ETV Bharat / state

ରାୟଗଡାରୁ ପୁଣି ଜନନୀ ଯନ୍ତ୍ରଣା, ନଥିଲା ରାସ୍ତା ଭାରାରେ ନଈ ପାର ହେଲେ ଗର୍ଭବତୀ - ରାୟଗଡା ଜନନୀ ଯନ୍ତ୍ରଣା

ରାସ୍ତା ନଥିବାରୁ ଭାରାରେ ବୁହା ହେଲେ ଗର୍ଭବତୀ । ଖାଲି ସେତିକି ନୁହେଁ ଭାରାରେ ବିପଦଜନକ ଭାବେ ଗର୍ଭବତୀ ଭାରାରେ ନଦୀ ପାର ହେଉଥିବା ଚିତ୍ର ସାମ୍ନାକୁ ଆସିଛି । ଅଧିକ ପଢନ୍ତୁ

pregnant women carried on cot
ଭାରାରେ ବୁହା ହେଲେ ଗର୍ଭବତୀ
author img

By

Published : Jul 23, 2023, 1:19 PM IST

ଭାରାରେ ନଈ ପାର ହେଲେ ଗର୍ଭବତୀ

ରାୟଗଡା: ଜିଲ୍ଲାରେ ଥିମିବାର ନାଁ ନେଉନାହିଁ ଜନନୀ ଯନ୍ତ୍ରଣା । କେତେବେଳେ ଖଟିଆରେ ତ କେତେବେଳେ ଭାରାରେ ଭରା ନଈ ପାର ହେଉଛନ୍ତି ଗର୍ଭବତୀ । ଏହି ଖବର ରାୟଗଡା ଜିଲ୍ଲାର ବିକାଶ ଚିତ୍ର ପଦାରେ ପକାଇଛି । ରାସ୍ତା ନଥିବାରୁ ଭାରାରେ ବିପଦଜନକ ଅବସ୍ଥାରେ ଜଣେ ଗର୍ଭବତୀ ବୁହା ହୋଇଛନ୍ତି । ରାୟଗଡା ଜିଲ୍ଲା କାଶୀପୁର ବ୍ଲକରୁ ଏ ଖବର ସାମ୍ନାକୁ ଆସିଛି ।

ସୂଚନାଅନୁଯାୟୀ, ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଗୋରଖପୁର ପଞ୍ଚାୟତ କାହ୍ନୁଗୁଡା ଗ୍ରାମରେ ରାସ୍ତାଟିଏ ନଥିବାରୁ ଭାରାରେ ବୁହା ଗର୍ଭବତୀ ବୁହା ହୋଇଛନ୍ତି । ଖାଲି ସେତିକି ନୁହେଁ ଭାରାରେ ବିପଦଜନକ ଭାବେ ଗର୍ଭବତୀ ଆଣ୍ଠୁଏ ପାଣିରେ ନଦୀ ପାର ହେଉଥିବା ଚିତ୍ର ସାମ୍ନାକୁ ଆସିଛି । ଗର୍ଭବତୀ ରଶ୍ମିତା ସାହୁ ପ୍ରସବ ଯନ୍ତ୍ରଣା ହୋଇଥିଲା । ଏହା ପରେ 108 ଆମ୍ବୁଲାନ୍ସକୁ ଫୋନ କରିଥିଲେ ପରିବାରଲୋକେ । ଆମ୍ବୁଲାନ୍ସ ଆସିଥିଲା ସତ ହେଲେ ଗାଁକୁ ରାସ୍ତାଟିଏ ନଥିବାରୁ ଗାଁ ଭିତରକୁ ଆସିପାରିନଥିଲା ।

ଉକ୍ତ ଗାଁକୁ ଏକ ନଦୀ ପାର ହୋଇ ଯିବାକୁ ପଡୁଥିବାରୁ ନଦୀ ମୁଣ୍ଡରେ ଆମ୍ବୁଲାନ୍ସ ଅଟକି ଯାଇଥିଲା । ବାଧ୍ୟ ହୋଇ ଗର୍ଭବତୀଙ୍କୁ ଦୁଇ ଜଣ ଭାରାରେ ବୋହି ଭରା ନଦୀରେ ଆମ୍ବୁଲାନ୍ସ ଯାଏଁ ଆଣିଥିଲେ । ବିପଦଜନକ ଅବସ୍ଥାରେ ନଦୀପାର କରି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଗର୍ଭବତୀଙ୍କୁ ଆଣିଥିଲେ । ଆମ୍ବୁଲାନ୍ସ ଯୋଗେ ଗର୍ଭବତୀ ମହିଳାଙ୍କୁ କାଶୀପୁର ଡାକ୍ତରଖାନାରେ ମଧ୍ୟ ଭର୍ତ୍ତି କରାଯାଇଥିଲା । ଏହିପରି ଦୃଶ୍ୟ କାଶୀପୁର ବ୍ଲକ ହେଉ ବା କାହ୍ନୁଗୁଡା ଗ୍ରାମବାସୀଙ୍କ ପାଇଁ କିଛି ନୂଆକଥା ନୁହେଁ । ଗ୍ରାମବାସୀ ମଧ୍ୟ ଦୀର୍ଘ ବର୍ଷ ଧରି ଏକ ସ୍ଥାୟୀ ପୋଲ ନିର୍ମାଣ ପାଇଁ ଦାବି କରିଆସୁଥିଲେ ମଧ୍ୟ ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ନେଇନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ଏହା ବି ପଢନ୍ତୁ...ଖରାପ ରାସ୍ତା ପାଇଁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ, ସାଇକେଲରେ ବୁହା ହେଲେ ଗର୍ଭବତୀ

ଏହା ବି ପଢନ୍ତୁ...ଭାରରେ ବୁହା ହେଲେ ଗର୍ଭବତୀ: ଅଧା ବାଟରେ ଜନ୍ମଦେଲେ ଶିଶୁକନ୍ୟା

ଏହା ବି ପଢନ୍ତୁ...ଖଟିଆରେ ୧୫ କିମି ବୁହା ହେଲେ ଗର୍ଭବତୀ, ରାସ୍ତାରେ ହେଲା ପ୍ରସବ

ଖାଲି ରାୟଗଡା ନୁହେଁ ନବରଙ୍ଗପୁର, ସମ୍ବଲପୁର ଆଦି ଜିଲ୍ଲାରେ ମଧ୍ୟରେ ଏହି ପରି ଚିତ୍ର ସାମ୍ନାକୁ ଆସିଛି । କେଉଁଠି ଗର୍ଭବତୀ ଖଟିଆ ତ କେଉଁଠି ସାଇକେଲରେ ବୁହା ହୋଇ ଡାକ୍ତରଖାନାକୁ ଯାଉଥିବା ଖବର ସାମ୍ନାକୁ ଆସିଛି । ବିକାଶର ଡିଣ୍ଡିମ ପିଟୁଥିବା ସରକାର ଯେମିତି କୁମ୍ଭକର୍ଣ୍ଣା ନିଦ୍ରାରେ ।

ଇଟିଭି ଭାରତ, ରାୟଗଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.