ରାୟଗଡା: ପକ୍କା ରାସ୍ତା ନଥିବାରୁ 12 କିଲୋମିଟର ବୁହାହେଲେ ଗର୍ଭବତୀ । ଏଭଳି ଘଟଣା ଘଟିଛି ରାୟଗଡା କାଶୀପୁର ବ୍ଲକ ମାଣ୍ଡିବିଶି ପଞ୍ଚାୟତର ଲୁକାପାଇ ଗାଁ ।
ଏହି ଗାଁର ଗର୍ଭବତୀ ସୁତୁରି ମଝିଙ୍କୁ 12 କିଲୋମିଟର ଭାରରେ ବୋହି କାଶୀପୁର ଗୋଷ୍ଟିସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ତେବେ ଗାଁକୁ ରାସ୍ତା ନ ଥିବାରୁ ପରିବାର ଲୋକ ତାଙ୍କୁ ଭାରରେ ବୋହି ଆଣିବାକୁ ବାଧ୍ୟ ହୋଇଥିଲେ । ଏ ସଂପର୍କରେ ଅଶକର୍ମୀ ଏବଂ ଏଏନଏମଙ୍କୁ ସୂଚନା ମଧ୍ୟ ଦିଆଯାଇଥିଲା । ଉଭୟ ଆମ୍ବୁଲେନ୍ସକୁ ସୂଚନା ଦେଇଥିଲେ । ହେଲେ ଗାଁକୁ ରାସ୍ତା ନଥିବା ଯୋଗୁଁ ଗାଁ ପର୍ଯ୍ୟନ୍ତ ଆମ୍ବୁଲେନ୍ସ ପହଞ୍ଚି ପାରିନଥିଲା । ଗାଁରୁ ମୁଖ୍ୟ ରାସ୍ତା 12 କିଲୋମିଟର ଷ୍ଟେଚରରେ ବୋହି ଆଣିବାକୁ ପଡିଥିଲା ।
ଦିନକୁ ଦିନ ଗର୍ଭବତୀଙ୍କ ସମସ୍ୟା ଥମିବାର ନା ଧରୁନି । ନିୟମିତ ବ୍ୟବଧାନରେ ଏଭଳି ଜିଲ୍ଲାରେ ବଢିଚାଲିଛି ଜନନୀ ଯନ୍ତ୍ରଣା । ଗର୍ଭବତୀଙ୍କ ସୁରକ୍ଷିତ ପ୍ରସବ ପାଇଁ ସରକାର ଅନେକ ଯୋଜନା କରିଥିଲେ ଥିଲେ ମଧ୍ୟ ବିଭିନ୍ନ ସମୟରେ ଗର୍ଭବତୀ ମାନେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଭାରରେ ବୁହାହୋଇ ଆସୁଥିବାର ନଜର ଆସୁଛି ।
ରାୟଗଡ଼ାରୁ ରଞ୍ଜନ ରଥ, ଇଟିଭି ଭାରତ