ETV Bharat / state

ବାଇକ କଟକଣା ପରେ ସାଇକେଲରେ ପାଟ୍ରୋଲିଂ କଲା ପୋଲିସ

ରାୟଗଡ଼ା ଜିଲ୍ଲାରେ କୋରୋନା ଭାଇରସ ପାଇଁ ପୋଲିସ ପକ୍ଷରୁ ଆଇନକୁ କଡାକଡି କରିଛି । ଯେପରିକି ବାଇକ ଚଳାଚଳ ଉପରେ ପୋଲିସ କଟକଣା ଜାରି କରିଛି । ତେଣୁ ପୋଲିସ ମଧ୍ୟ ନିଜେ ସାଇକେଲଲେ ପାଟ୍ରୋଲିଂ କରି ସମସ୍ତଙ୍କୁ ସଚେତନା କରୁଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ବାଇକ କଟକଣା ପରେ ସାଇକଲରେ ପୋଲିସ କଲା ପାଟ୍ରୋଲିଂ

author img

By

Published : Apr 8, 2020, 5:44 PM IST

ରାୟଗଡା: ଜିଲ୍ଲାରେ ଲକଡାଉନର ପ୍ରଭାବ ବେଶ ପରିଲକ୍ଷିତ ହୋଇଥିବା ବେଳେ, କୋଭିଡ-19 ଆଇନକୁ କଡାକଡି କରିଛି ଜିଲ୍ଲା ପୋଲିସ । ସାମାଜିକ ଦୂରତା ବଜାଇ ରଖିବା ପାଇଁ ମୋଟର ସାଇକେଲ ଉପରେ କଟକଣା ଲଗାଯାଇଥିବା ବେଳେ, ନିଆରା ଢଙ୍ଗରେ ସାଇକେଲରେ ମୁନିଗୁଡା ପୋଲିସ ପାଟ୍ରୋଲିଂ କରି ସୃଷ୍ଟି କଲା ଉଦାହରଣ ।

ବାଇକ କଟକଣା ପରେ ସାଇକଲରେ ପୋଲିସ କଲା ପାଟ୍ରୋଲିଂ

ପରିବା କିମ୍ବା ଦୈନନ୍ଦିନ ହେଉ ସଉଦା ବାହାନାରେ ସହରଠୁ ଆରମ୍ଭ କରି ଗାଁ ପର୍ଯ୍ୟନ୍ତ ମାଳମାଳ ବାଇକ ଘୁରି ବୁଲୁଥିବା ବେଳେ ପ୍ରଶାସନ ବାଇକ ଉପରେ ସମ୍ପୂର୍ଣ ନିଷେଧାଦେଶ ଜାରି କରିଛି । ତେବେ ବୁଧବାର ମୁନିଗୁଡା ପୋଲିସ ଦ୍ବାରା ସାଇକେଲରେ ପାଟ୍ରୋଲିଂ ନିଶ୍ଚିତ ଭାବେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିପାରିଛି । ଜିଲ୍ଲାରେ ଇତି ମଧ୍ୟରେ ଆଇନ ଉଲ୍ଲଂଘନ ଅଭିଯୋଗରେ 138ଟି କେସ କରାଯାଇଥିବା ବେଳେ 428 ଜଣକୁ ଅଟକ ରଖି ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଏସ ପି ଡ. ସର୍ବଣ ବିବେକ ଏମ ପ୍ରକାଶ କରିଛନ୍ତି । ସେହିପରି ଜିଲ୍ଲାର ବିଭିନ୍ନ ଥାନାରେ 138ଟି ବାଇକ ଓ 5ଟି 4ଚକିଆ ଯାନକୁ ଜବତ କରାଯାଇ ଥିବା ଜଣାଯାଇଛି ।

ରାୟଗଡ଼ାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.