ETV Bharat / state

Municipal Election: ବୁଥ ଅଭିମୁଖେ ବାହାରିଲେ ପୋଲିଂ କର୍ମଚାରୀ

author img

By

Published : Mar 23, 2022, 8:46 PM IST

ରାତି ପାହିଲେ ପୌର ନିର୍ବାଚନ ପାଇଁ ଭୋଟ ଦେବେ ମତଦାତା । ଏଥିପାଇଁ ରାୟଗଡ଼ାରେ ବୁଥ ଅଭିମୁଖେ ବାହାରିଛନ୍ତି ପୁଲିଂ ଅଧିକାରୀ । ଅଧିକ ପଢ଼ନ୍ତୁ

ରାୟଗଡ଼ାରେ ବୁଥ ଅଭିମୁଖେ ବାହାରିଲେ ପୋଲିଂ କର୍ମଚାରୀ

ରାୟଗଡ଼ା: ରାତି ପାହିଲେ ପୌର ନିର୍ବାଚନ ପାଇଁ ଭୋଟ ଦେବେ ମତଦାତା । ଏଥିପାଇଁ ରାୟଗଡ଼ାରେ ବୁଥ ଅଭିମୁଖେ ବାହାରିଛନ୍ତି ପୁଲିଂ ଅଧିକାରୀ । ରାୟଗଡା ଜିଲ୍ଲାର ଦୁଇଟି ପୌରପରିଷଦ ଓ ଗୋଟିଏ NACରେ ହେବ ମତଦାନ । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ବୁଥ୍‌ ଅଭିମୁଖେ ବାହାରିଛନ୍ତି ପୁଲିଂ ଅଧିକାରୀ ।

ଆସନ୍ତାକାଲି ରାୟଗଡା ପୌରପରିଷଦରେ ୨୪ଟି ୱାର୍ଡ ପାଇଁ ୫୯ଟି ବୁଥରେ ମତା ସାବ୍ୟସ୍ତ କରିବେ ୫୬ହଜାର ୫୯୭ ଭୋଟର । ସେହିଭଳି ଗୁଣୁପୁର ପୌରପରିଷଦରେ ୧୯ଟ ୱାର୍ଡ ପାଇଁ ୨୮ଟି ବୁଥ୍‌ରେ ମତଦାନ କରିବେ ମୋଟ 22ହଜାର 608 ଭୋଟର । ସେହିପରି ଗୁଡାରି NACରେ ୧୧ଟି ୱାର୍ଡ ପାଇଁ ୧୧ଟି ବୁଥରେ ୫୨୯୯ ଭୋଟର ମତଦାନ କରିବେ ।

ରାୟଗଡା ପୌର ପରିଷଦ ନିର୍ବାଚନ ପାଇଁ ବୁଧବାର ସମସ୍ତ ପୋଲିଂ ଅଧିକାରୀ ରାୟଗଡା ଟାଉନହଲରେ ପହଞ୍ଚି ନିର୍ବାଚନ ପାଇଁ EVM ମେସିନ ସମେତ ସମସ୍ତ ଆବଶ୍ୟକ ଜିନିଷ କାଉଣ୍ଟରରୁ ସଂଗ୍ରହ କରିଛନ୍ତି । ଏଥିପାଇଁ ଜିଲ୍ଲା ପ୍ରସାଶନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ବେଳେ ଶାନ୍ତି ଶୃଙ୍ଖଳାରେ ନିର୍ବାଚନକୁ ପରିଚାଳନା କରିବା ପଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଏଥିପାଇଁ ଆଜିଠାରୁ ବୁଥ୍‌ ଗୁଡିକୁ ପୋଲିଂ ପାର୍ଟି ଗୁଡିକୁ ପଠାଯାଉଥିବା କଥା କହିଛନ୍ତି ରାୟଗଡା ଉପଜିଲ୍ଲାପାଳ ତଥା ନିର୍ବାଚନ ଅଧିକରି ପ୍ରତାପଚନ୍ଦ୍ର ପ୍ରଧାନ ।

ରାୟଗଡ଼ାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.