ରାୟଗଡା: ନାବାଳିକାଙ୍କୁ ତ୍ବରିତ ନ୍ୟାୟ ପ୍ରଦାନ ଉଦ୍ଦେଶ୍ୟରେ ରାୟଗଡା କୋର୍ଟ ପରିସରରେ ଶୁକ୍ରବାର ସେସନ ସ୍ବତନ୍ତ୍ର ପୋକସୋ କୋର୍ଟ ଉଦଘାଟିତ ହୋଇଛି । ପୋକସୋ କୋର୍ଟକୁ ଜିଲ୍ଲା ନ୍ୟାୟାଧୀଶ ଚିତ୍ତରଞ୍ଜନ ଦାସ ଉଦଘାଟନ କରିଛନ୍ତି ।
ଏହି ଅଦାଲତର ବିଚାରପତି ଜ୍ଞାନେନ୍ଦ୍ର କୁମାର ବାରିକ ଉପସ୍ଥିତ ଥିବାବେଳେ ଅତିରିକ୍ତ ଜିଲ୍ଲାପାଳ ଅମୃତ ଋତୁରାଜ, ଫ୍ୟାମିଲି ଜଜ ଅସିତ କୁମାର ତ୍ରିପାଠୀ, ଡିଏଏଲଏସ ସମ୍ପାଦକ ମନୋରଞ୍ଜନ ମିଶ୍ର, ଏସପି ରାମପ୍ରସାଦ ସାହୁ, ସିଜିଏମ ମନୋରଞ୍ଜନ ଦାସ ସମେତ ସମସ୍ତ ବିଚାରପତି ଓ ଓକିଲ ଉପସ୍ଥିତ ଥିଲେ ।
ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ