ETV Bharat / state

ଖଟିଆରେ ବୁହାହେଲେ ଗର୍ଭବତୀ: ରାସ୍ତା ସମସ୍ୟା ନେଇ ନିରବଦ୍ରଷ୍ଟା ପ୍ରଶାସନ

author img

By

Published : Jul 11, 2021, 9:39 PM IST

ପୁଣି ଫେଲ୍ ମାରିଲା ସରକାରଙ୍କ ଜନନୀ ଜନ୍ତ୍ରଣା । ଗ୍ରାମବାସୀ ଆଶା ଦିଦିଙ୍କ ସାହାଯ୍ୟରେ ଖଟିଆରେ 3କିମି ବୁହା ହେଲେ ଗର୍ଭବତୀ ମହିଳା । ଅଧିକ ପଢନ୍ତୁ...

ଖଟିଆରେ ବୁହାହେଲେ ଗର୍ଭବତୀ ମହିଳା : ରାସ୍ତା ସମସ୍ୟା ନେଇ ନିରବଦ୍ରଷ୍ଟା ପ୍ରଶାସନ

ରାୟଗଡା: କାଶୀପୁର ବ୍ଲକରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବାରମ୍ବାର ଖବରକାଗଜ ଗଣମାଧ୍ୟମରେ ଖବର ପ୍ରକାଶନ ପରେ ମଧ୍ୟ ନିରବଦ୍ରଷ୍ଟା ସାଜିଛି ପ୍ରଶାସନ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କାଶୀପୁର ବ୍ଲକ ଡଙ୍ଗାସିଲ ପଞ୍ଚାୟତ ଅନ୍ତର୍ଗତ ଦଢାଫାସ ଗ୍ରାମରେ । ଦଢାଫାସ ଗ୍ରାମର ଦିବନ ମାଝୀଙ୍କ ସ୍ତ୍ରୀ ଆଶାଇ ମାଝୀ ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉଥିଲେ ।

ଦଢାଫାସ ଗ୍ରାମରୁ ସ୍ବାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର ନିମନ୍ତେ ୧୦୮ ଆମ୍ବୁଲାନ୍ସକୁ ଯୋଗାଯାଗ କରିଥିଲେ । ଆମ୍ବୁଲାନ୍ସ କାଶୀପୁର ଠାରୁ ଆସିଥିଲା ହେଲେ ଏହି ଗ୍ରାମକୁ ରାସ୍ତା ନଥିବାରୁ ଗାଁରୁ ପ୍ରାୟ ୩ କିମି ଦୂରରେ କସମଘାଟି ଠାରେ ଆମ୍ବୁଲାନ୍ସ ଅଟକି ରହିଥିଲା । ଫଳରେ ଗର୍ଭବତୀ ମହିଳାଙ୍କୁ ଖଟିଆ ଯୋଗେ ଆମ୍ବୁଲାନ୍ସ ଚାଳକ ପରୀକ୍ଷିତଙ୍କ ସହ ଆଶା ଦିଦି ଏବଂ ପରିବାର ଲୋକଙ୍କ ସହାୟତାରେ ଖଟିଆରେ ବୁହା ହୋଇ ଅଣାଯାଇଥିଲା ।

ଏହାପରେ ତାଙ୍କୁ ଡଙ୍ଗାସିଲ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଡଙ୍ଗାସିଲ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରୁ ଗର୍ଭବତୀ ମହିଳାଙ୍କୁ ରାୟଗଡା ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.