ETV Bharat / state

ନିୟମଗିରିର ଡଙ୍ଗରିଆ ଶିଶୁ ଖାଇଲେ ପୋଲିଓ ବୁନ୍ଦା

author img

By

Published : Feb 3, 2021, 7:06 AM IST

ନିୟମଗିରି ପାହାଡରେ ବସବାସ କରୁଥିବା ଡଙ୍ଗରିଆ ପିଲାଏ ଖାଇଛନ୍ତି ପୋଲିଓ ବୁନ୍ଦା। ସଲାପଝୋଲା ସମେତ ସମସ୍ଥ ଗ୍ରାମର ପିଲାଙ୍କୁ ସ୍ବାସ୍ଥ୍ୟ କର୍ମୀ ଓ ଅଙ୍ଗନବାଡି କର୍ମୀ ଘରକୁ ଘର ବୁଲି ପିଲାଙ୍କୁ ପୋଲିଓ ବୁନ୍ଦା ପ୍ରଦାନ କରିଛନ୍ତି । ଅଧିକ ପଢନ୍ତୁ...

ନିୟମଗିରିର ଡଙ୍ଗରିଆ ପିଲା ଖାଇଲେ ପୋଲିଓ ବୁନ୍ଦା

ରାୟଗଡା: ପୋଲିଓ ମୁକ୍ତ ସମାଜ ଗଠନ ନେଇ 5ବର୍ଷରୁ କମ ଶିଶୁଙ୍କୁ ପୋଲିଓ ବୁନ୍ଦା ଖୁଆଇବା ପାଇଁ ଆରମ୍ଭ ହୋଇଛି। ଏହି ପଲସ ପୋଲିଓ ଅଭିଯାନରେ ନିୟମଗିରିର ଡଙ୍ଗରିଆ ପିଲାଙ୍କୁ ସଫଳତାର ସହ ଦିଆଯାଇ ପାରିଛି ପୋଲିଓ ବୁନ୍ଦା ।

ରାୟଗଡା ଜିଲ୍ଲାର ମୁନିଗୁଡା ବ୍ଲକ ଅନ୍ତର୍ଗତ ନିୟମଗିରି ପାହାଡରେ ବସବାସ କରୁଥିବା ଡଙ୍ଗରିଆ ପିଲାଏ ଖାଇଛନ୍ତି ପୋଲିଓ ବୁନ୍ଦା। ସଲାପଝୋଲା ସମେତ ସମସ୍ଥ ଗ୍ରାମର ପିଲାଙ୍କୁ ସ୍ବାସ୍ଥ୍ୟ କର୍ମୀ ଓ ଅଙ୍ଗନବାଡି କର୍ମୀ ଘରକୁ ଘର ବୁଲି ପିଲାଙ୍କୁ ପୋଲିଓ ବୁନ୍ଦା ପ୍ରଦାନ କରିଛନ୍ତି ।

ପଲସ ପୋଲିଓ ଅଭିଯାନ ଗତ 31ତାରିଖ ଠାରୁ ଆରମ୍ଭ ହୋଇଛି । ବୁଥରେ ପୋଲିଓ ବୁନ୍ଦା ପାଇନଥିବା ଶିଶୁ ମାନଙ୍କୁ ପୋଲିଓ ବୁନ୍ଦା ଦେବା ପାଇଁ ଗତକାଲି ଠାରୁ ସ୍ବାସ୍ଥ୍ୟ କର୍ମୀ, ଅଙ୍ଗନବାଡି କର୍ମୀ ଓ ଆଶା କର୍ମୀ ଆଦି ଘରକୁ ଘରକୁ ବୁଲି ପ୍ରଦାନ କରୁଛନ୍ତି ପୋଲିଓ ବୁନ୍ଦା।

ଜିଲ୍ଲାରେ 1 ଲକ୍ଷ 17 ହଜାର 615 ଜଣ ଶିଶୁଙ୍କୁ ପୋଲିଓ ବୁନ୍ଦା ପ୍ରଦାନ ଟାର୍ଗେଟ ରଖାଯାଇଥିବା ବେଳେ ଜିଲ୍ଲାରେ ଦ୍ବିତୀୟ ଦିନ ସୁଦ୍ଧା 1,08,205ଜଣ ଅର୍ଥାତ 92 ଶତକଡା ପୋଲିଓ ବୁନ୍ଦା ପ୍ରଦାନ କରାଯାଇଛି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.