ETV Bharat / state

ଗାଁରେ ପଶି ପାରିଲାନି ଆମ୍ବୁଲାନ୍ସ; ୪ କିମି ବୁହାହେଲେ ଗର୍ଭବତୀ, ଅଧବାଟରେ ଶିଶୁ ଜନ୍ମ - ରାୟଗଡାରେ ଜନନୀ ଯନ୍ତ୍ରଣା

ଭଲ ରାସ୍ତା ନଥିବାରୁ ଗାଁକୁ ଯାଇ ପାରିଲାନି ଆମ୍ବୁଲାନ୍ସ । ଷ୍ଟ୍ରେଚରରେ ୪ କିଲୋମିଟର ବୁହାହେଲେ ଗର୍ଭବତୀ । ହସ୍ପିଟାଲ ପହଞ୍ଚିବା ପୂର୍ବରୁ ଜନ୍ମ ନେଲା ଶିଶୁ । ଅଧିକ ପଢନ୍ତୁ

୪ କିମି ବୁହାହେଲେ ଗର୍ଭବତୀ
୪ କିମି ବୁହାହେଲେ ଗର୍ଭବତୀ
author img

By

Published : Jul 11, 2023, 7:22 AM IST

Updated : Jul 11, 2023, 9:19 AM IST

୪ କିମି ବୁହାହେଲେ ଗର୍ଭବତୀ

ରାୟଗଡା: ସରକାରଙ୍କ ମାଳ ମାଳ ଯୋଜନା ସତ୍ତ୍ବେ ରାଜ୍ୟରେ ସରୁନି ଜନନୀ ଯନ୍ତ୍ରଣା । ଭଲ ରାସ୍ତା ଖଣ୍ଡେ ନଥିବାରୁ ଗାଁକୁ ପଶି ପାରିଲାନି ଆମ୍ବୁଲାନ୍ସ । ୪ କିଲୋମିଟର ଷ୍ଟ୍ରେଚରରେ ବୁହା ହୋଇ ଆମ୍ବୁଲାନ୍ସ ପାଖରେ ପହଞ୍ଚିଲେ ଗର୍ଭବତୀ । ହେଲେ ହସ୍ପିଟାଲରେ ପହଞ୍ଚିବା ପୂର୍ବରୁ ଅଧବାଟରେ ଜନ୍ମ ନେଲା ଶିଶୁ । ସ୍ବାସ୍ଥ୍ୟସେବାକୁ ନେଇ ସବୁବେଳେ ଚର୍ଚ୍ଚାରେ ରହି ଆସିଥିବା ରାୟଗଡ଼ା ଜିଲ୍ଲାରେ ଏବେ ଜଣେ ମହିଳାଙ୍କୁ ଷ୍ଟ୍ରେଚରରେ ବୋହି ଆମ୍ବୁଲାନ୍ସକୁ ଆଣିବା ଦୃଶ୍ୟ ପୁଣିଥରେ ସମଗ୍ର ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା ଗୁଡାରୀ ବ୍ଲକ ମଧୁବନ ପଞ୍ଚାୟତର ଜିମାରାଓ ଗ୍ରାମରେ ।

ସୂଚନା ମୁତାବକ, ସୋମବାର ସକାଳେ ଜିମାରାଓ ଗ୍ରାମର ଅର୍ଜୁନ ଜାଗରଙ୍ଗାଙ୍କ ପତ୍ନୀ ସୁଭଦ୍ରା ଜାଗାରଙ୍ଗାକୁ ପ୍ରସବ ବେଦନା ହୋଇଥିଲା । ଏହାପରେ ଆଶା ଦିଦି ୧୦୨ ଆମ୍ବୁଲାନ୍ସକୁ ଡାକିଥିଲେ । ସକାଳ ୬ଟା ସମୟରେ ଗାଡ଼ିଟି ବାହାରି ଜୀମାରାଓ ଗାଁଠାରୁ ୪ କିମି ଦୂରରେ ଅଟକି ରହିଥିଲା । କାରଣ କଚ୍ଚା ରାସ୍ତା ଯୋଗୁଁ ଆମ୍ବୁଲାନ୍ସ ଗାଁ ଭିତରକୁ ପଶି ପାରିନଥିଲା । ଏହାପରେ ଆମ୍ବୁଲାନ୍ସ ଡ୍ରାଇଭର ନିଜେ ଗାଁକୁ ଯାଇ ଗର୍ଭବତୀଙ୍କୁ ସେମାନଙ୍କ ସମ୍ପର୍କୀୟଙ୍କ ସାହାଯ୍ୟରେ ଭାର କରି ୪ କିମି ଚାଲି ଚାଲି ଆମ୍ବୁଲାନ୍ସ ପାଖକୁ ଆଣିଥିଲେ । ସେଠାରୁ ଡାକ୍ତରଖାନାକୁ ଯାଉଥିବା ବାଟରେ ହିଁ ଆମ୍ବୁଲାନ୍ସ ଭିତରେ ମହିଳା ଏକ ଶିଶୁକନ୍ୟା ଜନ୍ମ ଦେଇଥିଲେ । ପରେ ଉଭୟ ମାଆ ଓ ନବଜାତକୁ ନେଇ ଡ୍ରାଇଭର ମେଡ଼ିକାଲରେ ପହଞ୍ଚିଥିଲେ ।

ଏହାମଧ୍ୟ ପଢନ୍ତୁ: ଖମନପଡାରେ ଜନନୀ ଯନ୍ତ୍ରଣା: ଦୀର୍ଘ 5 କିମି ଭାରରେ ବୁହାହେଲେ ଗର୍ଭବତୀ

ବର୍ତ୍ତମାନ ମାଆ ଓ ଶିଶୁକନ୍ୟା ସୁସ୍ଥ ଥିବା ଜଣାପଡିଛି । ଆମ୍ବୁଲାନ୍ସ ନଯାଇ ପାରିବାରୁ ନିଜେ ଡ୍ରାଇଭର ଡି. ସୁରେଶ ବାବୁ ଗର୍ଭବତୀଙ୍କୁ ଭାର କରିବା ଆଣିବା କାର୍ଯ୍ୟକୁ ଖୁବ୍ ପ୍ରଶଂସା କରାଯାଇଛି । ତେବେ ସବୁଠାରୁ ବଡ଼କଥା ହେଲା ଜିଲ୍ଲାରେ ଗର୍ଭବତୀଙ୍କ ସୁରକ୍ଷିତ ପ୍ରସବ ପାଇଁ ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ସବୁ ବ୍ଲକର ଦୁର୍ଗମ ଅଞ୍ଚଳରେ ଏକାଧିକ ମାଆ ଘର ରହିଥିବା ବେଳେ ପ୍ରସବ ତାରିଖର ଢ଼େର ପୂର୍ବରୁ ଗର୍ଭବତୀ ମହିଳାଙ୍କୁ ଉକ୍ତ ମାଆ ଘରେ ରଖି ସେମାନଙ୍କର ଯତ୍ନ ନେବାର ବ୍ୟବସ୍ଥା ରହିଛି । ତେବେ ତୃଣମୁଳ ସ୍ତରରେ ସଚେତନତା ଅଭାବ ଯୋଗୁଁ ଏଭଳି ଘଟଣା ଘଟି କେଉଁଠି ଡାକ୍ତରଖାନା ଯିବା ବାଟରେ ଗର୍ଭବତୀ ମହିଳାମାନେ ପ୍ରସବ କଲେଣି ତ ପୁଣି କେଉଁଠି ମାଆ ଓ ଶିଶୁ ଆଖି ବୁଜୁଛନ୍ତି । ଏ ଦିଗରେ ନିଶ୍ଚିତ ଭାବେ ଦୃଷ୍ଟି ଦେବାର ସମୟ ଆସିଛି ।

ଇଟିଭି ଭାରତ, ରାୟଗଡା

Last Updated : Jul 11, 2023, 9:19 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.