିତି ଏକ ଗାଁ ଅଛି ଯେଉଁଠି ପ୍ରକୃତି ଯେମିତି ଆଶୀର୍ବାଦ ଅଜାଡି ଦେଇଛି । ରାୟଗଡାର ରଘୁଭାଟଗୁଡା ଗାଁ । ଏଠାରେ ଏମିତି ଏକ ନଳକୂଅ ଅଛି ଯେଉଁଠି ଅନବରତ ବୋହି ଚାଲିଛି ପାଣି ସେ ପୁଣି ବିନା କାହା ସାହାଯ୍ୟରେ । ଗ୍ରାମବାସୀଙ୍କୁ ପାଣି ପାଇଁ କଷ୍ଟ କରିବାକୁ ପଡେ ନାହିଁ । କାରଣ ନଳକୂଅର ଆପେ ଆପେ ବାହାରୁଛି ପାଣି । ଏଥିପାଇଁ ଗାଁ ଲୋକେ ମଧ୍ୟ ମହାଆନନ୍ଦରେ ପାଣି ବୋହି ନିଅନ୍ତି । ଗତ ଦେଢ ବର୍ଷ ହେବ ଏଠାରୁ ଏମିତି ପାଣି ଝରୁଥିବା ସ୍ଥାନୀୟ ଲୋକେ କହିଛନ୍ତି ।

ଅନ୍ୟପଟେ ଅନବରତ ବୋହି ଚାଲିଥିବା ପାଣିକୁ ନେଇ ବିଭିନ୍ନ କଥା ଶୁଣିବାକୁ ମିଳେ, ଏଠାକାର ଲୋକେ ଏହାକୁ ଇଶ୍ବରଙ୍କ ବରଦାନ କହୁଥିବା ବେଳେ ଜନସ୍ବାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀ ଇଞ୍ଜିନିୟର ଭାଷାରେ ଆକ୍ଟ୍ରିସିୟାନ ବୋଲି କହିଛନ୍ତି । ଯାହାକି ସାଧାରଣତଃ ଏଭଳି ଘଟଣା ଅଷ୍ଟ୍ରେଲିଆରେ ଦେଖିବାକୁ ମିଳେ । ତେବେ ଏଠି ପ୍ରଶ୍ନ ଉଠୁଛି, ଜଳ ସଂରକ୍ଷଣ ପାଇଁ ସରକାରଙ୍କ କେତେ କଣ ପଦକ୍ଷେପ ନେଉଛନ୍ତି । କିନ୍ତୁ ଏଠାରେ ଦୀର୍ଘ ବର୍ଷ ଧରି ପାଣି ଅପଚୟ ହେଉଥିବା ବେଳେ ପ୍ରଶାସନର ଦୃଷ୍ଟି ପଡୁନି କାହିଁକି । ଏଥିପ୍ରତି ପ୍ରଶାସନ ନଜର ଦେବା ଆବଶ୍ୟକ ହୋଇ ପଡିଛି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Intro:ମିଳିଲାନି ଆମ୍ବୁଲାନ୍ସ କି ମହାପ୍ରୟାଣ ଗାଡି । ବାଇକରେ ନେଉ ଥିଲେ ଶବ, ଅଧବାଟରେ ଚେତା ପଶିଲା ପ୍ରଶାସନର। କନ୍ଧମାଳ ଜିଲ୍ଲାରେ ଲୋକଙ୍କ ଯନ୍ତ୍ରଣାର ଯେମିତି ଅନ୍ତ ନାହିଁ । ଜିଇଁଥିବା ବେଳେ ଯନ୍ତ୍ରଣା ଓ ଦୁଃଖ,ମୃତ୍ୟୁ ପରେ ମଧ୍ୟ ଯେମିତି ଗରିବ ଅଞ୍ଚଳବାସୀଙ୍କ ପିଛା ଛାଡୁନି ।
କନ୍ଧମାଳ ଜ଼ିଲ୍ଲା ଘୁ. ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଶୁକ୍ରବାର ଦିନ ଏକ ଦୁଃଖଦ ଘଟଣା ଘଟିଛି। ମେଡିକାଲରେ ଜଣେ ମହିଳା ରୋଗୀଙ୍କ ମୃତ୍ୟୁ ପରେ ସ୍ୱାସ୍ଥ୍ୟକେନ୍ଦ୍ର କର୍ତ୍ତୃପକ୍ଷ ଆମ୍ବୁଲାନ୍ସ କିମ୍ବା ମହାପ୍ରୟାଣ ଗାଡି ନ ଦେବାରୁ ପରିବାର ଲୋକ ବାଇକ ଯୋଗେ ମୃତ ଦେହ ନେଉ ଥିବାର ଦେଖା ଦେଇଛି।
Body: କଟିଙ୍ଗିଆ ଗ୍ରାମର ସେପତି ପ୍ରଧାନ (65) ନାମକ ମହିଳା ଦେହ ଖରାପ ହେବାରୁ ପରିବାର ଲୋକ ଚିକିତ୍ସା ପାଇଁ ଶୁକ୍ରବାର ସକାଳ 8 ଘଣ୍ଟା ସମୟରେ ଘୁ ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ଥିଲେ. ହେଲେ କିଛି ଘଣ୍ଟା ଅର୍ଥାତ 9.55 ମିନିଟରେ ବୃଦ୍ଧାଙ୍କ ମୃତ୍ୟୁ ଘଟି ଥିଲା. ପରିବାର ଲୋକ ମୃତ ଦେହକୁ ଅନ୍ତିମ ସଂସ୍କାର କରିବା ପାଇଁ ଘରକୁ ନେବା ନିମନ୍ତେ ମେଡିକାଲ କର୍ମଚାରୀଙ୍କୁ ଆମ୍ବୁଲାନ୍ସ ଏବଂ ମହା ପ୍ରଣୟ ଗାଡି ମାଗି ଥିଲେ. ହେଲେ ମେଡିକାଲ କର୍ମଚାରୀ ଶବ ବହିବା ପାଇଁ ଗାଡି ନ ଦେବାରୁ ପରିବାର ଲୋକ ଏକ ବାଇକ ଯୋଗେ ମୃତ ଦେହ ଘରକୁ ନେଉ ଥିବା କହି ଛନ୍ତି. ଘଟଣା ପ୍ରଚାର ହେବା ପରେ ମେଡିକାଲରେ ଉତେଜନା ଦେଖା ଦେଇ ଥିଲା. ଅଞ୍ଚଳ ବାସୀଙ୍କ ହସ୍ତଖେପ ପରେ ଶବ ବୁହା ଗାଡି ମେଡିକାଲ କତୃପକ୍ଷ ଦେଇ ଥିଲେ. ମେଡିକାଲରେ ସାଧାରଣ ଜନତାଙ୍କ ସୁବିଧା ପାଇଁ ଶବ ବୁହା,ଆମ୍ବୁଲାନ୍ସ ଗାଡି ମାଳ ମାଳ ଅଛି. ହେଲେ ମୃତ ଗରିବ ଆଦିବାସୀ ମହିଳାଙ୍କ ଶବ ନେବା ପାଇଁ ଗାଡି ନ ଦେବା ମେଡିକାଲ କର୍ମଚାରୀ ଏବଂ ପ୍ରଶାସନର ଆଦିବାସୀଙ୍କ ଯୋଜନା ମାରୋନା ନୀତି ଜଳ ଜଳ ହୋଇ ଦେଖା ଯାଉଛି ବୋଲି ଅଞ୍ଚଳ ବାସୀ ଅଭିଯୋଗ କରି ଛନ୍ତି. ଘଟଣା ସମ୍ପର୍କରେ ସ୍ୱାସ୍ଥ୍ୟ କେନ୍ଦ୍ରର ସୁପରିଟେଣ୍ଡେ ପ୍ରତିକ୍ରିୟା ଦେବା କି ମନା କରି ଦେଇ ଥିଲେ. ବହୁ ଦିନ ହେବ ଘୁ. ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତରଙ୍କ ଅଭାବ ସମସ୍ୟା ଲାଗି ରହିଛି. ଏହା ସହ କାର୍ଯ୍ୟରତ କର୍ମଚାରୀଙ୍କ ଅବହେଳା ଏବଂ ମନମାନି ଯୋଗୁଁ ରୋଗୀଙ୍କମୃତ୍ୟୁ ଘଟୁ ଥିବା ନେଇ ବାରମ୍ବାର ବାରମ୍ବାର ଅଭିଯୋଗ ହୋଇ ଆସୁଛି. ହେଲେ ପ୍ରଶାସନ ଅଞ୍ଚଳର ଆଦିବାସୀ ଦଳିତ ଲୋକଙ୍କ ସ୍ୱାର୍ଥ ପ୍ରତି ସଚେତନତା ନ ଥିବା ସାଧାରଣରେ ମତ ପ୍ରକାଶ ପାଇଛି. ଯାହାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି ।
Conclusion:
ଶେଷରେ ଜନସାଧାରଣଙ୍କ ହସ୍ତକ୍ଷେପ ପରେ ମେଡିକାଲ କର୍ତ୍ତୃପକ୍ଷ ଆମ୍ବୁଲାନ୍ସ ବଡ କଷ୍ଟରେ ଯୋଗାଇ ଥିଲେ ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.